NCB ରେ ମାଆ ଗୌରୀ ପଠେଇଲେ ବର୍ଗର, ଆର୍ୟନ କହିଲେ କାଲି କୋର୍ଟ ଆଗରୁ ସମୀର ଅଙ୍କଲ ବିରିୟାନୀ ଖାଇବି…ଦେଖନ୍ତୁ ଭିଡ଼ିଓ

0

ବଲିଉଡ ର ସୁପରଷ୍ଟାର ସାହାରୁଖ ଖାନ ଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଧରା ପଡିଥିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ କୁହାଯାଉଛି 7 ତାରିଖରେ କୋର୍ଟ ରେ ହାଜର ହେବେ ଆର୍ୟନ ଖାନ । ମାତ୍ର ଆର୍ୟନ ଖାନ କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କୁ ଭିନ୍ନ ଧରଣର ଟ୍ରିଟମେଣ୍ଟ ଦେଇଛି ଏନସିବି । ତାଙ୍କୁ ଦିଆ ଯାଇଛି ବଡମେୟାଙ୍କ ବିରିଆନି , ଏବଂ କହିଛନ୍ତି ବାବା ଟିକିଏ ବିରିଆନି ଖାଇଦିଅ । ତେବେ ସାହାରୁଖ ଖାନଙ୍କ ପୁଅ ଏପର୍ଯ୍ୟନ୍ତ ଯାଏ ଏପଟ ସେପଟ ରେଷ୍ଟୁରାଣ୍ଟର ଖାଇବା ଖାଇ ଆସୁଥିଲେ ଏଯାଏ । ସେଥିପାଇଁ ତାଙ୍କୁ ଟିକିଏ ଖୁସୀ କରିବା ପାଇଁ ଏନସିବି ଏହି ବଡମେୟାର ବିରିଆନି ମଗେଇଛନ୍ତି ।

ତେବେ କାହିଁକି ଏ ମେହେରବାନି ଏନସିବି ର , ତେବେ ଏନସିବିର ଡୋନାଲ୍ଡ ଡିରେକ୍ଟର ସମୀର ୱାଙ୍ଖଡ୍ ଙ୍କ ହିସାବ କେହି ବି ବୁଝି ପାରିବେ ନାହିଁ । ସମୀର ୱାଙ୍ଖଡ୍ ଏତେ ଚାଲାକ ଓ ଚତୁର ଅଛନ୍ତି ଯେ , ସେ ଆରିଅନ ଖାନ ଙ୍କ ସିମ୍ପତ୍ତି ଗେନ୍ କରିବାକୁ ଚାହୁଁଛନ୍ତି । ଆରିଅନ ଖାନ ପ୍ରଥମ ରୁ ହିଁ ଏନସିବି କୁ ସହଯୋଗ କରି ଆସୁଛନ୍ତି , ଆଉ କଥା କଥାକେ ଆରିଅନ ଖାନ କାନ୍ଦି ମଧ୍ୟ ପକାଉଛନ୍ତି । ତେବେ ଏନସିବି ଆଗରେ ଅନେକ କିଛି ଖୋଲାସା ମଧ୍ୟ କରିଛନ୍ତି , ଅନେକ ସମୟରେ ଏନସିବି ନିଜ ହେପାଜତ୍ ଥିବା ଲୋକଙ୍କ ଠାରୁ କଥା ଆଦାୟ କରିବା ପାଇଁ ବେଳେ ବେଳେ ରାଗି କରି କଥା ହୁଅନ୍ତି ତ ଆଉ କେତେବେଳେ ସଫ୍ଟ କର୍ଣ୍ଣନର ରେ କଥା ହୁଅନ୍ତି ।

ତେବେ କୁହାଯାଉଛି ଏହା ଏକ ପ୍ରକାର ଏନସିବି ର ଚାଲ୍ ହୋଇଥାଇ ପାରେ ଆରିଅନ ଖାନ ଙ୍କ ଠାରୁ କଥା ଆଦାୟ କରିବା ପାଇଁ । ତେବେ ଆଜି ତାଙ୍କୁ ଏନସିବି ହାଜର କରିବ , ତାଙ୍କ ସହିତ ବାକି ମାନେ ମଧ୍ୟ ହାଜର ହେବେ ମୁମ୍ୱାଇର ଏସପ୍ଲାନେଡ୍ କୋର୍ଟରେ । ତାଙ୍କର କଷ୍ଟଡି ଉପରେ ପୁଣିଥରେ ଆଲୋଚନା କରାଯିବ , ତେବେ ଆଜି ଇଭେଣ୍ଟ ପ୍ଲାନର 4 ଜଣଙ୍କୁ ଗିରଫ କରିଛନ୍ତି ଏନସିବି । ତେବେ ସେମାନେ କିଛି ବଡ ତଥ୍ୟ ଖୋଲାସା କରି ଦେଇ ପାରନ୍ତି ଆରିଅନ ଙ୍କୁ କାହିଁକି ସେମାନେ ଡାକୁଛନ୍ତି ଏବଂ ଏହା ସହିତ ଆରିଅନ ଙ୍କ ଟିକେଟ୍ କାହିଁକି ବୁକିଙ୍ଗ ହୋଇ ନଥିଲା ଏ ସମସ୍ତ ପ୍ରଶ୍ନ ମଧ୍ୟ ରହିବ ।

କାଶପ କଶୁ ଙ୍କ ଠାରୁ ଆରମ୍ଭ କରି ଆରିୟନ ଖାନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାନେ ଧରା ପଡନ୍ତି ତାଙ୍କୁ ବିରିଆନି ଟିକିଏ ଖାଇବା ପାଇଁ ଦିଆଯାଏ । ଏହାର କାରଣ ହେଉଛି ମୁମ୍ୱାଇ ପୋଲିସ ଏବଂ ଏନସିବି ର ସଫ୍ଟ କର୍ଣ୍ଣନର । ଏହି ବିରିଆନି ଚକର୍ ରେ ବେଳେବେଳେ ଅନେକ କିଛି କହି ଦିଅନ୍ତି ଏମାନେ । ଅନ୍ୟପଟେ ମା ଗୌରୀ ପୁଅ ପାଇଁ ମ୍ୟାକଡନାଲ ର ବର୍ଗର ପଠାଇଥିଲେ , ଯାହା ଆରିୟନ ଖାନଙ୍କ ହେଲ୍ଥ ପାଇଁ ସହାୟକ ହେବ । ତେବେ ଦେଖାଯାଉ ଏନସିବିର ଏହି ବିରିଆନି ଫର୍ମଲା ଏନସିବି ପାଇଁ କାମ କରୁଛି କି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।