ସ୍ତ୍ରୀ ଏବଂ ପିଲାର ତଣ୍ଟି କାଟି ହତ୍ୟା କରି ଫେରାର ହେଲା ସ୍ୱାମୀ, ପୁରା ଘଟଣା ଜାଣିଲେ ଲୋମ ଟାଙ୍କୁରୀ ଉଠିବ

0

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ସମାଜରେ ସେତେ ଅପରାଧୀ କାର୍ଯ୍ୟ ହୋଇ ଚାଲିଛି। ଆମ ସମାଜରେ ପ୍ରତିଦିନ ଅନୀତି,ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ିବାରେ ଲାଗିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ ଓ ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ସେମାନଙ୍କ ମନରେ କୌଣସି ବି ଦୟା ମନ ଭାବ ନାହିଁ, ଯାହା ଫଳରେ କି ସେମାନେ ଏଭଳି ନୃଶଂସ କାର୍ଯ୍ୟ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ସ୍ୱାମୀ ନିଜ ସ୍ତ୍ରୀ ଓ ୯ ବର୍ଷର ପୁଅକୁ ହତ୍ୟା କରି ଦେଇଛି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର କଳିଙ୍ଗନଗର ବିହାର ଅଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଘରେ କେହି ନଥିବା ସମୟରେ କୌଣସି କାରଣ ବଶତଃ ସ୍ୱାମୀ ନିଜ ସ୍ତ୍ରୀ ଓ ୯ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରି ଦେଇଛି। ହତ୍ୟା କରିବା ସାରିବା ପରେ ଯୁବକ ଜଣଙ୍କ ଏହି ଘଟଣାକୁ ନେଇ ହାଇଦ୍ରାବାଦରେ ରହୁଥିବା ତାଙ୍କ ସମ୍ପର୍କୀୟ ମାନଙ୍କୁ ସବୁ କଥା ଜଣାଇ ଦେଇଥିଲେ।

ତେବେ ଏହି ଘଟଣା ଭୁବନେଶ୍ୱରରେ ପ୍ରଚାର ହୋଇ ଯିବା ଫଳରେ, ଏହି ଘଟଣାକୁ ନେଇ ଭୁବନେଶ୍ୱର ଡ଼ିସିପି, ଖଣ୍ଡଗିରି ପୋଲିସ ଓ ଏଥି ସହିତ ଟମାଣ୍ଡୁ ପୋଲିସ ମାନେ ମଧ୍ୟ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ। ଏଥି ସହିତ ସେଠାକାର ଅଞ୍ଚଳର ଲୋକ ମାନେ ମଧ୍ୟ ଆସି ଭିଡ଼ ଜମାଇ ଦେଇଥିଲେ। ଏହା ପରେ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖି ପଚରା ଉଚରା ଜାରି କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଭଳି ହତ୍ୟାକାଣ୍ଡ କାହିଁକି କରା ଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହି ହତ୍ୟାକାଣ୍ଡ ହେବା ପଛରେ କଣ କାରଣ ରହିଛି ଖୁବ ଶୀଘ୍ର ସ୍ପଷ୍ଟ ହୋଇ ଯିବ ବୋଲି ଆଶା କରା ଯାଇଛି। ବର୍ତ୍ତମାନ ଏହି ଘଟଣାଟି ରାଜଧାନୀ ଭୁବନେଶ୍ବରରେ ଚହଳ ସୃଷ୍ଟି କରି ଦେଇଛି। ଏଭଳି ହତ୍ୟା କରିଥିବାକୁ ନେଇ ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।