NCB ଅଫିସର୍ sameer wankhede ଦିନେ ଗର୍ବ ଅନୁଭବ କରିବେ ଆର୍ଯ୍ୟନ୍ ଖାନ୍ ପାଇଁ, ଏମିତି କାହିଁକି କହିଲେ ଆର୍ଯ୍ୟନ୍ ଦେଖନ୍ତୁ

ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇ ଥିବାରୁ, ସମସ୍ତଙ୍କ ପାଇଁ ସମାନ ଆଇନ କାନୁନ ରହିଛି। ଦୋଷୀକୁ ଦଣ୍ଡ ଦେବା ପାଇଁ ମଧ୍ୟ ଅନେକ ପ୍ରକାର ବ୍ୟବସ୍ଥା ରହିଛି। ଆଇନ ଆଖିରେ ସମସ୍ତେ ସମାନ କିନ୍ତୁ ବେଳେ ବେଳେ ଏହାର ଦୁରୂପଯୋଗ ଦେଖିବା ପାଇଁ ମିଳିଥାଏ। କାରଣ ଆଇନ ବ୍ୟବସ୍ଥା କିଛି ପ୍ରଭାବଶାଳୀ ଲୋକ ମାନେ ନିଜର ପଇସା ବଳରେ ଆଇନ ସହିତ ଖେଳି ଥାନ୍ତି। କିନ୍ତୁ ଯେତେ ପଇସା ଵାଲା ଲୋକ ହେଲେ ମଧ୍ୟ, ଆଇନ ଆଗରେ ସମସ୍ତେ ସମାନ ଏକଥା ଆପଣ ମାନେ ଠିକ ଭାବରେ ହୃଦୟଙ୍ଗମ କରିପାରୁଥିବେ। କାରଣ ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ସାହାରୁଖ ଖାନ ପୁଅ ଗିରଫ ହେବା।

ଗିରଫ ହେବା ପରେ, ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ବେଲ ମିଳିନାହିଁ, ତେବେ ବର୍ତ୍ତମାନ ସମୟରେ ଏକ, ଗୁରୁତ୍ୱପୂର୍ଣ କଥା ଶୁଣିବା ପାଇଁ ମିଳିଛି। ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯେ ଆରୟାନ ଗିରଫ ହେବା ପରେ ସିଧାସଳଖ NCB କୁ ପଠାଯାଇଥିଲା। ଯେଉଁଥିରେ ସେମାନଙ୍କୁ ବୁଝାଯାଉଛି, ଆର୍ଥତ କାଉନ୍ସିଲଂ କରାଯାଇଥିଲା। ଯେ ଡ୍ରଗ୍ସ ଖାଇଲେ ଆମ ଶରୀର ଏବଂ ମସ୍ତିଷ୍କ ରେ କଣ ସବୁ ଖରାପ ପ୍ରଭାବ ପଡ଼ିଥାଏ। ଏହା ବ୍ୟତୀତ NCB ଅଫିସର ସମୀର, ଆରୟାନ ଖାନଙ୍କୁ ଜଣେ ଅଫିସର ଭାବରେ ନୁହେଁ ବରଂ ଜଣେ ବଡ ଭାଇ ହିସାବରେ ବୁଝାଇ ଥିଲେ।

ଆରୟାନ ମଧ୍ୟ ସମୀରଙ୍କୁ ବହୁତ ସହଯୋଗ କରିଥିଲେ, ସବୁ ସତ କଥା ମାନିଯାଇଥିଲେ। ଏହାପରେ ସେ ଶପଥ କରିଥିଲେ, ଯେ ଜୀବନରେ ଆଉ କେବେବି ନିଶା ସେବନ କରିବେ ନାହିଁ। ସେ ଏମିତି ଜଣେ କିଛି ଭଲ କାମ କରିବେ ତାଙ୍କୁ, ପ୍ରଶଂସା କରିବେ ବୋଲି ସେ କହିଥିଲେ। ତେବେ ତଦନ୍ତ ବେଳେ ତାଙ୍କ ବାପା ସାହାରୁଖ ଖାନଙ୍କ ବିଷୟରେ କହିଥିଲେ। ସାହାରୁଖ ସବୁବେଳେ ନିଜ କାମରେ ବ୍ୟସ୍ତ ରୁହନ୍ତି। ଯଦି ପୁଅ ଆରୟାନ କେବେ ଦେଖା କରିବେ, ତାହାଲେ ତାପୂର୍ବରୁ ଅନୁମତି ମାଗିବା ପାଇଁ ପଡିଥାଏ। ସେ କେବେବି ବାପାଙ୍କ ସ୍ନେହ ଠିକ ଭାବରେ ପାଇନାହାନ୍ତି, ବୋଲି ସେ ନିଜେ କହିଥିଲେ। ତେବେ ଆଉ ଜୀବନରେ କେବେବି ନିଶା ସେବନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

ତାଙ୍କର ତିନିଥର ବେଲ ଖାରଜ ହୋଇଛି, ବର୍ତ୍ତମାନ ସମୟରେ ସେ ଜେଲରେ ଅଛନ୍ତି। ଯାହାକି ତାଙ୍କର ୨୦ ତାରିଖ ବେଲ ପାଇଁ ଆବେଦନ ହେବ। ବର୍ତ୍ତମାନ ସେ ସାଧରଣ କଏଦୀ ପରି ଜେଲରେ ଆଛନ୍ତି। ଅନ୍ୟ କଏଦୀ ମାନେ ଯାହା ଖାଉଛନ୍ତି, ବର୍ତ୍ତମାନ ସେ ମଧ୍ୟ ତାହା ଖାଉଛି, ଆଉ ମିଳୁନାହିଁ ବିରିୟାନି। ତେବେ ବନ୍ଧୁଗଣ ତାଙ୍କୁ ଏଇଥର ବେଲ ମିଳିବ କି ନାହିଁ। ସେ ଯେଉଁ କଥା ଦେଇଛନ୍ତି, ଯେ ଆଉ କେବେବି ଜୀବନରେ ନିଶା କରିବେ ନାହିଁ ଏବଂ ଜଣେ ଭଲ ମଣିଷ ହୋଇ ବାହାରିବେ। ଖାଲି ଦେଖିବାର ବିଷୟ ରହିଲା ପୁଣି ଥରେ ନିଶା ନେଉଛନ୍ତି କି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment