ନିହାତି ଜାଣିରଖନ୍ତୁ କେଉଁ ଗୋଡରେ ବାନ୍ଧିବା କଥା କଳା ସୂତା ? ଏହାକୁ ବାନ୍ଧିବା ଦ୍ୱାରା କଣ କଣ ଫାଇଦା ମିଳିଥାଏ

0

ଆଜିର ଆଧୁନିକ ଜେନେରେସନର ଲୋକମାନେ ଅତ୍ୟାଧୁନିକ ଫେସନକୁ ଆପଣେଇଲେଣି ଯେପରି ଲୋକମାନେ ନିଜ ହାତରେ ଓ ଗୋଡରେ କଳା ସୂତା ଲଗାଇଥାନ୍ତି । ଆଜିର ପୁଅ ଝିଅମାନେ ଗୋଡରେ କଳା ସୂତା ପରିଧାନ କରୁଛନ୍ତି କିନ୍ତୁ ଏହା କୌଣସି ନୂଆ କଥା ନୁହଁ । କାରଣ ପୂର୍ବରୁ ମଧ୍ୟ ବୁଢୀମା ମାନେ ଛୋଟ ଛୋଟ ପିଲାମାନଙ୍କ ଗୋଡରେ୍ କଳା ସୂତା ବାନ୍ଧିଥାନ୍ତି , ଏହା ସେମାନଙ୍କୁ ନକରାତ୍ମକ ଶକ୍ତିରୁ ଦୂରେଇ ରଖିଥାଏ ।

ଅନ୍ୟ ମାନଙ୍କର ଖରାପ ଦୃଷ୍ଟିରୁ ରକ୍ଷା କରିଥାଏ କିନ୍ତୁ ଏବେ ସମସ୍ତ ପୁଅ ଝିଅ ମାନେ ଲଗାଉଛନ୍ତି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଏହି କଳା ସୂତାକୁ କାହିଁକି ଓ କେଉଁ ଗୋଡରେ ପିନ୍ଧିବା ଉଚିତ ହୋଇଥାଏ । ଏହାକୁ ଲାଗାଇଲେ ଆମର କେଉଁ ସବୁ ଉପକାର ମିଳିଥାଏ । ତେବେ ଆସନ୍ତୁ ଜାଣିବା କଳା ସୂତାକୁ କେଉଁ ଗୋଡରେ ବା କାହିଁକି ପିନ୍ଧାଯାଏ ।

1 – ବାସ୍ତୁ ଶାସ୍ତ୍ର ଅନୁସାରେ ଉଭୟ ପୁରୁଷ ଓ ମହିଳା ମଙ୍ଗଳ ବାର ଦିନ ନିଜ ଡାହାଣ ଗୋଡରେ କଲା ସୂତା ଲଗାଇଲେ ବହୁତ ଶୁଭ ହୋଇଥାଏ । ଏହି ଦିନରେ କଳା ସୂତା ଲଗାଇଲେ ମାଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କର କୃପା ଦୃଷ୍ଟି ସର୍ବଦା ସେମାନଙ୍କ ଉପରେ ରହିଥାଏ । ସେହି ବ୍ୟକ୍ତି ମାନଙ୍କର କେବେହେଲେ ଧନର ଅଭାବ ହୋଇ ନଥାଏ ।

2 – ବର୍ତ୍ତମାନ ସମୟରେ ଲୋକମାନଙ୍କର ବା ଛୋଟ ପିଲା ମାନଙ୍କର ପେଟ ଯନ୍ତ୍ରଣାର ସମସ୍ୟା ରହିଥାଏ , ଯେଉଁଥି ପାଇଁ ସେମାନଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ । ତେଣୁ ଏହି କ୍ଷେତ୍ରରେ ସେମାନଙ୍କ ବାମ ଗୋଡରେ କଳା ସୂତା ପିନ୍ଧିଲେ ସେମାନଙ୍କର ପେଟ ଯନ୍ତ୍ରଣା ଭଲ ହୋଇଥାଏ ।

3- ଯଦି ଆପଣଙ୍କର ଗୋଡ ଖଣ୍ଡିଆ ହୋଇଯାଇଛି ଏବଂ ବହୁତ ଦିନରୁ ଶୁଖୁ ନାହିଁ ଏବଂ ଏହା ଆପଣଙ୍କୁ ବହୁତ କଷ୍ଟ ଦେଉଛି । ତେବେ ଆପଣଙ୍କର ଯନ୍ତ୍ରଣା ହେଉଥିବା ଗୋଡରେ କଳା ସୂତା ବାନ୍ଧି ଦିଅନ୍ତୁ , ଦେଖିବେ ଆପଣଙ୍କର ଖଣ୍ଡିଆ ହୋଇଥିବା ଗୋଡ ଖୁବ୍ ଶୀଘ୍ର ଭଲ ହେବା ସହିତ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ ।

4 – ଶନିଦେବଙ୍କର ପ୍ରିୟ ରଙ୍ଗ ହୋଇଥାଏ କଳା ରଙ୍ଗ ଏବଂ କେତେକ ଲୋକମାନଙ୍କ ଉପେର ଶନି ଦଷା ପଡିଥାଏ । ସେହି ବ୍ୟକ୍ତିମାନେ ନିଜ ଗୋଡରେ କଳା ସୂତା ବାନ୍ଧିବା ଦ୍ୱାରା ଶନି ଦଷା ଦୂର ହୋଇଥାଏ । ଏପରି କରିବା ଦାରା ଧୀରେ ଧୀରେ ଶନିଦେବଙ୍କର ପ୍ରକୋପ ମଧ୍ୟ ଦୂର ହୋଇଥାଏ ଏବଂ ଆପଣଙ୍କ ଉପରୁ ଶନିଦଷା ମଧ୍ୟ କଟି ଯାଇଥାଏ ।

ତେଣୁ ଆଜିର ସମୟରେ ମଧ୍ୟ କଳା ସୂତା ପିନ୍ଧିବା ର ଅନେକ ମହତ୍ତ୍ୱ ରହିଥାଏ ଏବଂ ଅନ୍ୟ ମାନଙ୍କର କୂନଜରରୁ ଆମକୁ ରକ୍ଷା କରିଥାଏ । ତେଣୁ ପ୍ରତ୍ୟେକ ପୁରୁଷ ବା ମହିଳା ନିଜ ଡାହାଣ ଗୋଡରେ କଳା ସୂତା ବାନ୍ଧିବା ଅବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।