Exclusive : ନିଜକୁ ମା ଶାରଳା ବୋଲାଉଛନ୍ତି ଏହି ଭଣ୍ଡ ମାତା ସୋନାଲି…ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି ଏକ ଅନ୍ଧ ବିଶ୍ୱାସକୁ ନେଇକି ଘଟଣାଟି ସାମ୍ନାକୁ ଆସିଛି , ଆଉ ଯାହା ପାଇଁ ସାରା କେନ୍ଦ୍ରାପଡ଼ା ଅଞ୍ଚଳର ଲୋକ ମାନେ ଘଟଣାର ସତ୍ୟା ସତ୍ୟକୁ ଜାଣିବା ପାଇଁ ଚାହୁଁଛନ୍ତି | ତେବେ କେନ୍ଦ୍ରାପଡ଼ା ରେ ସାରଥୀ ନାମରେ ଜଣେ ଭଣ୍ଡ ବାହାରିଥିଲେ, ଆଉ ଯିଏ ନିଜର ଭଣ୍ଡାମୀ ଛୋଳରେ ନିଜକୁ ସମସ୍ତଙ୍କ ଆଗରେ ଭଗବାନ ର ପରିଚୟ ଦେଇଥିଲେ | ଆଉ ଲୋକ ମାନଙ୍କଠୁ ସେହି ଭଣ୍ଡ ସାରଥୀ ଅନେକ ଟଙ୍କା ମଧ୍ୟ ନେଇଥିଲେ ଆଉ ଶେଷରେ ଧରା ପଡିବା ପରେ ଜେଲକୁ ମଧ୍ୟ ଯାଇଥିଲେ | ଠିକ ସେହିପରି କେନ୍ଦ୍ରାପଡ଼ା ଅଞ୍ଚଳରେ ସୋନାଲି ନାମରେ ଜଣେ ମହିଳା ନିଜକୁ ଦେବୀ ବୋଲି କହି ଗାଁ ରେ ଘୁରିବାକୁ ଲାଗିଛନ୍ତି, ତାହେଲେ ଆସନ୍ତୁ ସେହି ଘଟଣା ବିଷୟରେ ଅଧିକ ଜାଣିବା |

ତେବେ ସାରଥୀଙ୍କ ପରେ ସୋନାଲି ନିଜକୁ ଝଙ୍ଗଡ଼ ବାସିନୀ ମା ସାରଳା ବୋଲି କହୁଛନ୍ତି, ହରିଆଙ୍କ କୁ ଦ୍ୱିତୀୟ କନକ ପୁରୀ କହିବେ ବୋଲି ଡେରାଇସ ବ୍ଲକ ହରି ଅଙ୍କ ରେ ନିଜକୁ ଝଙ୍କଡ଼ ବାସିନୀ ବୋଲି କହି ଲୋକ ମାନଙ୍କୁ ଠକି ଚାଲିଛନ୍ତି |ତେବେ ହରିଅଙ୍କ ବ୍ଲକ ର ଶକ୍ତି ମଲ୍କିକ ଙ୍କ ସ୍ତ୍ରୀ ସୋନାଲି ମଲ୍ଲିକ ନିଜକୁ ଦେବୀ ବୋଲି କହି ବୁଲୁଛନ୍ତି, ଆଉ ତାହା ସହିତ ସେ ନିଜର ପୁଅ ଓ ତାଙ୍କର ସମ୍ପର୍କୀୟ ମାନଙ୍କୁ ମଧ୍ୟ ସେହି କାର୍ଯ୍ୟରେ ନିୟୋଜିତ କୋରେଇଛନ୍ତି |

ଆଉ ନିଜକୁ ସାରଳା ବୋଲି କହି ନିଜର ପାଦରେ ଫୁଲ ଓ ତୁଳସି ଲଗାଉଛନ୍ତି ଯାହା ହିନ୍ଦୁ ସଭ୍ୟତା ଅନୁସାରେ ବଡ଼ ପାପ ଅଟେ |ଏହା ବ୍ୟତୀତ ସେ ଲୋକ ମାନଙ୍କୁ ବିଭିନ୍ନ କଥା ମଧ୍ୟ କହୁଛନ୍ତି, ଲୋକ ମାନଙ୍କର ଦୁଃଖ ଆଉ ଦୁର୍ଦଶା ଓ ସମସ୍ତ ଅସୁବିଧାକୁ ଦୂର କରିଦେବେ ବୋଲି କହୁଛନ୍ତି, ଆଉ ଲୋକ ମାନଙ୍କ ଠୁ ଅନେକ ଟଙ୍କା ମଧ୍ୟ ନେଉଛନ୍ତି |

ତେବେ ଅଭିଯୋଗ ଆସିଛି କି ଟଙ୍କା ନେଇଥିଲେ ମଧ୍ୟ ତାଙ୍କ ଯୋଗୁଁ ରୋଗ ଵା କିଛି ବି ଅସୁବିଧା ଦୂର ହେଉନାହିଁ, କେତେକ ଲୋକ ତାଙ୍କୁ ଭଣ୍ଡ ବୋଲି ମାନୁଥିବା ବେଳେ କେତେଜଣ ତାଙ୍କର କଥାକୁ ବିଶ୍ୱାସ ମଧ୍ୟ କରୁଛନ୍ତି | ତେବେ ସେ ନିଜର ଆସ୍ଥାନ ମଧ୍ୟ ସେଠାରେ ବନେଇଛନ୍ତି ତାହା ସହିତ ଭକ୍ତ ମଧ୍ୟ ତାଙ୍କର କିଛି ହେଲେଣି |

ଆଉ ସେ କହିଛନ୍ତି କି ତାହା ହେଉଛି ତାଙ୍କର ଦ୍ୱିତୀୟ କନକ ପୁର ଯାହାକୁ ସେ ନିଜର ଆସ୍ଥାନ ବନେଇଛନ୍ତି ଆଉ ମା ନିଜ ଜନ୍ମ ସ୍ଥାନକୁ ଫେରିଛନ୍ତି | ତେବେ ଏହାକୁ ବିରୋଧ କକ୍ରି ଲୋକମାନେ କହିଛନ୍ତି କି ଏହି ଭଳି ଭାବରେ ଯଦି ଅନ୍ଧବିଶ୍ୱାସ ଚାଲିବ ତାହେଲେ ଯୁବ ସମାଜ ଖରାପ ଆଡକୁ ଗତି କରିବ | ଯାହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ | ତେବେ ଏହି ଭିଡିଓଟି ବର୍ତ୍ତମାନ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment