ଆଜିର ସମୟରେ, ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ। ଲୋକ ମାନଙ୍କ ମଧ୍ୟରେ ମଣିଷ ପଣିଆ ଗୁଣ ଦେଖିବା ପାଇଁ ମିଳୁନାହିଁ। ଚୋରି, ହତ୍ୟା, ଡକାୟତି, ହତ୍ୟା, ବଳାତ୍କାର ଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ପାରିବାରିକ ଘଟଣା ଅଧିକ ମାତ୍ରାରେ ବଢ଼ିଗଲାଣି, ଆପଣ ମାନେ ଦେଖିଥିବେ ପ୍ରାୟତଃ ଅଧିକାଂଶ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର କଳହ ଲାଗି ଅନେକ ପ୍ରକାର ବଡ଼ ବଡ଼ ଅପରାଧ ଘଟି ଯାଉଛି। କେଉଁଠି ବାପା ପୁଅ ମଧ୍ୟରେ ଝଗଡା ଲାଗି ବାପ ପୁଅକୁ ମାରି ଦେଉଛି ତୋ ଆଉ କେଉଁଠି ମାଆ ପୁଅ ମଧ୍ୟରେ ଝଗଡା ଲାଗି ମାଆ ପୁଅକୁ ହତ୍ୟା କରିଦେଉଛି। ତେବେ ଏଭଳି ଭାବରେ ଅନେକ ଘଟଣା ଆମ ସମାଜରେ ଘଟିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଅତି ଦୁଃଖଦ ଏବଂ ନିନ୍ଦନୀୟ ଘଟଣା ବର୍ତ୍ତମାନ ଦେଖବା ପାଇଁ ମିଳିଛି। ତେବେ ଘଟଣାଟି ହେଉଛି, ନିଜ ଭାଉଜକୁ ଛୁରୀରେ ହାନି ହତ୍ୟା କରିଛି ଦିଅର। ତେବେ ଏଭଳି ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଆଜି ଆମେ ଆପଣଙ୍କ ମାନକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;
ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଲାଥୁର ଥାନା ଅଧିନ ସାହାଜ ପାଣି ଗାଁରେ ଦେଖିବା ପାଇଁ ମିଳିଛି। ତେବେ ସୂଚନା ଅନୁସାରେ ଯୁବକ ନିଜ ଭାଉଜକୁ ଛୁରୀ ଭୂଶି ହତ୍ୟା କରିଥିଲା। ତେବେ ସାହାଜ ପାଣି ଗାଁରେ କ୍ଷୀର ମେହେରଙ୍କ ସ୍ତ୍ରୀ ସୂର୍ଯ୍ୟ କାନ୍ତିଙ୍କୁ ତାଙ୍କ ଦିଅର ଛୁରୀ ମାରିଥିଲେ। ଏହା ପରେ ତାଙ୍କ ପରିବାର ଲୋକେ ପାଟଣାଗଡ଼ ହସ୍ପିଟାଲ ନେଇଯାଇଥିଲେ। ଏହାପରେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଆକ୍ରମଣ ପରେ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛନ୍ତି। ଲକ୍ଷ୍ମୀକାନ୍ତିଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି, ପୋଲିସ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠେଇଛନ୍ତି।
ତେବେ ବର୍ତ୍ତମାନ ଅଭିଯୁକ୍ତ ଦିଅରର କୌଣସି ଖୋଜ ଖବର ନାହିଁ ସେ ବର୍ତ୍ତମାନ ଫେରାର ଅଛନ୍ତି। ତେବେ ସ୍ୱାମୀ କ୍ଷୀର ମେହେର ଏ ବିଷୟରେ କିଛି ଜାଣି ନାହାନ୍ତି। କଣ ପାଇଁ ତାଙ୍କ ସାନ ଭାଇ ତାଙ୍କୁ ହତ୍ୟା କଲା। ସେ ବାହାରେ ଥିଲେ। ତାଙ୍କ ପାଖକୁ ହଠାତ ଫୋନ କୋଲ ଆସିଲା ଯେ ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ସାନ ଭାଇ ଛୁରୀ ମାରିଛି। ଏହା ପରେ ସେ ବିଚଳିତ ହୋଇ ତାଙ୍କୁ ସ୍ତ୍ରୀକୁ ହସ୍ପିଟାଲରେ ନେବା ବାଟରେ ମୃତୁ ଘଟିଥିଲା। ତେବେ କଣ ଏଭଳି ହତ୍ୟା କଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ତେଣୁ ଆମର ଅନୁରୋଧ ଘୋଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।