ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ରାହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ୍। ତିନି ଜଣିଆ କ୍ରାଇମବ୍ରାଞ୍ଚ୍ ଟିମ୍ ବର୍ତ୍ତମାନ ହତ୍ୟାର ତଦନ୍ତ କରୁଛି। ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ କରିବା ଲକ୍ଷ୍ୟରେ ବର୍ତ୍ତମାନ ଟିମ୍ ରହିଛି। ଏବଂ କ୍ରାଇମ୍ ସ୍ପଷ୍ଟ ରେ ପୋଲିସ୍ ବର୍ତ୍ତମାନ ଜଗି ରହିଛି। ଆଉ ସେମିତି କିଛି ସମସ୍ୟା ଯେମିତି ନ ଉପୁଜୁ ସେଥିପାଇଁ ବିଶେଷ ଧ୍ୟାନ ଦିଆ ଯାଇଛି।
ଏପଟେ ଯଦି ଦେଖିବା ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ୍ ଙ୍କୁ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଆବାସିକ କୋର୍ଟ। ଗୋପାଳ ଙ୍କୁ ଜେରା ପରେ ଅନେକ ସତ ସାମ୍ନା କୁ ଆସିପାରେ ବୋଲି ଚର୍ଚ୍ଚା ଚାଲିଛି। ହତ୍ୟାର ଅନେକ କାରଣ ଓ ରହସ୍ୟ କ୍ରାଇମବ୍ରାଞ୍ଚ ଭେଦ କରିବ ବୋଲି ଲକ୍ଷ ରଖିଛି। ଗୋପାଳ ମୁଁହ ରୁ ଗୋଟି ଗୋଟି କରି ସତ୍ୟ ବାହାର କରିବ। ଏବଂ ଗୋପାଳ କୁ କ୍ରାଇମବ୍ରାଞ୍ଚ୍ ଟିମ୍ ନେଇ କ୍ରାଇମ୍ ସ୍ପଷ୍ଟ କୁ ମଧ୍ୟ ଯିବ। ଏବଂ ସିନ ରି କ୍ରିଏt କରା ଯିବା ନେଇ ମଧ୍ୟ ସୂଚନା ମିଳିଛି।
ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଫରେନ୍ସି ରିପୋର୍ଟ କୁ ମଧ୍ୟ ଅପେକ୍ଷା ରହିଛି। ତେବେ ଗୋପାଳ ଙ୍କ ମୋବାଇଲ ରୁ ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ମିଳିପାରେ ବୋଲି ତଦନ୍ତ କାରୀ ଟିମ୍ ଆଶା ରଖିଛି। ତଦନ୍ତକାରୀ ଟିମ୍ ଅଭିଯୁକ୍ତ ବ୍ୟବହାର କରିଥିବା ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ୩ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ୍ ହ୍ୟାଣ୍ଡସେଟ୍ ଜବତ କରା ଯାଇଛି । ବନ୍ଧୁକ ଓ ଗୁଳିକୁ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠା ଯାଇଛି ।ଗୋପାଳ ର ସିଡିଆର ମଧ୍ୟ ଯାଞ୍ଚ କରା ଯାଇଛି। ମୋବାଇଲ ଚାଟିଂ ଭିଡିଓ ରେ ମଧ୍ୟ ଯାଞ୍ଚ ଚାଲିଛି। ନବ ଦାସ ଙ୍କ ରକ୍ତ ଭିଜା କପଡା ର ଫରେନ୍ସି ଲାବ ରେ ଚାଲିଛି ଯାଞ୍ଚ।ଘଟଣା ସ୍ଥଳ ର ଆଖ ପାଖର ଥିବା ସିସି ଟିଭି ଫୁଟେଜ ର ମଧ୍ୟ ଯାଞ୍ଚ କରା ଯାଉଛି।
ତେବେ ବର୍ତ୍ତମାନ ସମୟରେ ଯାହା ବଡ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ଗୋପାଳର ମାନସିକ ଅଵସ୍ଥାକୁ ନେଇ।କଥା ଉଠୁଛି କି ଗୋପାଳ ଙ୍କର ମାନସିକ ରୋଗରେ ଆକ୍ରାନ୍ତ ଥିଲେ।ତେବେ ଗୋପାଳ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ କାହିଁକି ହତ୍ୟା କଲା ଓ କେମିତି ହତ୍ୟା କଲା ତାକୁ ନେଇ କ୍ରାଇମବ୍ରାଞ୍ଚ୍ ତଦନ୍ତ କରୁଛି। ଖୁବ୍ ଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ସୂଚନା ମିଳିଛି। ତେବେ ଦେଖିବାକୁ ବାକି ରହିଲା ତଦନ୍ତ ପରେ ଘଟଣା କେଉଁ ମୋଡ଼ ନେଉଛି ଯାହା ଉପରେ ରହିଛି ରାଜ୍ୟବାସୀ ଙ୍କ ନଜର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।