ବନ୍ଧୁଗଣ ସୋସିଆଲ ମେଡିଆରେ ଆପଣ ପ୍ରତିଦିନ ଅନେକ ନୂଆ ନୂଆ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ | ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ ଜଣେଇବି, ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ନିଶ୍ଚିତ |ବର୍ତମାନ ଯେ ଓଡ଼ିଶାରେ ଏହି ବର୍ଣ୍ଣ ବୈଷ୍ଣବତା ନୀତି ଏବେବି ବଞ୍ଚି ରହିଛି, ତାହା ଆପଣ ବିଶ୍ୱାସ ମଧ୍ୟ୍ୟ କରିପାରିବେ ନାହିଁ |ଏହି କଳା ଗୋରା ଭେଦ ଭାବ ଇଂରେଜ ସମୟରେ ଥିଲା, ହେଲେ ଆମ ଦେଶ ସ୍ୱାଧୀନ ହେଲା ପରେ ଏହା ଧୀରେ ଧୀରେ ଲୋପ ପାଇଯାଇଛି |ଜଣେ ଛୋଟ ୭ ବର୍ଷର ଶିଶୁ ଓ ତା ମା ଏହି କଳା ଗୋରା ଭେଦ ଭାବର ଶିକାର ହୋଇଛି | ଏତେ ଛୋଟ ବୟସରୁ ସେ ଏଥିପାଇଁ ଭାଙ୍ଗି ପଡିଛି |ତେବେ ଆସନ୍ତୁ ବନ୍ଧୁଗଣ ଏହାର ସମ୍ପୂର୍ଣ ଘଟଣା ବିଷୟରେ ଜାଣିବା |
ଏହି ସରଳ ନିରୀହ ଶିଶୁ ସେ ଅବା ଏ ଦୁନିଆର ଭେଦଭାବ ବିଷୟରେ କଣ ବା ଜାଣିଛି | ତାର ରଙ୍ଗ ଯଦି କଳା ତେବେ ଏଥିରେତାହାର ଭୁଲ କଣ ରହିଛି | ଏତେ ଛୋଟ ବୟସରୁ ସେ ତାର ଅତି ନିଜ ଲୋକ ମାନଙ୍କ ଦ୍ଵାରା ଶିକାର ହୋଇଛି ଏହି କଳା ଗୋରା ଭେଦ ଭାବରେ |ହଁ ବନ୍ଧୁଗଣ ଏପରି ଏକ ଦୁଃଖପୂର୍ଣ୍ଣ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅତର୍ଗତ ତଡଦା ଗ୍ରାମରେ | ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ ଏହି ତଡଦା ଗ୍ରାମର ଚନ୍ଦନ ଦାସ, 2013 ମସିହାରେ ବସ୍ତା ଥାନା ଆନ୍ତଗତ ଜିଲ୍ଲାପାଳ ଗ୍ରାମରୁ ଜ୍ୟୋତ୍ସ୍ନା ଦାସ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ | ଏହି ବିବାହ ର ଦୁଇ ବର୍ଷ ପରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା |ଏହି ଝିଅର ରଙ୍ଗ କଳା ହୋଇଥିବାରୁ ପରିବାର ସମସ୍ତଙ୍କ ସାମ୍ନାରେ ଦୋଷି ଶିକାର ହୋଇଛନ୍ତି ଜ୍ୟୋତ୍ସ୍ନା | ଏହି ପିଲାଟି ଜନ୍ମ ହେବା ପରଠାରୁ ଶରୀରକ ଓ ମାନସିକ ନିର୍ଯାତନା ରେ ଶିକାର ହେଉଛନ୍ତି ଜ୍ୟୋତ୍ସ୍ନା | ଏମିତି ଦିନେ ଦିନେ ସମୟ ଆସିଲେ ମା ଓ ଝିଅ ଦୁଇଜଣ ଙ୍କୁ ଖାଇବା ପାଇଁ ଦିଅନ୍ତି ନାହିଁ,ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ ମାରନ୍ତି ବୋଲି ଗ୍ରାମର ଲୋକେ କହୁଛନ୍ତି |
ଗତ ଗଣେଶ ପୂଜା ଦିନ ଜ୍ୟୋତ୍ସ୍ନାର୭ ବର୍ଷ ଝିଅ ଦିପାଲି ର ଦେହ ଖରାପ ହେବାରୁ ଜଣେ ଗ୍ରାମବାସୀଙ୍କ ସହାୟତା ରେ , ସେ ତାଙ୍କ ଝିଅ କୁ ବାଲେଶ୍ୱର ବଡ ମେଡିକାଲକୁ ନେଇଯାଇଥିଲେ |ସେଠାରୁ ଝିଅର ଦେହ ସୁସ୍ଥ ହେବାରୁ ସେ ଗତକାଲି ସକାଳ ଘରକୁ ଫେରିଥିଲେ, ହେଲେ ତାଙ୍କ ସ୍ୱାମୀ ଚନ୍ଦନ ତାଙ୍କୁ ଘରକୁ ଯିବାପାଇଁ ନଦେଇ ଗେଟ ରେ ତାଲା ପକାଇଦେଇଥିଲେ |ଗତ କାଲିଠାରୁ ମା ଝିଅ ଦୁଇଜଣ ଅଖିଆ ଅପିଆ ସେହି ଗେଟ ସାମ୍ନାରେ ବସିଥିଲେ |ରାତ୍ରିରେ ସେମାନେ ଭୟ କାରଣରୁ ପାଖ ଶିବମନ୍ଦିରରେ ବିଶ୍ରାମ ନେଇଥିଲେ |ଆଜି ସକାଳୁ ଘରକୁ ଆସି ପଶିବା ପାଇଁ ଚେଷ୍ଟା କରୁଥିବାରୁ, ଚନ୍ଦନ ଦାଶ ଉଭୟ ମା ଝିଅଙ୍କୁ ମାଡ ମାରିଛନ୍ତି |ନ୍ୟାୟ ପାଇବା ଆଶାରେ ମା ଓ ତା 7ବର୍ଷର କୁନି ଝିଅକୁ ନେଇ ବସିଛି ଗେଟ ସାମ୍ନାରେ |
ଏହି ବାବଦରେ ଚନ୍ଦନ ଦାସଙ୍କୁ ପଚାରିବାରୁ ଏମାନଂକୁ ଘର ଭିତରକୁ ପଶେଇ ଦେବେନି ବୋଲି ରୁକଠୁକ ମନା କରିଦେଇଛନ୍ତି | 2020ରୁ ଡିଭୋର୍ସ ପାଇଁ କେଶ ଚାଲିଛି ବୋଲି କହିଛନ୍ତି, କୋର୍ଟ ଯାହା ନିଷ୍ପତି ନେବ, ଯାହା କହିବାର ଅଛି କୋର୍ଟ ରେ କହିବ ବୋଲି କହିଛନ୍ତି ଚନ୍ଦନ ଦାସ | ହଁ ବନ୍ଧୁଗଣ ଛୋଟ ଶିଶୁ ଓ ତା ମାଙ୍କର ନ୍ୟାୟକୁ ଆଖି ଆଗରେ ରଖି ଏହି ଖବର ଏବେ ଖୁବ ଭାଇରାଲ ହେବାର ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।