ଦେଖନ୍ତୁ ଭିଡ଼ିଓ : ନିଜକୁ ବିଲଡର କହି, ଅନେକ ଝିଅକୁ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା, ଶାରୀରିକ ସମ୍ପକ ରଖି ଛାଡି ଦେଉଥିଲା ଏହି ଯୁବକ…ଦେଖନ୍ତୁ ପୂରା ଘଟଣା

0

ଆଜିକାଲି ପ୍ରେମ, ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇଗଲାଣି, କାରଣ ଆପଣ ମାନେ ଦେଖିଥିବେ ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ଏହା ବ୍ୟତୀତ ଯଦି କେହି ବିବାହ କଲେ, ମିଛ କେବଳ ସଂପତ୍ତି ଲୋଭରେ ବିବାହ କରୁଛନ୍ତି। ଏବଂ ବିବାହ ପରେ ଆରମ୍ଭ ହୋଇଯାଏ ନିର୍ଯାତନା, ତାପରେ ଜଣା ପଡେ ଅସଲି ପରିଚୟ, ଏଭଳି ଘଟଣା ଆପଣ ମାନେ ଅନେକ ସମୟରେ ଦେଖିଥିବେ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ଯାହା ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଏବଂ ମନରେ ଆପଣଙ୍କ ର ପ୍ରଶ୍ନ ଆସିବ ଯେ ସମାଜରେ ଏମିତି ବି ଲୋକ ଅଛନ୍ତି? ତେବେ ବନ୍ଧୁଗଣ ସୂଚନା ଅନୁସାରେ, ଜଣେ ବିଲଡର ଅନେକ ଯୁବତୀଙ୍କୁ ଠକି ବିବାହ କରି ଲୁଟୁଥିଲା ବୋଲି ଯାହା ସୂଚନା ମିଳିଛି, ଆଜି ଆମେ ଆପଣ ମାନକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁଯାୟୀ, ଏହି ଘଟଣାଟି ରାଜଧାନୀ ଭୁବନେଶ୍ୱରରେ ଦେଖିବା ପାଇଁ ମିଳିଛି। ପ୍ରିୟବ୍ରତ ନାମରେ ଜଣେ ବ୍ୟକ୍ତି ଧନୀ ଶ୍ରେଣୀର ଝିଅ ମାନଙ୍କୁ ଫସାଉଥିଲା ନିଜକୁ ବିଲଡର କହି ଝିଅ ମାନଙ୍କୁ ବିବାହ କରୁଥିଲା। ଏବଂ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଯୌତୁକ ନେଉଥିଲା। ଏବଂ ବିବାହ ପରେ ଯୌତୁକ ନିର୍ଯାତନା ଦେଇ ଛାଡି ଦେଉଥିଲା। ବୋଲି ଦୁଇଜଣ ଯୁବତୀ ଅଭିଯୋଗ କରିଛନ୍ତି। ପୁରୀ ଅଞ୍ଚଳରେ ଜଣେ ଯୁବତୀ ତାଙ୍କୁ ବିବାହ କରିଥିଲେ, ବିବାହ ଦିନଠୁ ତାଙ୍କ ଶାଶୂ ନିର୍ଯାତନା ଆରମ୍ଭ କରିଦେଇଥିଲେ। ଦିନେ ହଠାତ ଜଣେ ଯୁବତୀ ତାଙ୍କ ଘରକୁ ଆସି ଝଗଡା କରିବା ପାଇଁ ଲାଗିଲା। ତାପରେ ସେ ଜାଣି ପାରିଥିଲେ ଯେ ଯେଉଁ ଯୁବତୀ ଜଣକ ଆସି ଝଗଡା କରୁଛନ୍ତି। ସେ ହେଉଛନ୍ତି ତାଙ୍କର ପ୍ରଥମ ସ୍ତ୍ରୀ।

ଏହା ପରେ ଉଭୟ ଯୁବତୀ ତାଙ୍କ ନାମରେ ଅଲଗା ଅଲଗା କେସ ଦେଇଛନ୍ତି। ଜଣେ ଯୁବତୀ ମହିଳା ଥାନାରେ ଅନ୍ୟ ଜଣେ କେପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଉଭୟଙ୍କ ଦାବି ଯେ ସେମାନେ ତାଙ୍କୁ ଯେଉଁ ଯୌତୁକ ଦେଇଥିଲେ, ତାହା ଫେରେଇ ଦିଅନ୍ତୁ। କିନ୍ତୁ ରସିକିଆ ଯୁବକ ଅତି ଚତୁରତାର ସହିତ ନିଜ ନାମରେ ସବୁ ବିଲ କରିଥିଲେ। ପୂର୍ବରୁ, ପୋଲିସ ଏହାର ତର୍ଜମା କରି ତାଙ୍କୁ ଗିରଫ କରିଛି, ପୂର୍ବରୁ ସେ ଅନେକ ଯୁବତୀ ସହିତ ଶାରୀରିକ ସମ୍ପର୍କ ରଖି ଯୁବତୀ ମାନଙ୍କୁ ଧୋକା ଦେଉଥିଲା। ତେବେ ବର୍ତ୍ତମାନ ଦେଖିବାର ବିଷୟ ଯେ ପୋଲିସ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି, ନା ତାଙ୍କୁ ଛାଡି ଦେଉଛି।

ତେବେ ବନ୍ଧୁ ଗଣ ଆପଣ ହଁ ବିଚାର କରନ୍ତୁ ଏହା ସହିତ କଣ କରିବା ଉଚିତ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।