ନିଆରା ବାହାଘର ! ଉଭୟ ହେଉଛନ୍ତି ଦିବ୍ୟାଙ୍ଗ ମନ୍ଦିରରେ ହେଲା ମହାମିଳନ , ଦୟାକରି ଏହି ସୁନ୍ଦର ଯୋଡି ଙ୍କୁ ନିଶ୍ଚିତ ଆର୍ଶିବାଦ ଦିଅନ୍ତୁ ଏବଂ ଗୋଟିଏ ସେୟାର କରନ୍ତୁ

ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ।ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ । ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟ ରେ କହିବାକୁ ଯାଉଛୁ ଯେଉଁ ଘଟଣା ଟି ବର୍ତ୍ତମାନ ଖୁବ୍ ଚର୍ଚ୍ଚା ରେ ରହିଛି ।

ଆମ ସମାଜ ରେ ବିବାହ କୁ ଏକ ପବିତ୍ର ବନ୍ଧନ ଭାବେ ମନାଯାଇ ଥାଏ। ଏହି ସମ୍ପର୍କ ରେ ଦୁଇଟି ଆତ୍ମା ର ମିଳନ ସହିତ ଦୁଇ ପରିବାର ର ମଧ୍ୟ ମିଳନ ହୋଇଥାଏ। କିନ୍ତୁ ଆଜି ଆମେ ଯେଉଁ ବିବାହ ବିଷୟ ରେ କହିବାକୁ ଯାଉଛୁ ଏହି ବିବାହ ଟି ଏକ ନିଆରା ବିବାହ ଅଟେ।

ଯେଉଁଠି ପ୍ରଥମ ଥର ପାଇଁ ଅନ୍ଧ ଯୁବକ ଯୁବତୀ ବିବାହ କରିଛନ୍ତି । ହୁଏତ ଭଗବାନ ତାଙ୍କ ପାଖରେ କିଛି କମି ରଖି ଥାଇ ପାରନ୍ତି କିନ୍ତୁ ସେମାନେ କେବେ ତାଙ୍କର ସେହି କମି କୁ ଦେଖି ନାହାଁନ୍ତି ଓ ଜୀବନ ର ପ୍ରତ୍ୟେକ ମୁହୂର୍ତ୍ତ କୁ ଖୁସି ରେ ବିତାଇ ଅଛନ୍ତି। ଯୁବକ ଜଣଙ୍କ ନାମ ମୁନ୍ନା ଅଟେ। ପିଲା ବେଳରୁ ନିଜ ବାପା ମା ଙ୍କୁ ହରାଇ ବସିଥିଲେ ।

ବାପା ମା ଚାଲିଯିବା ପରେ ମୁନ୍ନା ଙ୍କୁ ସାହାରା ଦେଇଥିଲେ ମୁନ୍ନା ଙ୍କ ର ଅଜା। ଅଜାଘରେ ରହି ସେ ନିଜର ପିଲା ବେଳ ବିତାଇ ଅଛନ୍ତି ଓ ଏହାପରେ ସେ ରନିଂ ଟ୍ରେନ ରେ ବିଜନେସ କରିବା ଆରମ୍ଭ କରିଦେଲେ। କେବଳ ସେତିକି ନୁହେ ମୁନ୍ନା ଖୁବ୍ ଭଲ ଗୀତ ମଧ୍ୟ ଗାଇ ପାରନ୍ତି ।

ପିଲା ବେଳୁ ଭଗବାନ ତାର ଦୃଷ୍ଟି ଶକ୍ତି ହରଣ କରିଛନ୍ତି।କିନ୍ତୁ ସେ ହାର ମାନି ନାହିଁ । ରନିଂ ଟ୍ରେନ ରେ ବିଜନେସ କରି ସେ ନିଜର ଜୀବନ ଯାପନ କରେ। ତେବେ ଆଗକୁ ମଧ୍ୟ ଏହି ବିଜନେସ ମାଧ୍ୟମ ରେ ନିଜର ବୈବାହିକ ଜୀବନ ରେ ଖୁସି ରହିବେ ବୋଲି ସେ କହିଛନ୍ତି। ମୁନ୍ନା କୁ ବିବାହ କରି ଥିବା ଯୁବତୀ ହେଉଛନ୍ତି ଶିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କର ଝିଅ ରିନୁ । ରୀନୁ ମଧ୍ୟ ପିଲାବେଳୁ ଦୃଷ୍ଟିହୀନ ଅଟନ୍ତି ।

ଦୃଷ୍ଟି ହିନ ହୋଇ ମଧ୍ୟ ସେ ଦଶମ ଜାଏ ପାଠ ପଢ଼ିଛନ୍ତି । ତେବେ ନିଜର ଦୁଃଖ ଭୁଲି ଦୁହେଁ ଦୁହିଁଙ୍କ ର ବର୍ତ୍ତମାନ ସାହାରା ହେବା ପାଇଁ ଯାଉଛନ୍ତି । ଦୁଇ ଆଖିରେ ଦୁନିଆ ଦେଖି ନାହାନ୍ତି ସତ କିନ୍ତୁ ଏହି ଦୁନିଆ ର ସୁନ୍ଦରତା , ସୁଖ , ଦୁଃଖ,କଷ୍ଟ କୁ ସେ ଖୁବ୍ ନିକଟରୁ ଦେଖିଛନ୍ତି ।

ତେବେ ଉଭୟ ଉଭୟ ଙ୍କ ସାହାରା ହୋଇ ବାକି ଜୀବନ ଖୁସି ରେ କାଟିବେ ବୋଲି ବିଶ୍ୱାସ ରଖିଛନ୍ତି । ତେବେ ତାଙ୍କର ଏହି ଖୁସି ର ମୁହୂର୍ତ୍ତ ରେ ଟାଙ୍ଗି ବ୍ଲକର ଉପାଧ୍ୟକ ଏବଂ ଚୌଦ୍ୱାର କଟକ ବିଧାୟକ ଉପସ୍ଥିତ ରହି ସେମାନଙ୍କୁ ଆଗାମୀ ଭବିଷ୍ୟତ ସୁଖମୟ ହେବା ପାଇଁ ଆଶୀର୍ବାଦ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment