ଦେଖନ୍ତୁ Viral ଭିଡ଼ିଓ – ନିଜ ବାହାଘର ରେ ନିଜେ ନାଚିଲେ ଓ ବାଜା ଵଜେଇଲେ olywod ଅଭିନେତ୍ରୀ ରିୟା…

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡିଆ ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ। ରିୟା ଦେ ଜଣେ ଓଡ଼ିଆ ଅଭିନେତ୍ରୀ। ତାଙ୍କର ଦମଦାର ଅଭିନୟ ଆପଣ ମାନେ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। ଆଉ ତାଙ୍କ ଅଭିନୟ ଖୁବ୍ ପସନ୍ଦ ମଧ୍ୟ କରନ୍ତି ଦର୍ଶକ। ଖୁବ୍ ଅଳ୍ପ ଦିନ ମଧ୍ୟରେ ନିଜର ଆକ୍ଟିଙ୍ଗ ଏବଂ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ଜିତି ପାରିଥିଲେ ରିୟା।

ତେବେ ରିୟାଙ୍କୁ ପ୍ରଥମ ଥର ପାଇଁ ଓଡିଆ କଥାଚିତ୍ର ‘ପ୍ରେମ ଅଢେଇ ଅକ୍ଷର’ ମାଧ୍ୟମରେ ଓଡିଆ ସିନେମା ଜଗତରେ ପାଦ ରଖିଥିଲେ। ଯେଉଁଥିରେ ସେ ଓଲିଉଡ଼ର ସୁପରଷ୍ଟାର ବାବୁଶାନଙ୍କ ସହିତ ନଜର ଆସିଥିଲେ। ଆଉ ଦର୍ଶକ ଏହି ଯୋଡିକୁ ପସନ୍ଦ ମଧ୍ୟ କରିଥିଲେ ଆଉ ଏହା ପର ଠାରୁ ରିୟା ଏକାଧିକ ସିନେମାରେ ନଜର ଆସିଛନ୍ତି। କ୍ରିମିନାଲ, ଇଡିଅଟ୍,ଏମିତି ବି ପ୍ରେମ ହୁଏ,ତୁ ମୋ ଦେହର ଛାଇ,ଲଭ ମାଷ୍ଟର,ତୁ ଯେ ସେଇ,କଲେଜ ଟାଇମ ,ପାଗଳ କରିଚୁ ତୁ ,ଗୋଲାପି ଗୋଲାପି, ଗୋଲାପି ଗୋଲାପି ୨,ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ସଫଳ ଫିଲ୍ମର ନାୟିକା ସାଜିଛନ୍ତି ରିୟା ।

ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ରିୟା ଦେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁ ଚର୍ଚ୍ଚାରେ ରହିଛନ୍ତି। ହଁ ଆଜ୍ଞା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡିଆ ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଯାହାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ନିକଟରେ ରିୟାଙ୍କ ରିଙ୍ଗ ସେରେମନି ସମ୍ପନ୍ନ ହୋଇ ସାରିଛି। ଯାହାର ଫୋଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।ରିୟାଙ୍କ ରିଙ୍ଗ ସେରେମନିରେ କେବଳ ପରିବାର ଲୋକେ ହିଁ ସାମିଲ ଥିଲେ। ଅଭିନେତ୍ରୀ ରିୟା ନିଜେ ତାଙ୍କ ରିଙ୍ଗ ସେରେମନି ବାବଦରେ ଫ୍ୟାନସ୍ ମାନଙ୍କୁ ଜଣାଇଥିଲେ।

ତେବେ ଆଜି ଅଭିନେତ୍ରୀ ରିୟାଙ୍କ ହଳଦୀ ସେରେମନି ଶେଷ ହୋଇଛି। ଯାହାର ଫୋଟ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରିୟା ଖୁବ୍ ଖୁସି ଥିବାର ଦେଖା ଯାଉଛନ୍ତି। ହଳଦୀ ଲଗାଇ ରିୟା ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି। ତେବେ ତାଙ୍କର ଏହି ହଳଦୀ ସେରେମନି ସମୟର ଲୁକସ୍ ମଧ୍ୟ ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ପ୍ରେମ ବିବାହ କରିବା ପାଇଁ ଯାଉଛନ୍ତି।ତାଙ୍କ ଭାବୀ ସ୍ୱାମୀଙ୍କ ନାଁ ହେଉଛି ସୁନୀଲ ଦଳାଇ। ପେଶାରେ ସେ ଜଣେ ବ୍ୟବସାୟୀ ଅଟନ୍ତି। ତେବେ ରିୟାଙ୍କ ବିବାହ ବାଲେଶ୍ୱରରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment