New Twist – ନିଖୋଜ ସିମରନ ଙ୍କ ଶେଷ ଚିଠି.. ଗୁଲୁ ତୁମେ ଭୁଲ କଲ… ଦେଖନ୍ତୁ Video

0

କାଲି ଘଟିଥିଲା ଏକ ଏମିତି ଅଭାବନୀୟ ଘଟଣା ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ତେବେ ଜଣେ ଯୁକ୍ତ ଦୁଇର ଛାତ୍ରୀ ବୈତରଣୀର ସୁଇସାଇଡ୍‌ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜ ଉପରୁ ୫୦ ଫୁଟ ତଳକୁ ଡେଇଁ ପଡ଼ିଥିଲେ। ଆଉ ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ।ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଟିମ ପହଞ୍ଚି ନଦୀରେ ପାୱାର ବୋଟ ମାଧ୍ୟମରେ ଉକ୍ତ ଯୁବତୀଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳ ରେ ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଥିଲା ଏବଂ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଯୁବତୀ ଜଣଙ୍କ କେଉଁ କାରଣରୁ ଏପରି ପଦକ୍ଷେପ ନେଲେ ତାହା ସମସ୍ତଂକ ମନରେ ପ୍ରଶ୍ନ ରହିଥିବା ବେଳେ ଏବେ ଏହି ଆତ୍ମହତ୍ୟା ର କାରଣ ଜଣା ପଡ଼ିଛି। ଯାହା ଜଣା ପଡ଼ିଛି ପ୍ରେମ ପ୍ରତାରଣା ପାଇଁ ଏହି ଯୁବତୀ ଜଣଙ୍କ ମାନସିକ କଷ୍ଟକୁ ସହି ନପାରି ଶେଷରେ ଆତ୍ମହତ୍ୟା କରିଥିବା ତାଙ୍କ ବ୍ୟାଗ୍ ରୁ ବାହାରିଥିବା ଚିଠିରୁ ଜଣା ପଡ଼ିଛି। ଏ ବିଷୟରେ ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରି ଯାଇଛନ୍ତି ଯୁବତୀ ଜଣଙ୍କ।ସେ ଲେଖିଥିବା ଚିଠିରେ ତାଙ୍କ ପ୍ରେମକୁ ଉଲ୍ଲେଖ କରିଛନ୍ତି ଏବଂ ଗୁଲୁ ବୋଲି ଜଣେ ଯୁବକଙ୍କ ନାମ ଲେଖିଛନ୍ତି।ସେ ଆଉ କାହାକୁ ତାଙ୍କ ସାଙ୍ଗରେ ଦେଖି ପାରିବେ ନାହିଁ ଏବଂ ଗୁଲୁ ଏପରି କରିବେ ବୋଲି ସେ ଭାବି ନଥିଲେ ବୋଲି ଲେଖିଛନ୍ତି।

ଯାହା ତାଙ୍କୁ ବହୁତ୍ କଷ୍ଟ ଦେଇଛି। ଆଉ ଶେଷରେ ସେ ଏହି କଷ୍ଟକୁ ସହି ନପାରି, ତାଙ୍କ ବିନା ରହିବା କଷ୍ଟକର ହୋଇ ଥିବାରୁ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏହି ଚିଠିରେ ସେ ତାଙ୍କ ମାଆ ଏବଂ ତାଙ୍କ ଭଉଣୀଙ୍କୁ ବହୁତ୍ ଭଲ ପାଆନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଆଉ ସମାନ ଭାବରେ ସେ ଗୁଲୁକୁ ମଧ୍ୟ ଭଲ ପାଉଥିଲେ। କିନ୍ତୁ ଗୁଲୁ ତାଙ୍କ ସହିତ ପ୍ରତାରଣା କଲେ ଯାହା ତାଙ୍କୁ ବହୁତ୍ କଷ୍ଟ ଦେଇଥିଲା। ଗୁଲୁ ତାଙ୍କୁ ପ୍ରେମର ମାନେ ବୁଝାଇଲା କିନ୍ତୁ ପ୍ରେମର ମୂଲ୍ୟ ବୁଝିଲାନି ବୋଲି ସେ ଲେଖିଛନ୍ତି।

ତେବେ ଏହି ଘଟଣାରେ ଝିଅର ପରିବାର ପକ୍ଷରୁ ଉକ୍ତ ପୁଅର ପରିବାର ବିରୋଧରେ ଥାନାରେ ଅଭିଯୋଗ କରା ଯାଇଥିବା ଜଣା ପଡ଼ିଛି। ତେବେ ନଦୀକୁ ଡେଇଁଥିବା ଯୁବତୀ ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁର ସିମରନ ଜେନା ବୋଲି ସୂଚନା ମିଳିଛି। ସେ ତାଙ୍କ ମାମୁଁ ଘରେ ରାଜକନିକା ବୁରୁଡ଼ିଆ ଗାଁରେ ରହି ପାଠ ପଢୁଥିବା ସୂଚନା ମିଳିଛି। ତେବେ ପ୍ରେମକୁ ନେଇ ଏଭଳି ଭାବରେ ଅଳ୍ପ ବୟସରୁ ନିଜ ଜୀବନକୁ ହାରି ଦେଉଥିବା ଯୁବପିଢି ଥରେ ତାଙ୍କ ପରିବାର ବିଷୟରେ ଭାବିବା ଦରକାର୍ ଯେ ତାଙ୍କ ଜୀବନ ତାଙ୍କ ପରିବାର ପାଇଁ କେତେ ମୂଲ୍ୟବାନ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।