ମାଛ ନା କରତ ! ଓଜନ ୫୦୦-୫୫୦ କିଲୋଗ୍ରାମ । ଯାହାର ମୁହଁ କରତ ଭଳି ଦେଖିବାକୁ । ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….

ଭଗବାନଙ୍କ ଏ ସୃଷ୍ଟି ସତରେ ବଡ ବିଚିତ୍ର। ଆମ ଧରା ପୃଷ୍ଠରେ ଏମିତି କିଛି ଜୀବଜନ୍ତୁ ରହିଛନ୍ତି ଯେଉଁ ମାନଙ୍କ ରୂପରେଖ ମନୁଷ୍ୟ କଳ୍ପନା କରିବା ମଧ୍ୟ ଅସମ୍ଭବ। ହଁ ଆଜ୍ଞା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏମିତି ଏକ ବିରଳ ପ୍ରଜାତିର ମାଛ ହୁଏତ ଆପଣ ଆପଣଙ୍କ ଜୀବନରେ କେବେ ଦେଖିବାକୁ ପାଇ ନଥିବେ। ମାଛଟିର ମୁଁହର ଆକୃତି ଦେଖିଲେ ଆପଣ ମଧ୍ୟ ଚକିତ ହୋଇ ଉଠିବେ।

ତେବେ ଭିଡିଓ ରେ ଥରେ ଦେଖି ନିଅନ୍ତୁ ଏହି ବିରଳ ପ୍ରଜାତିର ମାଛକୁ। ଏହି ମାଛ ହେଉଛି ଶଙ୍କର ଜାତୀୟ ମାଛ। ପ୍ରାୟ କମ୍ ଜାଗା ରେ ଦେଖିବା ପାଇଁ ମିଳନ୍ତି ଏହି ମାଛ। କିନ୍ତୁ ଏହାର ମୁହଁକୁ ଟିକିଏ ଭଲ ଭାବରେ ଦେଖି ନିଅନ୍ତୁ ଏହି ମାଛର ମୁଁହ ଦେଖିବାକୁ ଖୁବ୍ ଅଜବ ଯାହା ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି। ଏହି ବିରଳ ପ୍ରଜାତିର ମାଛର ମୁଁହ ଦେଖିବାକୁ ଲମ୍ବା ଓ କରତ ଭଳି। କରତ ଯାହାକୁ ଆମେ କାଠ କାଟିବା ଲାଗି ବ୍ୟବହାର କରିଥାଉ। ଯାହାର ଦୁଇ ପଟରେ ଧାର ରହିଥାଏ।ମାଛଟିର ମୁଁହଟି ଦେଖିବାକୁ ଠିକ୍ ସେମିତି।

ତେବେ ଏହି ପ୍ରଜାତିର ମାଛ ସାଧାରଣତଃ ଗଭୀର ସମୁଦ୍ର ମଝିରେ ଦେଖିବା ପାଇଁ ମିଳିଥାଏ। ଆଉ ସବୁ ଠାରୁ ବଡ କଥା ହେଉଛି କି ଧରା ପଡ଼ିଥିବା ଏହି ଶଙ୍କର ପ୍ରଜାତିର ମାଛଟିର ଓଜନ ରହିଛି ୫୦୦-୫୫୦ କିଲୋଗ୍ରାମ। ଆଉ ଏହି ମାଛଟିକୁ ଉଦ୍ଧାର କରା ଯାଇଛି ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦିଘା ସମୁଦ୍ର ମୁହାଣରେ।ଆଉ ଏହି ବିରଳ ପ୍ରଜାତିର ମାଛକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।

ତେବେ ମତ୍ସ୍ୟଜିବୀ ମାନେ ଦାବୀ କରିଛନ୍ତି କି ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରା ଯାଇଥାଏ। ପାରାଦ୍ବୀପରୁ ଏକ ଟ୍ରଲରରେ ଏହି ମାଛଟି ପଞ୍ଚିମବଙ୍ଗର ଦିଘା ମୁହାଁଣକୁ ଆସିବା ପରେ ମାଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ଼ି ଜମିଥିଲା। ଆଉ ଏହି ମାଛଟିକୁ ଆଜି ଦୀଘାରେ ନିଲାମ କରା ଯାଇଛି। ଆଉ ଯାହାର ବଜାର ମୂଲ୍ୟ ପାଖାପାଖି ଏକ ଲକ୍ଷ ଟଙ୍କା ରହିଛି ବୋଲି ଜଣା ପଡିଛି। ଆଉ ସବୁଠାରୁ ବଡ଼ କଥା ଦେଉଛି ଏହି ମାଛର ମୁଁହ କରତ ଭଳି ଦେଖା ଯାଉଥିବାରୁ ଏହି ମାଛକୁ ଦେଖିବା ପାଇଁ ଆଖ ପାଖରୁ ଏହି ମାଛକୁ ଦେଖିବା ପାଇଁ ଲୋକଙ୍କ ବେଶ୍ ଭିଡି ଜମିବାରେ ଲାଗିଛି। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆଉ ଲୋକେ ଏହି ମାଛକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment