ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଘଟଣା ଟି ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ଆଉ ସେ ଦିଲ୍ଲୀ କୁ ଯାଉଛନ୍ତି ଚିକିତ୍ସା ପାଇଁ |ଆଉ ପିଣ୍ଟୁ ନନ୍ଦ କିମ୍ସ ର ଡାକ୍ତର ଅଚିତ୍ୱ ସାମନ୍ତ ଙ୍କୁ ଧନ୍ୟବାଦ ଦେବାକୁ ଲାଗିଛନ୍ତି | ଆଉ କେଉଁଭଳି ସାରା ଓଡିଶା ବାସୀ ତାଙ୍କୁ ସାହାଯ୍ୟ କରୁଛନ୍ତି ତାହା କହିଛନ୍ତି ପିଣ୍ଟୁ ନନ୍ଦ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଓଡିଶା ର ଜଣା ଶୁଣା ଚଳଚିତ୍ର ଜଗତର ଜଣେ ସୁନାମ ଧନ୍ୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ତେବେ ପିଣ୍ଟୁ ନନ୍ଦ ଯିଏ କି ନିଜର ଅଭିନୟ କୁ ବିଶ୍ୱାସ କରନ୍ତି ଆଉ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ଭଲ ପାଇବା ସାଉଁଟି ଥିବା ସେହି ଲୋକ ପ୍ରିୟ କଳାକାର ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି | ଆଉ ପିଣ୍ଟୁ ନନ୍ଦ ଙ୍କ କହିବା କଥା କି ସେ ଲିଭର ଜନିତ ରୋଗ ରେ ପୀଡିତ ହୋଇ କିମ୍ସ ରେ ଚିକିତ୍ସିତ ହେଉଥିଲେ |
ଆଉ ସେ ବର୍ତ୍ତମାନ ଓଡ଼ିଶା ବାସୀ ଙ୍କର ସାହାଯ୍ୟ ଓ ସହଯୋଗ ଟାରେ ଦିଲ୍ଲୀ କୁ ଯାଉଛନ୍ତି ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହେବ | ଆଉ ତାଙ୍କର ଜଣେ ସମ୍ପର୍କୀୟ ଭାଇ ତାଙ୍କୁ ଲିଭର ଦେବେ | ତେବେ ସେ ସକାଳେ ବାହାରିଯିବେ ଓ ସେଠାରେ 15 ଦିନ ପର୍ଯ୍ୟନ୍ତ ଏବେ ରହିବା ପାଇଁ ପଡିବ ସମସ୍ତ ପ୍ରକାରର ଟେଷ୍ଟ ପାଇଁ ଆଉ ତାହା ପରେ ଅପେରସନ ହେବ ବୋଲି ମଧ୍ୟ କହିଛନ୍ତି | ତେବେ ପିଣ୍ଟୁ ନନ୍ଦ କିମ୍ସ ର ଡାକ୍ତର ଅଚିତ୍ୱ ସାମନ୍ତ ଙ୍କୁ ଧନ୍ୟବାଦ ଦେଇଛନ୍ତି କାରଣ ସେ ତାଙ୍କୁ ସାହସ ଯୋଗାଇଛନ୍ତି ଓ 2 ଲକ୍ଷ ଦେବା ସହିତ ତାଙ୍କର ପୁଅ ର ଭବିଷ୍ୟତ କଥା ଦେଖିବେ ବୋଲି ମଧ୍ୟ କହିଛନ୍ତି |
ତାହା ବ୍ୟତୀତ ପିଣ୍ଟୁ ନନ୍ଦ ସାରା ଓଡିଶା ବାସୀ ଙ୍କୁ ତାଙ୍କର ଧନ୍ୟବାଦ ଦେଇଛନ୍ତି ଆଉ କେଉଁ ଭଳି ଭାବରେ ସମସ୍ତେ ତାଙ୍କ ପ୍ରତି ଭଲ ପାଇବା ଦେଖାଉଛନ୍ତି ସେ ବିଷୟରେ ମଧ୍ୟ କହିବା ପାଇଁ ଲାଗିଛନ୍ତି | ଆଉ ଜଣେ ଦିନ ମଜୁରିଆ କେଉଁ ଭଳି ଭାବରେ 21 ଟଙ୍କା ସାହାଯ୍ୟ କରିଛି ପିଣ୍ଟୁ ନନ୍ଦ ଙ୍କୁ ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ କହିଛନ୍ତି ପିଣ୍ଟୁ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।