ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : ନିଜ ହାତତିଆରି ହେଲିକପ୍ଟର ଉଡାଣ ପରୀକ୍ଷଣ ବେଳେ ହଠାତ ଚାଲିଗଲା ଜୀବନ,ଅଧା ରହିଗଲା ସ୍ୱପ୍ନ….

0

ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ଯଦି ମନ ମଧ୍ୟରେ କିଛି କରି ଦେଖାଇବାର ଇଚ୍ଛା ଥାଏ , ଯଦି ତାହା ସଫଳ ହୋଇଥାଏ। ତାହାଲେ ମନୁଷ୍ୟ ଅନନ୍ଦିତ ହୋଇଥାଏ। କିନ୍ତୁ ଯଦି କିଛି କରିବା ପୂର୍ବରୁ ମୃତ୍ୟୁ ହୋଇଯାଏ ତାହାଲେ, ଏହା ଅତ୍ୟନ୍ତ ଦୁଃଖ ଦେଇଥାଏ। କିନ୍ତୁ ବର୍ତ୍ତମାନ ଏଭଳି କିଛି ଖବର ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି ଯାହା ଆପଣଙ୍କୁ ଦୁଃଖ ଲାଗିବ ନିଶ୍ଚିତ ତେବେ ଆସନ୍ତୁ ଜାଣିବା କଣ ଏହି ଘଟଣା ବିଷୟରେ;

ତେବେ ସୂଚନା ଅନୁସାରେ ମହାରାଷ୍ଟ୍ରର ରହୁଥିବା ଜଣେ ୨୪ ବର୍ଷିୟ ବ୍ୟକ୍ତି, ଗତ ଦୁଇ ବର୍ଷ ଧରି ହେଲିକପ୍ଟର ତିଆରି କରିବାକୁ ଚେଷ୍ଟା କରୁଥିଲେ। ଧୀରେ ଧୀରେ ସେ ମଧ୍ୟ ସଫଳତା ଆଡକୁ ଗତି କରୁଥିଲେ। କିନ୍ତୁ ବିମାନ ପରୀକ୍ଷଣ ସମୟରେ ତାଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ ମାତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। କିନ୍ତୁ ହେଲିକପ୍ଟର ତିଆରି କରିବାର ଇଚ୍ଛା ତାଙ୍କର ଛୋଟ ବେଳୁ ହିଁ ​​ରଖିଥିଲେ। ବୃତ୍ତିରେ ସେ ମେକାନିକ୍ ଥିଲେ ତାଙ୍କର ଗ୍ୟାରେଜରେ ହେଲିକପ୍ଟର ତିଆରି କରୁଥିଲେ। ତିଆରି କରୁଥିବା ହେଲିକପ୍ଟର ନାମ “ମୁନ୍ନା ହେଲିକପ୍ଟର” ରଖିଥିଲେ।

ତେବେ ମୁନ୍ନା ଶେଖଙ୍କ ପରିବାର କହିଲେ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି, ବଡ ଭାଇ ମୁସଭେର ଜଣେ ଗ୍ୟାସ ୱେଲଡର ଏବଂ ପିତା ଘରେ ରୁହନ୍ତି। ମୁନ୍ନା ଶେଖ ଆର୍ଥିକ ଅବସ୍ଥା ଭଲ ନଥିଲା। ସେ ଏକ ଛୋଟ ମେକାନିକ୍ ଭାବରେ କାମ କରୁଥିଲେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ଥିବା ମୁନ୍ନା ଶେଖ ହେଲିକପ୍ଟର ତିଆରି କରିବାର ଏକ ଉପାୟ ବାହାର କଲେ ଏବଂ ଧୀରେ ଧୀରେ ଏହା ତିଆରି କଲେ, ତାପରେ ସେଗୁଡ଼ିକୁ ୱେଲ୍ଡ କରି ଶେଷରେ ଦୁଇ ବର୍ଷର ପରିଶ୍ରମର ଫଳ ମିଳିଲା ଏବଂ ହେଲିକପ୍ଟର ପ୍ରସ୍ତୁତ ହୋଇଗଲା।

ଏହା ପରେ ଅଗଷ୍ଟ ୧୫ ରେ ମୁନ୍ନା ଶେଖ ଦ୍ୱାରା ନିର୍ମିତ ହେଲିକପ୍ଟର ଉତକ୍ଷେପଣ କରାଯାଇଥିଲା। ଏହାପୂର୍ବରୁ ସେ ଏକ ଟେଷ୍ଟ ଫ୍ଲାଇଟ୍ ନେବାକୁ ଚେଷ୍ଟା କରୁଥିଲେ। ତେବେ ଏହାର ଇଞ୍ଜିନଟି ୭୫୦ ଆମ୍ପେରରେ ଚାଲୁଥିଲା। ତା’ପରେ ହଠାତ୍ ହେଲିକପ୍ଟରର ପଛ ଫ୍ୟାନ୍ ଭାଙ୍ଗି ମୁଖ୍ୟ ଫ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହେଲା ଏବଂ ହେଲିକପ୍ଟରଟି ଜୋରରେ ଧକ୍କା ଦେଇଥିଲା। ଏହି ସମୟରେ ହେଲିକପ୍ଟର ଉଡ଼ାଇବାକୁ ଚେଷ୍ଟା କରୁଥିବା ମୁନ୍ନା ଶେଖ ମୁଣ୍ଡକୁ ଆଘାତ ଲାଗିଥିଲା। ପଳରେ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।