ଦେଖନ୍ତୁ ଭିଡ଼ିଓ – ନିଆଁ ଭଳି ଭାଇରାଲ ହେଉଛି ଏହି କୁନି ଝିଅର ଗୀତ, କୁନି ଝିଅ ଟି ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ……

0

କୁନି ପିଲାମାନଙ୍କ ସ୍ୱର ଏବଂ ସେମାନଙ୍କ କଥା ସମସ୍ତଙ୍କୁ ଏକ ଅଜଣା ଖୁସି ଦେଇଥାଏ। ସେମାନଙ୍କ କଥା ସମସ୍ତଙ୍କ ହୃଦୟକୁ ସ୍ପର୍ଶ ମଧ୍ୟ କରିଥାଏ। ଯେଉଁଭଳି ସେମାନେ କୌତୁକିଆ ଢଙ୍ଗରେ କଥା ହୁଅନ୍ତି କିମ୍ବା ଗୀତ ଗାଇଥାନ୍ତି ତାହା ସମସ୍ତଙ୍କୁ ଯେତିକି ଶ୍ରୁତି ମଧୁର ଲାଗିଥାଏ ସେତିକି ଆନନ୍ଦ ମଧ୍ୟ ଦେଇଥାଏ। ସେହିଭଳି ଏବେ ଏକ କୁନି ଝିଅର ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।କୁନି ଝିଅଟି ମୁହଁରେ ତାର ଏହି ସ୍ୱର ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ଏହା ଶ୍ରୁତି ମଧୁର ମଧ୍ୟ ହୋଇଛି। ଯାହାକୁ ଦେଖି ଏବଂ ଶୁଣି ବାସ୍ତବରେ ଆପଣ ଖୁସି ହେବେ ନିଶ୍ଚିତ ଭାବରେ।

ଏହି କୁନି ଝିଅଟି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ଅଭିନୀତ ପୂଚୁକୀ ଗାଲିି ଫେସନ ବାଲି ଚାଲି ତ ବମ୍ବେ ଦିଲ୍ଲୀ… ଗୀତଟି ଗାଉଛନ୍ତି। ଆପଣ ଥରେ ତାଙ୍କର ଏହି ଗୀତକୁ ଶୁଣନ୍ତୁ। ତାପରେ ନିଜେ ଆପଣ ଝିଅଟିର ପ୍ରଶଂସା ନକରି ରହି ପାରିବେ ନାହିଁ।ତେବେ ଆପଣ ଯଦି ନବେ ଦଶକର ଦର୍ଶକ ହୋଇଥିବେ ତେବେ ଆପଣ ମାନେ ନିଶ୍ଚିତ ଏହି ଗୀତ ଏବଂ ଏହାର ସିନେମା ଦେଖିଥିବେ।ଯେଉଁ ଗୀତଟି ସେ ସମୟର ଏଭର୍ ଗ୍ରୀନ ଗୀତ ମାନଙ୍କ ଭିତରେ ଅନ୍ୟତମ ଅଟେ। ଯାହାର ଲୋକପ୍ରିୟତା ଏବଂ ସ୍ୱତନ୍ତ୍ରତା ଏବେ ମଧ୍ୟ ବଜାୟ ରହିଛି।ଅବଶ୍ୟ ଆଉ ଏବେ ଓଡ଼ିଆ ସିନେମା ରେ ପୂର୍ବ ଭଳି ଏମିତି ଗୀତ ଶୁଣିବାକୁ ମିଳୁନାହିଁ।

ଆଜିର ଗୀତ ଦର୍ଶକ ମାନଙ୍କୁ ଆଉ ପୂର୍ବଭଳି ଆକର୍ଷିତ କରି ପାରୁ ନାହିଁ। ଯେଉଁ କାରଣରୁ ଓଡ଼ିଆ ସିନେମା ଦର୍ଶକ ମାନେ ହିନ୍ଦୀ ଗୀତ ପ୍ରତି ଅଧିକ ଆକର୍ଷିତ ହେଉ ଥିବାର ଦେଖିବାକୁ ମିଳୁଛି। ସେତେବେଳେ ର ସମସ୍ତ ଗୀତ ଏବଂ ଏହାର ସଂଯୋଜନା ଭିନ୍ନ ଧରଣର ଏବଂ ଭିନ୍ନ ସ୍ୱାଦର ଥିଲା।ସେହିଭଳି ଗୀତ ତାର ଶ୍ରୋତା ମାନଙ୍କୁ ଏକ ବିଶେଷ ଭଲପାଇବା ଏବଂ ଆନନ୍ଦ ଓ ଖୁସିର ଡୋର ରେ ବାନ୍ଧି ରଖି ପାରିଥିଲା ଯାହା ଏବେ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହିଁ। ଯେଉଁ କାରଣରୁ ସେହି ସବୁ ପୁରୁଣା ଗୀତର ରୀମେକ୍ ହେଉଥିବାର ପୁଣିଥରେ ଦେଖିବାକୁ ମିଳୁଛି।

ଆଉ ସେତିକି ବେଳେ ଭାଇରାଲ ହୋଇଥିବା ଏହି କୁନି ଝିଅର ଗୀତ ଯେତେବେଳେ ଶୁଣିବାକୁ ମିଳୁଛି ସେତେବେଳେ ସେହି ସମୟର ସିନେମା ଏବଂ ତାର ଏକ ନିଆରା ଅନୁଭୂତି ସାମ୍ନାକୁ ଆସି ଯାଉଛି।କାରଣ କୁନି ଝିଅଟି ପୂଚୁକି ଗାଲୀ ଗୀତକୁ ଗାଇ ଏହାକୁ ଜୀବନ୍ତ କରିବା ସହ ମନେ ପକାଇ ଦେଇଛନ୍ତି ସେହି ନବେ ଦଶକର ହୃଦୟସ୍ପର୍ଶୀ ଗୀତକୁ।

ତେବେ ଯଦି ଆପଣ ମାନେ ଏହି ଭିଡିଓ କୁ ଦେଖି ନାହାନ୍ତି ତେବେ ନିଶ୍ଚୟ ଥରେ ଏହାକୁ ଦେଖନ୍ତୁ ଏବଂ ଦେଖନ୍ତୁ କିଭଳି ଖୁସି ସୃଷ୍ଟି ହେଉଛି ମନ ଭିତରେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।