ନିଜଠୁ 27 ବର୍ଷ ବଡ ପ୍ରଫେସରଙ୍କ ପ୍ରେମରେ ଛାତ୍ରୀ, ସାର୍ ରଖିଲେ ଶାରୀରିକ ସମ୍ପର୍କ ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

0

ଆପଣ ତ ଜାଣିଥିବେ ବହୁ ପୂର୍ବ କାଳରୁ ଗୁରୁ ଏବଂ ଶିଷ୍ୟ ଙ୍କ ସମ୍ପର୍କ ଭିତରେ କେତେ ପବିତ୍ରତା, ସମ୍ମାନ ରହିଥିବାର ଆମେ ଦେଖିବାକୁ ପାଉ। ସେମାନଙ୍କ ଭିତରେ ଥିବା ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ଭିନ୍ନ ଏବଂ ନିଆରା ସମ୍ପର୍କ ଅଟେ। ବାପା ମାଆ ଙ୍କ ତାଙ୍କ ସନ୍ତାନ ସହ ଯେଉଁଭଳି ସମ୍ପର୍କ ରହିଥାଏ ତା ଠାରୁ ବି ଅଧିକ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ। ଜଣେ ଗୁରୁ ତାର ଶିଷ୍ୟ ଅଜ୍ଞାନ ରୂପକ ଅନ୍ଧକାର ରୁ ଜ୍ଞାନ ରୂପକ ଆଲୋକ ଭିତରକୁ ଆଣିଥାନ୍ତି। କିନ୍ତୁ ଆଜିର ସମାଜରେ ଏହିଭଳି ଏକ ଅଭିନବ ସମ୍ପର୍କ ଭିତରେ ମଧ୍ୟ ଆଉ ପବିତ୍ରତା ରହି ନଥିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ଏକ ଭିନ୍ନ ତାରତମ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି।ପୂର୍ବ କାଳର ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ଏବେ ପ୍ରାୟତଃ କ୍ଵଚିତ ଦେଖିବାକୁ ମିଳୁଛି ବା ଆଦୌ ଦେଖିବାକୁ ମିଳୁନାହିଁ। ଆଜିର ଏହି ଅତ୍ୟାଧୁନିକ ବାତାବରଣ ର ପ୍ରଭାବ ରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ବନ୍ଧନ ତଥା ସମ୍ପର୍କ ରେ ମଧ୍ୟ କଳଙ୍କ ପରିଲକ୍ଷିତ ହେଉଛି।

କୁହାଯାଏ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ଙ୍କର ପଥଦର୍ଶକ ଏବଂ ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ପୁଅ ଝିଅ ଭଳି ଦେଖିଥାନ୍ତି। ପିଲା ମାନଙ୍କର ପଥ ପଦର୍ଶକ ହୋଇ ସେମାନଙ୍କୁ ତାଙ୍କର ଜୀବନ ର ମହତ୍ତ୍ୱ ବୁଝାଇବା ସହିତ ନୈତିକତା ର ବାର୍ତ୍ତା ଦେବା ସେମାନଙ୍କ କର୍ତ୍ତବ୍ୟ ହୋଇଥାଏ।

କିନ୍ତୁ ଆଜିର ଦୁନିଆରେ ଗୁରୁ ଶିଷ୍ୟଙ୍କୁ ନେଇ ଏମିତି ଅନେକ ଖବର ସାମ୍ନାକୁ ଆସୁଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ।ଆଜିର ଗୁରୁ ଏସବୁ କଥାକୁ ପାସରି ନିଜର ଘୃଣ୍ୟ କାମନା ବାସନା କୁ ପୂରଣ କରିବା ପାଇଁ ନିଜର ପୁଅ ଝିଅ ସଦୃଶ ଛାତ୍ରଛାତ୍ରୀ ଙ୍କ ଜୀବନକୁ ମଧ୍ୟ ନଷ୍ଟ କରି, ତାଙ୍କ ଭବିଷ୍ୟତ ସହିତ ଖେଳିବାକୁ ପଛାଉ ନାହାନ୍ତି।ସେହିଭଳି ଏକ ଲଜ୍ଜିତ କଲା ଭଳି ଘଟଣା ଜର୍ମାନୀ ରେ ଏକ ଛାତ୍ରୀଙ୍କ ସହ ଏବେ ନିକଟରେ ଘଟିଛି ଯାହା ଶୁଣିଲା ପରେ ଆପଣ ବି ଭାବିବାକୁ ବାଧ୍ୟ ହେବେ ବାସ୍ତବରେ ଏବେର ସମାଜର ରୂପରେଖ କିଭଳି ପରିବର୍ତ୍ତନ ହେବାରେ ଲାଗିଛି।

ସୂଚନା ଅନୁସାରେ ଜିନା ନାମକ ଛାତ୍ରୀ ଜଣଙ୍କ ୨୧ ବର୍ଷର ହୋଇଥିବା ବେଳେ ସେ ତାଙ୍କ ଠାରୁ ୨୭ ବର୍ଷ ବଡ଼ ଜଣେ ଶିକ୍ଷକ ପିଟର ହେନୀଚଙ୍କ ପ୍ରେମରେ ପଡି ସବୁ ସୀମାକୁ ଟପି ଯାଇଥିଲେ।ଏହି ଛାତ୍ରୀ ଜଣଙ୍କ ଅନଲାଇନ୍ କ୍ଲାସ୍ ରେ ଉକ୍ତ ଶିକ୍ଷକଙ୍କ ପ୍ରେମରେ ପଡି ଇ ମେଲ୍ ଜରିଆରେ ବାର୍ତ୍ତାଳାପ ଆରମ୍ଭ କଲେ।ପରେ ପରସ୍ପର ଦେଖା କରିବା ପରେ ଅଧିକ ଅନ୍ତରଙ୍ଗ ହେବାକୁ ଲାଗିଲେ ଓ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ସେମାନେ ଏହାକୁ ବିରୋଧ କରୁଥିବା ବେଳେ କିନ୍ତୁ ଉଭୟ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।