ନିଜର କର୍ମକୁ ନେଇ ଆମକୁ କିପରି ଫଳ ମିଳିଥାଏ… ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଆଜି ଆମେ ଏମିତି ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଯାହା ଦୁନିଆର ପ୍ରତ୍ୟେକ ଟି ଲୋକ ଜାଣିବା ନିହାତି ଆବଶ୍ୟକ। କର୍ମ ହେଉଛି ସମସ୍ତଙ୍କର ଜୀବନର ସବୁକିଛି। ଭାଗ୍ୟ ଲେଖିବାର କଲମ ହେଉଛି କର୍ମ। ଆପଣଙ୍କ କର୍ମ ଯେମିତି, ଆପଣଙ୍କ ଜୀବନ ସେମିତି। ତେବେ ପ୍ରତ୍ୟେକ କ୍ଷଣରେ, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ସମୟରେ ଆପଣଙ୍କର କର୍ମର ହିସାବ ହେଉଛି। ଆପଣଙ୍କ କର୍ମ କେବଳ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବ ନାହିଁ ବରଂ ଆପଣଙ୍କ ସହିତ ଆପଣଙ୍କ ପରିବାର ଏବଂ ସମାଜର ଭାଗ୍ୟକୁ ବଦଳାଇ ଦେଇ ଥାଏ। ନିଜର କର୍ମର ଫଳ ନିଜକୁ ଭୋଗିବାକୁ ପଡ଼ିଥାଏ।ତେବେ ଏକ ସୁନ୍ଦର୍ କାହାଣୀ ମାଧ୍ୟମରେ ନିଜର କର୍ମକୁ କିପରି ପ୍ରତିଫଳିତ କରାଯାଏ ତାହା ଜାଣିବା।

କୌଣସି ଏକ ଫ୍ୟାକ୍ଟ୍ରି ରେ ଦୁଇଜଣ ଯୁବକ କାମ କରୁଥିଲେ। ସେମାନେ ଦୁଇଜଣ ସାଙ୍ଗ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶାନ୍ତ ସରଳ ଏବଂ ଅନ୍ୟ ଜଣେ ଟିକେ ଉଦ୍ଧତ। ଫ୍ୟାକ୍ଟ୍ରି ଭିତରକୁ ପ୍ରବେଶ ପାଇଁ ଲାଇନ୍ ଦେବାକୁ ପଡିଥାଏ କିନ୍ତୁ ଉଦ୍ଦାମ ଲୋକଟି ସରଳ ଲୋକଟିକୁ ଠେଲି ପଛକୁ ପଠାଇ ଦିଏ। ଆଗ ଯାଇ ମଧ୍ଯ ସରଳ ଲୋକଟି ଅନ୍ଯ ମାନଙ୍କର ଖରାପ୍ ପ୍ରକୃତିର ଶିକାର ହୋଇ ପଛକୁ ଚାଲି ଆସେ। ଏଥିପାଇଁ ଅଧିକାଂଶ ଦିନ କଂପାନୀ ର ମ୍ୟାନେଜର ପାଖରୁ ତାକୁ ଗାଳି ଖାଇବାକୁ ପଡେ। କିନ୍ତୁ ବିଚରା କିଛି କହି ପାରେ ନାହିଁ ଆଉ କାନ୍ଦି ପକାଏ।ବେଳେବେଳେ ତାକୁ ମ୍ୟାନେଜର ବାବୁ ମଧ୍ଯ ବାହାର କରି ଦିଅନ୍ତି।ସେ ସବୁକିଛି ସହି ଯାଏ। ଛୋଟ ଚାକିରି, ତେଣୁ ସେ କିଛି ନକହି ବି ତାର କର୍ମକୁ ଠିକ୍ ଭାବରେ କରିବାକୁ ଚେଷ୍ଟା କରେ।

ଏମିତି ଦିନ ଚାଲିଯାଏ ସେ ବି ତାର କର୍ମ କରୁଥାଏ। ଉଦ୍ଧତ ଲୋକଟି ସବୁବେଳେ ସେମିତି ବଦମାସୀ କରୁଥାଏ ଏବଂ ଏ ସରଳ ଲୋକଟି ସେସବୁ କୁ ସହି ସହି ଚାଲିଥାଏ। ଏହା ସତ ଯେ କର୍ମର ଫଳ ଦିନେ ନା ଦିନେ ନିଶ୍ଚୟ ମିଳିବ। ସେହିପରି ଦିନେ ସେହି ବଦମାସ୍ ପିଲାଟିର ଦେହ ଭୀଷଣ ଖରାପ୍ ହେଲା। ଖବର ପାଇବା ମାତ୍ରେ ସେ ଦୌଡ଼ି ଦୌଡ଼ି ଯାଇ ଗାଆଁ ରେ ପହଞ୍ଚିଲା। ଛୋଟ ହସ୍ପିଟାଲ୍ ରେ ଡାକ୍ତର ମନା କରିବା ପରେ ପିଲାର ଜୀବନ ବଞ୍ଚାଇବାକୁ ଜୀବନ ବିକଳରେ ସେ ସହରକୁ ଧାଇଁଲା।ଡାକ୍ତରଖାନା ଯିବା ସମୟରେ ସେହି ସରଳ, ନିରୀହ ଯୁବକକୁ ସାଙ୍ଗରେ ନେଇଗଲା। ସେଠାରେ ଲମ୍ବା ଲାଇନ୍ ଲାଗିଥାଏ। ତେଣୁ ସେ ଅଧର୍ଯ୍ୟ ହୋଇ ଆଗକୁ ଧକ୍କା ଦେଇ ଯିବାକୁ ଚେଷ୍ଟାକରି ସେଠାରେ କିନ୍ତୁ ବିଫଳ ହେଲା।

କାରଣ ବଡ ହସ୍ପିଟାଲ୍ ବଡ ବ୍ୟବସ୍ଥା। ମାତ୍ର ଅଳ୍ପ ସିଟ ଥାଏ, ସବୁତକ ସରିଗଲା କିନ୍ତୁ ତାର ଲାଇନ୍ ପଡିଲା ନାହିଁ। ପିଲାର ଚିକିତ୍ସା ନହୋଇ ପାରିଲେ ତାର ଏବଂ ତାର ପିଲାର କଣ ଅବସ୍ଥା ହେବ ତାହା ସେ ଜାଣି ପାରୁଥିଲା। ଆଖିରୁ ଝରଝର ହୋଇ ଲୁହ ବୋହି ଆସୁଥାଏ। ଏପରି ସ୍ଥଳେ ସରଳ ଲୋକଟି ଆସି କହିଲା ବନ୍ଧୁ ଆଜି କଣ ହେବ ମୁଁ ଜାଣିନି। କିନ୍ତୁ ଏହା ନିଶ୍ଚିତ ହୋଇଗଲି ଯେ ଭଗବାନ ସବୁ କର୍ମର ହିସାବ ଟିକିନିକି କରନ୍ତି। ତୁମେ ଯେଉଁ ସବୁବେଳେ ଲୋକଙ୍କୁ ଧକ୍କା ଦେଇ ଲୋକଙ୍କ ମନରେ କୋହ ଦେଉଥିଲ, ଆଜି ଭଗବାନ ତୁମକୁ ଏମିତି ଧକ୍କା ଦେଇଛନ୍ତି ଯେ ତୁମେ ହୁଏତ ଜୀବନରେ କେବେ ତାକୁ ଭୁଲି ପାରିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment