ଦେଖନ୍ତୁ Shocking ଭିଡ଼ିଓ : ନିଜେ ଟିଓ୍ଵେଲ ମାରି ଭୋକିଲା କୁକୁରକୁ ପାଣି ପିଆଇଲା କୁନି ପୁଅ, ଏହି କୁନି ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

0

ଆଜିକାଲିର ଵ୍ୟସ୍ତ ବହୁଳ ଜୀବନ ମଧ୍ୟରେ ମନୁଷ୍ୟ ସର୍ବଦା ନିଜ ସ୍ୱାର୍ଥକୁ ଦେଖିଥାନ୍ତି। ଅନ୍ୟକୁ ସାହଯ୍ୟ କରିବା ତୋ ଦୂରର କଥା ସବୁବେଳେ ଆପଣା ସ୍ୱାର୍ଥକୁ ଦେଖି ଥାନ୍ତି। ଅନ୍ୟ ପରିସ୍ଥିତିକୁ ବୁଝିବା ଭଳି ଲୋକ ଏ ଦୁନିଆରେ ବହୁତ କମ ଅଛନ୍ତି। ସମସ୍ତଙ୍କ ମନ ମଧ୍ୟରେ ବିଭିନ୍ନ ପ୍ରକାର କଳୁଷିତ ଚିନ୍ତାଧାରା ରହିଥାଏ। ହିଂସା, ଛଳନା, କପଟ ଇତ୍ୟାଦି ଦେଖାଯାଏ। ଯେତେବେଳେ ପିଲାଟିଏ ଜନ୍ମ ହେଲା ପରେ ସେମାନଙ୍କ ମନ ମଧ୍ୟରେ ଛନ୍ଦ କପଟ କିଛି ନଥାଏ। ଛୋଟ ପିଲାକୁ ସାଧରଣତ ଭଗବାନଙ୍କ ରୂପ ବୋଲି କୁହାଯାଏ। ତେବେ ବନ୍ଧୁଗଣ ଏତେ ସବୁ କହିବାର ଅର୍ଥ ହେଉଛି। ଗୋଟିଏ ଛୋଟ ପିଲାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣଙ୍କ ମନ ମଧ୍ୟରେ ହିଂସା,କପଟ, ସବୁ ନିମିଶକ ପାଇଁ ଦୂର ହୋଇଯିବ।

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓଟି ରେ ଏକ ଛୋଟ ପିଲା ନଳକୂପ ନିଜ ହାତରେ ମଡୁଛି ଏବଂ ତଳେ ଥିବା ଗୋଟିଏ କୁକୁର ଛୁଆ ପାଣି ପିଉଛି। ତେବେ ଛୋଟ ପିଲାଟିର ହାତ ଠିକ ଭାବରେ ପାଉନାହିଁ। ଏବଂ ବଳ ମଧ୍ୟ ଠିକ ସେ ଲଗେଇ ପାରୁନାହିଁ। ଧୀରେ ଧୀରେ ଟ୍ଵିବୱେଲ ମାଡୁଛି। ଆଉ କୁକୁର ଛୁଆଟି ମଧ୍ୟ ଅତି ଆନନ୍ଦରେ ପାଣି ପିଉଛି। ଶିଶୁଟିର ଏଭଳି କୁକୁର ପ୍ରତି ଭଲ ପାଇବା ସ୍ନେହ ଦେଖି ପ୍ରଶଂସା ମଧ୍ୟ କରୁଛନ୍ତି। ବାସ୍ତବରେ ଏହି ଦୃଶ୍ୟ ଆଜିର ସ୍ୱାର୍ଥପର ଦୁନିଆକୁ ଅନେକ କିଛି ଶିକ୍ଷା ଦେଉଛି।

ଯେଉଁ ମାନେ ଅନ୍ୟକୁ ଅସୁବିଧାରେ ଦେଖି ସାହାଯ୍ୟ କରିବା ବଦଳରେ ମୁହଁ ବୁଲେଇ ଚାଲିଯାଉଛନ୍ତି। ସେମାନେ ଏହି ଛୋଟ ପିଲା ଠାରୁ ନିହାତି ଭାବରେ କିଛି ଶିକ୍ଷା କରିବା ଉଚିତ। କାହାର ବିପଦ ବେଳେ ସାହାଯ୍ୟ କଲେ କେତେ ଯେ ଆନନ୍ଦ ମିଳେ ତାହା ଆପଣ ଏହି ଚିତ୍ର ଦେଖି ନିଶ୍ଚିତ ଭାବରେ ବୁଝି ପାରୁଥିବେ। ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ IPS ଅଫିସର ଦୀପାନସୁ କାବ୍ରା ନିଜ ଟୁଇଟର ଆକାଉଣ୍ଟ ରେ ସେୟାର କରିଛନ୍ତି। ଲୋକ ମାନେ ଏହି ଭିଡ଼ିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

କୁକୁର ଛୁଆର ଶୋଷ ମେଣ୍ଟାଇବା ପାଇଁ ପିଲାଟିର ଏତେ ପରିଶ୍ରମ କରୁଥିବା ଦେଖି ସୋସିଆଲ ମିଡ଼ିଆ ବ୍ୟବହାର କରି ବହୁତ ପ୍ରଶଂସା ମଧ୍ୟ କରିଛନ୍ତି। ବନ୍ଧୁଗଣ ଏଭଳି ଖବର ବାସ୍ତବରେ ଏକ ପ୍ରକାର ପିଜେଟିଭ ବାର୍ତ୍ତା ଯିବ ଆମ ସମାଜକୁ ନିଶ୍ଚିତ ଭାବରେ ତେଣୁ ଏହି ଭିଡ଼ିଓରୁ ଲୋକ ମାନେ ମଧ୍ୟ କିଛି ଶିକ୍ଷା କରିବା ଆବଶ୍ୟକ। ତେଣୁ ଆପଣ ମାନେ ଯେତେବେଳେ ଯେ କୌଣସି ଜାଗାରେ କୌଣସି ପ୍ରକାର ଅସହାୟଙ୍କୁ ଦେଖୁଛନ୍ତି। ସେମାନଙ୍କର ସେବା କରନ୍ତୁ ଦେଖିବା ଭଗବାନ ମଧ୍ୟ ଆପଣଙ୍କର କେବେ ନା କେବେ ସାହାଯ୍ୟ କରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।