ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଏକ ଭିଡ଼ିଓ ଯେଉଁ ଭିଡ଼ିଓ ଦେଖା ଯାଇଛି ଯେ | ନିଜ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଚମକି ପଡ଼ିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା | ବିମାନବନ୍ଦରରେ ଉଭୟଙ୍କ ଭେଟର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି | ତେବେ ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କ ସହ ସେଠାରେ ପହଞ୍ଚିଥିବା ବେଳେ ସାମ୍ନାକୁ ଚାଲି ଆସିଥିଲେ ତାଙ୍କ ଭଳି ଅବିକଳ ଦେଖାଯାଉଥିବା ବ୍ୟକ୍ତି | ହାତରେ ତାଙ୍କର ଫୁଲତୋଡା ଥିଲା ସେ ଗୋବିନ୍ଦାଙ୍କୁ ଦେଖି ପାଦ ଛୁଇଁଥିବାର ମଧ୍ୟ ଦେଖା ଯାଇଛି | ଏହାପରେ ସେଠାରେ ବ୍ୟକ୍ତିମାନେ କିଏ ଅସଲି କିଏ ନକଲି ତାହା ଜାଣିପାରି ନ ଥିଲେ | ପରେ କିଛି ସମୟ ଉଭୟ କଥା ହେବା ପରେ ଗୋବିନ୍ଦା ଚାଲିଯାଇଥିଲେ ଆଉ ଏବେ ଏହି ଭେଟର ଭିଡିଓ ଭାଇରାଲ ହେଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଟି ଉପରେ ନଜର ପକାଇବା |
ତେଵେ ବଲିଉଡ ଦୁନିଆରେ ରାଜ କରୁଥିବା ଗୋବିନ୍ଦାଙ୍କ ଅନେକ ପ୍ରଶଂସକ ରହିଛନ୍ତି | ଏବେ ବି ଲୋକେ ତାଙ୍କରି ଭଳି ବେଶଭୂଷା ଧାରଣା କରିବାକୁ ପସନ୍ଦ କରୁଛନ୍ତି | ଗୋବିନ୍ଦାଙ୍କୁ ସିନେମାରେ ହୁଏତ ଏବେ ଅଭିନୟ କରିବା ଦେଖିବାକୁ ମିଳୁ ନାହିଁ କିନ୍ତୁ ଆଜି ବି ଦର୍ଶକ ତାଙ୍କ ସିନେମାର ଯାଦୁକୁ ପସନ୍ଦ କରୁଛନ୍ତି | ତେବେ କୁହାଯାଏ ଯେ ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କଳାକାରଙ୍କ ଅବିକଳ ନକଲ ଭଳି ଦେଖା ଯାଇଥାଆନ୍ତି | ସେହିପରି ଗୋବିନ୍ଦାଙ୍କ ଅବିକଳ ଏବେ ସାମ୍ନାକୁ ଆସିଛି | ଗୋବିନ୍ଦା ନିକଟରେ ନିଜ ପତ୍ନୀଙ୍କ ସହ ବିମାନବନ୍ଦରରେ ପହଞ୍ଚିଥିଲେ |
ତେବେ ଏହି ସମୟରେ ତାଙ୍କୁ ଭେଟିବା ପାଇଁ ତାଙ୍କରି ଭଳି ଦେଖା ଯାଉଥିବା ଜଣେ ବ୍ୟକ୍ତି ଆସି ପହଞ୍ଚି ଯାଇଥିଲେ |ଯାହାଙ୍କୁ ଦେଖି ଗୋବିନ୍ଦା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ | ଏହା ସହିତ ବ୍ୟକ୍ତି ଜଣକ ଏକ ଫୁଲଗୁଚ୍ଛା ଆଣି ଗୋବିନ୍ଦାଙ୍କୁ ଦେଇ ତାଙ୍କ ସହିତ ସେଲଫି ନେବାକୁ ଅନୁମତି ମାଗିଥିଲେ |ସୂଚନା ଅନୁଯାୟୀ ଗୋବିନ୍ଦା ବି ତାଙ୍କ ପ୍ରଶଂସକଙ୍କୁ ଦେଖି ଖୁସି ହୋଇଯାଇଥିଲେ | ଦୁହେଁ ମିଶି ସେଲଫି ନେବା ସମୟରେ ଗୋବିନ୍ଦାଙ୍କ ପତ୍ନୀ ମଝିରୁ ଘୁଞ୍ଚି ଯାଇଥିଲେ | କାରଣ ଦୁହିଁଙ୍କ ଫଟୋ ଯେମିତି ସ୍ପଷ୍ଟ ହେଉ ତାପରେ ଏଦୁହିଁଙ୍କୁ ବିମାନବନ୍ଦରରେ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା |
ତେବେ ଯାହା ଦେଖିବାକୁ ମିଳିଥିଲା କି ଗୋବିନ୍ଦା କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବା ବେଳେ ତାଙ୍କ ଅବିକଳ ମେରୁନ ରଙ୍ଗର ପୋଷାକ ପିନ୍ଧି ଆଖିରେ କଳା ଚଷମା ଲଗାଇଥିଲେ | ଆଉ ଦୁଇଜଣଙ୍କ ର ଏହି ଭଳି ଦେଖା ହେବା ଆଶ୍ଚର୍ଯ୍ୟ ଜଣକ କଥା ଅଟେ | ତେବେ ବନ୍ଧୁଗଣ ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଲାଗିଛି | ଆଉ ଯାହା କୁ ଦେଖିବା ପରେ ଗୋବିନ୍ଦା ଙ୍କ ଫେନ ମାନେ ବିଭିନ୍ନ ପ୍ରକାରର କମେଣ୍ଟସ ମଧ୍ୟ ସେୟାର କରୁଛନ୍ତି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।