ନଭେମ୍ବର ମାସରେ ଏହି 7ଟି ରାଶି ସାବଧାନ ରୁହନ୍ତୁ, ନଚେତ ଘଟିପାରେ ଅଘଟଣ – Jyotisha Shastra

ବନ୍ଧୁଗଣ ଆପଣ ବର୍ଷର ବାର ମାସ ଆପଣଙ୍କ ପାଇଁ କିପରି ହେବ ତାହା ଆପଣ ଜାଣିବା ପାଇଁ ନିଶ୍ଚିତ ଆଗ୍ରହୀ ଥିବେ |ଏବେ ଚଳନ୍ତି ଏହି ନଭେମ୍ବର ମାସଟି ଆପଣଙ୍କ ପାଇଁ କି ଫଳ ଆଣିବ ତାହା ଆପଣ ଜାଣିଛନ୍ତି କି |ମୁଁ ଆଜି ଆପଣକୁ ଅର୍ଥାତ ସମସ୍ତ ରାଶିର ବ୍ୟକ୍ତିମାନଙ୍କୁ କହିବି ଯେ ଏହି ମାସଟି ଆପଣଙ୍କର କିପରି କାଟିବ |ଏହିମାସଟି ଆପଣଙ୍କ ପାଇଁ ଶୁଭ ହେବକି ଅଶୁଭ ସେ ବିଷୟରେ ଜଣାଇବି,ତେବେ ଆସନ୍ତୁ ଜାଣିବା ସମସ୍ତ ରାଶିର ବ୍ୟକ୍ତିମାନଙ୍କ ବିଷୟରେ |

ମେଷ ରାଶି :-ମେଷରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ମାସଟି ଅତ୍ୟନ୍ତ ଶୁଭ ହୋଇଥାଏ, ଏହି ମାସରେ ଆପଣ ବ୍ୟବସାୟରେ ଉନ୍ନତି କରିପାରନ୍ତି |କର୍ମ କ୍ଷେତ୍ରରେ ଆଗେଇ ରହିବା ସହିତ ବନ୍ଧୁ ସହଯୋଗ ପ୍ରାପ୍ତ କରିପାରନ୍ତି, ସାମଜିକ ପ୍ରତିଷ୍ଠା ବୃଦ୍ଧି ପାଇବ,ମହିଳାମାନେ ଧର୍ମକାର୍ଯ୍ୟ ଯୋଗୁଁ ଉନ୍ନତି କରିପାରନ୍ତି |ଛାତ୍ରୀଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ |

ବୃଷରାଶି :-ଏହି ରାଶିର ବ୍ୟକ୍ତିମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ,ପାରିବାରିକ ଶାନ୍ତି ବୃଦ୍ଧିପାଇବ |କୌଣସି ମହତ୍ୱପୂର୍ଣ୍ଣ ଯୋଜନାରେ ଆର୍ଥିକ ଲାଭ ହେବ,ମାନସିକ ଶାନ୍ତିପାଇବେ |ମହିଳାମାନେ ସୁଖିହେବେ ଏବଂ ଛାତ୍ର ଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗେଇ ରହିବେ |

ମିଥୁନରାଶି :-ଅପଣଂକ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇପାରନ୍ତି,ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ |ପାରିବାରିକଓ ମାନସିକ ଅଶାନ୍ତି ବୃଦ୍ଧିପାଇ ପରେ,ମହିଳାମାନେ ଚିନ୍ତିତ ହୋଇପାରନ୍ତି ଓ ଛାତ୍ର ଛାତ୍ରୀମାନେ ପଢ଼ାରେ ଅସଫଳ ହେବେ |

କର୍କଟରାଶି :-ଏହି ବ୍ୟକ୍ତିମାନଙ୍କର ଚାକିରୀ କ୍ଷେତ୍ରରେ ପଦନ୍ନତି ହୋଇପାରେ, ବ୍ୟବସାୟରେ ଲାଭବାନ ହେବେ |ଅର୍ଥ ଲାଭର ସୂଚନା ମିଳୁଅଛି, ପାରିବାରିକ ଶାନ୍ତି ବଜାୟ ରହିବ |ମହିଳାମାନେ ସୁଖୀ ହେବେ ଏବଂ ଛାତ୍ରୀ ଛାତ୍ରୀମାନେ ଉଚ୍ଚ ଶିକ୍ଷାଲାଭ କରିବେ |

ସିଂହରାଶି :-ଧନବାନର ସୂଚନା ମିଳୁଅଛି, ବାଦବିବାଦ ବୃଦ୍ଧି ପାଇପାରେ |ପାରିବାରିକ ଅଶାନ୍ତି ଦେଖା ଦେଇଥାଏ,ଶତ୍ରୁମାନେ କ୍ଷତି କରିପାରନ୍ତି |ମାନସିକ ଚିନ୍ତା ବୃଦ୍ଧି ପାଇପାରେ, ମହିଳାମାନେ ଚିନ୍ତିତ ରହିପାରନ୍ତି ଏବଂ ଛାତ୍ର ଛାତ୍ରୀମାନେ ଅସଫଳ ହେବେ |

କନ୍ୟାରାଶି :-ସମସ୍ତ କାର୍ଯ୍ୟରେ ସନ୍ତୋଷ ଜଣକ ଫଳ ମିଳିବ, ସାମାନ୍ୟ ପରିଶ୍ରମରେ ଲାଭବାନ ହେବେ |ବ୍ୟବସାୟରେ ଉନ୍ନତି ଲାଭ ହେବ, ଦୂରଯାତ୍ରା କରିପାରନ୍ତି,ମହିଳାମାନେ ସୁଖିହେବେ ଏବଂ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ |

ତୁଳାରାଶି :-ଏହିମାସଟି ଆପଣଙ୍କ ପାଇ ଶୁଭ ନୁହଁ,କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟିହେବ, ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି |ଗମନାଗମନରେ ବାଧା ଉପୁଜିବ, ମହିଳାମାନେ ସନ୍ତାନ ସନ୍ତାନ୍ତି ପାଇ ଚିନ୍ତିତ ରହିବେ ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ଅସଫଳ ହେବେ |

ବିଛାରାଶି :-ଅତ୍ୟଧିକ ପରିଶ୍ରମରେ ଲାଭବାନ ହେବେ, ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ |ମାନସିକ ଓ ପାରିବାରିକ ଆଶାନ୍ତି ବୃଦ୍ଧିପାଇବ,ମହିଳାମାନେ ଧର୍ମ ସଙ୍କଟରେ ପଡିପାରନ୍ତି |

ଧନୁରାଶି :-କର୍ମକ୍ଷେତ୍ରରେ ସଫଳତା ବୃଦ୍ଧିପାଇ ପାରେ,ପାରିବାରିକ ଶାନ୍ତି ବୃଦ୍ଧିପାଇବ |ଶରୀରକ ଅସୁସ୍ଥତା ଦେଖାଦେଇପାରେ, ମହିଳାମାନେ ସୁଖୀହେବେ ଏବଂ ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତା ପାଇଁ ବ୍ୟସ୍ତ ରହିବେ |

ମକରରାଶି :-ବ୍ୟବସାୟରେ ଲାଭବାନ ହେବେ, କର୍ମକ୍ଷେତ୍ରରେ ଲାଭବାନ ହେବେ ଏବଂ ଚାକିରୀ କ୍ଷେତ୍ରରେ ପଦନ୍ନତି ହେବାର ସମ୍ଭାବନା ରହିଛି |କୌଣସି ଶୁଭକାର୍ଯ୍ୟ କରିପାରନ୍ତି,ମହିଳାମାନେ ସୁଖିହେବେ ଏବଂ ଛାତ୍ରଛାତ୍ରୀ ମାନେ ପଢାପାଇଁ ଚିନ୍ତିତ ହେବେ |

କୁମ୍ଭରାଶି :-କଠିନ ପରିଶ୍ରମ ଦ୍ଵାରା ସଫଳତା ମିଳିବ, ଦୁରଯାତ୍ର କରିପାରନ୍ତି |ସାମାଜିକ ପ୍ରତିଷ୍ଠା ଲାଭ କରିପାରନ୍ତି,ମାନସିକ ଶାନ୍ତି ମିଳିବ,ମହିଳାମାନେ ଆନନ୍ଦରେ ଦିନ ଅତିବାହିତ କରିବେ ଏବଂ ଛାତ୍ର ଛାତ୍ରୀମାନେ ସଫଳତା ପାଇପାରନ୍ତି |

ମୀନରାଶି :-କର୍ମ କ୍ଷେତ୍ରରେ ଅସଫଳ ହୋଇପାରନ୍ତି, ଅନାବଶ୍ୟକ ବ୍ୟୟ ବୃଦ୍ଧିପାଇବା |ମାନସନମାନ ହାନି ହେବାର ସୂଚନା ରହିଛି, ମହିଳାମାନେ ଚିନ୍ତିତ ରହିବେ ଏବଂ ଛାତ୍ରଛାତ୍ରୀ ମାନେ ଅସଫଳ ହେବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment