ନିଜ ସ୍ୱାମୀ ପାଇଁ ସହାୟତା ଭିକ୍ଷା କଲେ ନୂଆ ବାହା ହୋଇଥିବା ବାଲେଶ୍ଵର ର ଏହି ଅସହାୟ ମହିଳା, ଅଧିକରୁ ଅଧିକ ସେୟାର କରିବାକୁ କଲେ ଅନୁରୋଧ…

0

ବର୍ତ୍ତମାନର କରନା ମହାମାରୀ ଭଳି ଏକ ବିପଦପୂର୍ଣ୍ଣ ସମୟରେ ଲୋକଙ୍କ ନିକଟରେ କରନା ଜନିତ ସଂକ୍ରମଣ ପରେ ଅନ୍ୟ ଭିନ୍ନ ରୋଗର କାରଣ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଯାହା ଦେଖିବକୁ ମିଳୁଛି ଏଥିରେ ଗୁରୁତର ହୋଇ କିଛି ଲୋକେ ଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସେମାନଙ୍କୁ ସ୍ଵତନ୍ତ୍ର ହସ୍ପିଟାଲ ରେ ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା ର ଆବଶ୍ୟକତା ପଡୁଛି। କିଛିଦିନ ତଳେ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନ ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶାର ପୁଅ ଅମ୍ରିତ ଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରା ଯାଇଛି।

କରନା ରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ବାସ୍ଥ୍ୟ ବସ୍ଥା ବିଗିଡ଼ିବା ପରେ ତାଙ୍କର ଚିକିତ୍ସା ପାଇଁ ଚେନ୍ନାଇକୁ ନିଆ ଯାଇଥିଲା।ଏହି ସମସ୍ୟା କୁ ସୁଧାରିବା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ମଧ୍ଯ ବହୁତ୍ ମହଙ୍ଗା। ପ୍ରଥମେ ତାଙ୍କୁ ଏୟାର ଆମ୍ବୁଲାନ୍ସ ରେ ଚେନ୍ନାଇ ନିଆ ଯାଇଛି।ତେବେ ତାଙ୍କ ପାଇଁ ଏ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ୧ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କୁହା ଯାଉଛି। ସେହିପରି ଏବେ ଆଉ ଜଣେ ଓଡିଆ ପୁଅ ଏହି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ର ଶିକାର ହୋଇଛନ୍ତି। ଯାହାଙ୍କ ନାମ ହେଉଛି ଅଭିଷେକ ଏବଂ ତାଙ୍କର ଘର ଓଡ଼ିଶାର ବାଲେଶ୍ଵର ଜିଲ୍ଲାର।

ସେ ଏଭଳି ସମସ୍ୟା ଦେଇ ଗତି କରୁଥିବା ବେଳେ କିନ୍ତୁ ତାଙ୍କ ସ୍ତ୍ରୀ ନିଜ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସାହଯ୍ୟ ଭିକ୍ଷା କରିଛନ୍ତି। ସେ ତାଙ୍କ ସ୍ଵାମୀଙ୍କ ଚିକିତ୍ସା ପାଇଁ ସେ ସମସ୍ତଙ୍କ ନିକଟରେ କୋହଭରା ନିବେଦନ ମଧ୍ୟ କରୁଥିବା ଦେଖିବକୁ ମିଳିଛି ସୋସିଆଲ ମିଡ଼ିଆରେ।ସେ ଏକ ଭିଡିଓ ମାଧ୍ୟମରେ ଏଥିପାଇଁ ଲୋକଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି।ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ଦୀର୍ଘ ଦିନ ହେବ ଭୁବନେଶ୍ଵର ରେ ଏକ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ସୁଧାର ନ ଆସିବା କାରଣରୁ ତାଙ୍କୁ ଏୟାର ଲିଫ୍ଟ ଯୋଗେ ଅନ୍ୟ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ।

ଯେଉଁ ଚିକିତ୍ସା ପାଇଁ ଆବଶ୍ୟକ ୧ କୋଟି ରୁ ଅଧିକ ଟଙ୍କା।ମାତ୍ର ମାସେ ତଳେ ବିବାହ କରିଥିବା ଏହି ମହିଳାଙ୍କ ଜୀବନ ମାତ୍ର କେଇଦିନ ଭିତରେ ଯେମିତି ଓଲଟ ପାଲଟ ହୋଇ ଯାଇଛି। ଆଉ ଏବେ ତାଙ୍କ ପାଇଁ ଓଡିଶାର ଲୋକପ୍ରିୟ କଳାକାର ବବି ମିଶ୍ର ମଧ୍ଯ ସହାୟତା କରିବା ପାଇଁ ଓଡ଼ିଶା ବାସୀଙ୍କୁ ଅନୁରୋଧ କରିଛନ୍ତି। କାରଣ ଅସହାୟ ମହିଳା ଜଣଙ୍କ ପାଇଁ ଆପଣଙ୍କ ଛୋଟ ସହାୟତା ବି ବହୁତ୍ ଅଧିକ। ଆପଣଙ୍କ ଏକ ଛୋଟିଆ ଅନୁଦାନ ବି ଏକ ଜୀବନ ବଞ୍ଚାଇବା ରେ ସହାୟକ ହୋଇ ପାରିବ ଏବଂ ଜଣେ ସ୍ତ୍ରୀର ମଥାର ସିନ୍ଦୂର ମଧ୍ଯ ସେମିତି ଝଲସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।