ପୋଲିସ ହେବ ତ ଏମିତି… ନିଜର ହେବାକୁ ଯାଉଥିବା ଭାବି ସ୍ୱାମୀ କୁ ଗିରଫ କଲା ମହିଳା ପୋଲିସ… ଦେଖନ୍ତୁ Video

0

ବନ୍ଧୁମାନେ ଆମ ସମାଜରେ ବିବାହ ଏକ ପବିତ୍ର ବନ୍ଧନର ମାନ୍ୟତା ଦିଆ ଯାଇଛି, ଗୋଟିଏ ବିବାହ ଦୁଇ ଜଣ ବ୍ୟକ୍ତିଙ୍କୁ ଯୋଡିବା ସହ ବହୁତ କିଛି କୁ ସାମିଲ କରିଥାଏ ।ତେବେ ଆମେ ଯେତେବେଳେ କିଛି କିଛି କାର୍ଯ୍ୟ କରିଥାଉ ତାହା ନିଜ ଖୁସି ବା ପରିବାରର ଖୁସି ପାଇଁ ଆଉ ଯେତେବେଳେ ବି ଆମ ନିଜର ଲୋକ ପ୍ରତି କିଛି ବିପଦ ଆସିଥାଏ ସେତେବେଳେ ଆମେ କଣ କରିଥାଉ ତାହା ଜଣା ନଥାଏ ।କିନ୍ତୁ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ଆଗରେ ସମ୍ପର୍କକୁ ବି ଭୁଲି ଯାଇଛନ୍ତି ।

ତେବେ ଆସାମରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଯେଉଁଠାରେ ଆସାମ ନଗାଁ ଜିଲ୍ଲାର ମହିଳା ସବ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିବା ଜନୁମଣି ରାମ୍ଭା ନିଜର ଭାବି ସ୍ୱାମୀକୁ ଗିରଫ କରିଛନ୍ତି ।ତେବେ ଘଟଣା ଅନୁଯାୟୀ ରାଣା ପପୁ ନାମକ ବ୍ୟକ୍ତି ସହ ତାଙ୍କର ବିବାହ ହରିଥାନ୍ତା 2022 ନଭେମ୍ବର ରେ ।ତେବେ ଜୁନୁ 2021 ରେ ରାଣା ପପୁଙ୍କୁ ଭେଟିଥିଲେ ସେତେବେଳେ ସେ OMGC ର PRO ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ ।ତାପରେ ଧୀରେ ଧୀରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଡି ଉଠିଥିଲା ଓ ପରବର୍ତ୍ତୀ ସମୟରେ ଉଭୟଙ୍କ ପରିବାର ଭେଟି 2021 ଅକ୍ଟୋବର ରେ ସେମାନଙ୍କ ନିର୍ବନ୍ଧ କରେଇଥିଲେ ।

ଆଉ ଏହି 2022 ନଭେମ୍ବରରେ ବିବାହ ହେବ ବୋଲି ଦିନ ଧାର୍ଯ୍ୟ ହେଇଥିଲା, କିନ୍ତୁ ଘଟଣାରେ ବିବାଦ ଆସିଲା ସେତେବେଳେ ଯେତେବେଳେ ଜୁନୁ ରାଣାଙ୍କ କାମକୁ ନରି ସନ୍ଦେହ କରିଥିଲେ ।ତେଣୁ ସେ ଧୀରେ ଧୀରେ ରାଣାଙ୍କ କାର୍ଯ୍ୟ ବିଷୟରେ ଅଧିକ ଜାଣିବା ପାଇଁ ଖୋଜ ଖବର ନେଇଥିଲେ ଆଉ ତା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଘଟଣା ଘଟିଥିଲା ।ତେବେ ପପୁ ଜଣେ ମିଛ ଓ ଥକାମୀ ପ୍ରକୃତିର ଲୋକ ଯିଏ ମିଛରେ OMGC ର PRO କହି 35 ଲକ୍ଷ୍ ଟଙ୍କାର ର ଘଟାଲା କରିଥିଲେ ।

କେବଳ ଏତିକିରେ ରହି ନଥିଲେ ପପୁ, ନିଜକୁ ଅଧିକ ସାମ୍ଭ୍ରାନ୍ତ ଓ ଧନୀ ବୋଲି ଜଣେଇବା ପାଇଁ ଭଡ଼ାରେ ଗୋଟିଏ SUB ନେଇଥିଲେ ତା ସହିତ ନିଜର ସୁରକ୍ଷା ପାଇଁ ସିକୁରୀଟି ରଖିଥିଲେ ।ଆଉ ଏହିସବୁ ପରେ ତାଙ୍କ ନାଁରେ କେଶ ଫାଇଲ କରି ଆରେଷ୍ଟ କରି ଥିଲେ ଜୁନୁ ରାଣା ପପୁଙ୍କୁ ।ଆଉ ଏହି ଘଟଣା ପରେ ଜୁନୁ କହିଛନ୍ତି କର୍ତ୍ତବ୍ୟ ଓ କାନୁନ ଆଗରେ ଯେତେ ନିଜର ଲୋକ ହେଲେ ବି ଆରେଷ୍ଟ ହେବାକୁ ପଡ଼ିବ ।

ତେବେ ଏହା ଆଗରୁ ବି ଜୁନୁ ସାମ୍ନାକୁ ଆସିଥିଲେ ଜଣେ ବିଧାୟକ ତାଙ୍କୁ ଆଇନ ବାହାରେ କାର୍ଯ୍ୟ କରିବାକୁ କହିଥିଲେ କିନ୍ତୁ ସେ ତାଙ୍କୁ ଆଇନର ଉଚିତ ପାଠ ଜଣେଇ ଥିଲେ ।ତେବେ ଏମିତି ସମସ୍ତ ନାଗରିକ ହେବା ଦରକାର ନିଜ କର୍ତ୍ତବ୍ୟ ଆଗରେ ଯେତେ ଆପଣାର ହେଲେ ତାଙ୍କୁ ଦଣ୍ଡ ମିଳିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।