ଆପଣମାନେ ଅନେକ ଘଟଣା ସୋସିଆଲ ମିଡ଼ିଆ ରେ ଦେଖିଥିବେ। ଯେ ଯୁବକ ଯୁବତୀ ପ୍ରେମ କରନ୍ତି, ଯଦି ପରିବାର ଲୋକେ ସେମାନଙ୍କ ବିବାହ ଅନ୍ୟ କୋୖଣସି ଜାଗାରେ ସ୍ଥିର କରନ୍ତି। କିଛି ଅଛନ୍ତି, ଯେଉଁମାନେ ପରିବାର ବିରୋଧ ରେ ଯାଇ ନିଜ ପସନ୍ଦିତା ପୁଅ ସହିତ ଘୋର ଛାଡି ପଳେଇ ଯାଆନ୍ତି। ଅନ୍ୟ କିଛି ଝିଅ ଅଛନ୍ତି, ପରିବାର କଥା ରେ ରାଜି ହୋଇ ଅନ୍ୟତ୍ର ବିବାହ କରନ୍ତି। ତେବେ ସେମାନେ ଖୁସିରେ ରହିପାରିନ୍ତି ନାହିଁ। କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ କିଛି ଏଭଳି ଘଟଣା ଦେଖିବା ପାଇଁ ମିଳିଛି, କାହାକି ଆପଣମାନଙ୍କୁ ଚକିତ କରିବ। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଅନ୍ୟ ଜଣେ ପୁଅ ସହିତ ବିବାହ କରାଇଥିବା ସୂଚନା ମିଳିଛି।
ଆପଣ ମାନେ ୧୯୯୯ ମସିହାରେ ରିଲିଜ୍ ହୋଇଥିବା ସୁପରରହିଟ ବଲିଉଡ୍ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ନିଶ୍ଚିତ ଭାବରେ ଦେଖିବା ପାଇଁ ପାଇଥିବେ। ତେବେ ଏହି ଫିଲ୍ମରେ ବନରାଜ ଭୂମିକାରେ ଅଭିନୟ କରୁଥିବା, ଅଜୟ ଦେବଗନ୍ ଏବଂ ତାଙ୍କ ପତ୍ନୀ ଭାବରେ ଅଭିନୟ କରୁଥିବା ନନ୍ଦିନୀଙ୍କୁ, ନିଜ ପ୍ରେମିକ ସମୀର ସହିତ ମିଶାଇବାର ସବୁ ଚେଷ୍ଟା କରିଥିଲେ। ତେବେ ଶେଷରେ ନନ୍ଦିନୀ ସ୍ୱାମୀଙ୍କ କଥା ବୁଝିପାରି ଫେରିଆସିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏକ ଅଲଟା ଦେଖିବା ପାଇଁ ମିଳିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀର ପ୍ରେମିକା ସହିତ ନିଜେ ବିବାହ କରାଇ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଏଭଳି ଏକ ଘଟଣା କାନପୁରରେ ଦେଖିବା ପାଇଁ ମିଳିଛି। ତେବେ ପଙ୍କଜ ଶର୍ମା ନାମରେ ଜଣେ ବ୍ୟକ୍ତି ଗୁରୁଗ୍ରାମରେ ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଭାବରେ କାମ କରନ୍ତି। ଚଳିତ ବର୍ଷ ପଙ୍କଜ, କୋମଲ ନାମରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ଚତୁର୍ଥୀ ପରଠୁ ସେ ସ୍ବାମିଙ୍କ ସହିତ ଠିକ ଭାବରେ ମିଶୁନଥିଲେ। ପ୍ରଥମେ ପ୍ରଥମେ ସେ ଭାବୁଥିଲେ। ଘୋର ପରିବାର ଛାଡ଼ି ଆସିଛି ହୁଏତ ସେଥିପାଇଁ ମନ ମଧ୍ୟରେ ଦୁଖଃ ରହିଛି, ବାପା ମାଆ କଥା ମନେପଡୁଥିବ। ଏହିଭଳି ଭାବରେ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ କୋମଲ ବ୍ୟବହାର ରେ କୌଣସି ପ୍ରକାରେ ପରିବର୍ତ୍ତନ ଆସିଲା ନାହିଁ।
ପଙ୍କଜ ବାରମ୍ବାର ଆସୁବିଧା ସମ୍ପର୍କରେ ପଚାରିବା ପରେ ସେ ମୁହଁ ଖୋଲି କହିଥିଲେ। ପିଣ୍ଟୁ ନାମରେ ଜଣେ ବ୍ୟକ୍ତିଙ୍କୁ ଭଲ ପାଏ, ସେ ତାଙ୍କୁ ଭୁଲି ପାରୁନାହାନ୍ତି। ଏହାପରେ ତାଙ୍କ ବାପା ଘୋର ଲୋକଙ୍କୁ ଡାକି ଏକ ସଭା ବସେଇଥିଲେ। ପଙ୍କଜଙ୍କ କହିବା କଥା ଯେ ଯଦି ସେ ତାଙ୍କ ସହିତ ଭଲ ଭାବରେ ପଦଟିଏ କଥା ହେଉନାହାନ୍ତି, ଭଲ ପାଉ ନାହାଁନ୍ତି। ବାଧ୍ୟ କରାଇ ରଖିବା ଠିକ ହେବ ନାହିଁ ଏଭଳି କହିଛନ୍ତି। ଏହାପରେ ପିଣ୍ଟୁ ସହିତ ତାଙ୍କର ବିବାହ କରିଥିଲେ। ଏଭଳି କାମ କରି ସେ ସବୁଠି ଚର୍ଚ୍ଚାର ପାତ୍ର ପାଲଟିଛନ୍ତି। କାରଣ ଜଣେ ସ୍ୱାମୀ ସବୁ ସହ୍ୟ କରିପାରିବ, ଏଭଳି ଜଣେ ସ୍ୱାମୀ ଯିଏକି ନିଜ ସ୍ତ୍ରୀର ବିବାହ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।