ଅଭିନେତା ଅଭିନେତ୍ରୀ ମାନଙ୍କୁ ନେଇ ପ୍ରତିଦିନ କିଛ ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଆଉ ଯେଉଁ ସବୁ ଭିଡ଼ିଓ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ରିୟା ବେଶ୍ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ରିୟାଙ୍କ ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ। ବିବାହ ସମୟର କିଛି ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବ୍ୟବସାୟୀ ସୁନୀଲ ଦଳାଇଙ୍କୁ ପ୍ରେମ୍ ବିବାହ କରିଛନ୍ତି ରିୟା। ଯାହାକୁ ନେଇ ରିୟା ବେଶ୍ ଖୁସି ଥିବାର ନଜର ଆସିଛନ୍ତି। ଦୀର୍ଘଦିନ ଧରି ଉଭୟ ପ୍ରେମ ସମ୍ପର୍କରେ ରହିଥିଲେ ବୁଧବାର ବୈଦିକ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।
ରିୟାଙ୍କ ବିବାହ ରେ ଓଲିଉଡ଼ ଓ ଟେଲି ଜଗତର ନାମୀଦାମୀ କଳାକାର ମାନେ ଉପସ୍ଥିତ ହୋଇ ରିୟାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଥିଲେ।ତେବେ ଗତକାଲି ରିୟାଙ୍କ ରିସେପସନରେ ମଧ୍ୟ ବହୁତ୍ ଧୁମ୍ ଧାମରେ ସେଲିବ୍ରେଶନ କରା ଯାଇଛି। ରିୟାଙ୍କ ରିସେପସନରେ ମଧ୍ୟ ବହୁତ୍ ନାମୀ ଅଭିନେତା ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ମିଳିଛି।ରିସେପସନରେ ଯୋଗ ଦେଇ ରିୟାଙ୍କୁ ଏବଂ ତାଙ୍କ ରିଅଲ ଲାଇଫର ହିରୋକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ତେବେ ଅଭିନେତ୍ରୀ ରିୟାଙ୍କ ରିସେପସନରେ ଚୁଲବୁଲି ନାୟିକା ଭୂମିକା ଦାସ ନଜର ଆସିଥିଲେ। ତେବେ ଭୂମିକା ରିୟାଙ୍କ ରିସେପସନ ପାର୍ଟିରେ ଖୁବ୍ ଖୁସି ଥିବାର ନଜର ଆସିଛନ୍ତି। ଏହା ସହିତ ସେ କିଛି କଥା ମଧ୍ୟ ସେୟାର କରିଛନ୍ତି। ଭୂମିକା କହିଛନ୍ତି କି ରିୟା ଦିଦି ମୋ ଠୁ ବହୁ ସିନିୟର୍। ବହୁତ୍ ବଡ ସିଏ। ଏକ୍ସପେରିଏନସ ରେ ବି ବଡ। ଫାଇନାଲି ସେ ବିବାହ କରିଛନ୍ତି। ଆଉ ଆମେ ସମସ୍ତେ ଏହି ଦିନକୁ ଅପେକ୍ଷା କରି ରହୁଥିଲୁ। ତେବେ ରିୟା ବେଶ୍ ଖୁସି ଅଛନ୍ତି ବୋଲି ଭୂମିକା କହିଛନ୍ତି। ଏହା ସହିତ ସେ ରିୟା ଏବଂ ରିୟାଙ୍କ ସ୍ବାମୀ ସୁନୀଲଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ତେବେ ଭୂମିକାଙ୍କୁ ଯେତେବେଳେ ନିଜ ବିବାହ ବିଷୟରେ ପଚରା ଯାଇଥିଲା ଭୂମିକା କହିଥିଲେ କି ତାଙ୍କର ବିବାହ କରିବାର ସମୟ ଆସିନାହିଁ। ଆହୁରି ବହୁତ୍ ବର୍ଷ ଲାଗିବ ବର୍ତ୍ତମାନ ଭୂମିକା ନିଜ କ୍ୟାରିୟର ଉପରେ ଫୋକୋସ କରିବା ପାଇଁ ଚାହୁଁଛନ୍ତି ଏହା ସହିତ ସେ ତାଙ୍କ ପାଠ ପଢ଼ା ମଧ୍ୟ କଂପ୍ଲିଟ କରିବେ। ଠିକ୍ ସମୟ ଆସିଲେ ସେ ନିଶ୍ଚିତ ବିବାହ କରିବେ। ତେବେ ଭୂମିକାଙ୍କ ଏହି ବାଇଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଫ୍ୟାନସ୍ ମାନେ ମଧ୍ୟ ଏହି ଭିଡିଓକୁ ବେଶ୍ ପସନ୍ଦ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।