ଦେଖନ୍ତୁ ଭିଡ଼ିଓ : ନୂଆ ବାହା ହୋଇଥିବା ଅଭିନେତ୍ରୀ Jaklin ପ୍ରଥମ ଥର ସ୍ୱାମୀ ଅରବିନ୍ଦଙ୍କ ପାଇଁ ପାଳନ କଲେ ସାବିତ୍ରୀ ବ୍ରତ….

0

ବନ୍ଧୁଗଣ ପବିତ୍ର ସାବିତ୍ରୀ ବ୍ରତ କୁ ସମସ୍ତ ସଧବା ମହିଳା ମାନେ ବେଶ ଉତ୍ସାହର ସହ ପାଳନ କରିଛନ୍ତି। ସାବିତ୍ରୀ ସାଜି ସତ୍ୟବାନ୍ ଙ୍କ ପାଇଁ ଈଶ୍ବରଙ୍କ ଠାରେ ପ୍ରାର୍ଥନା ମଧ୍ୟ କରିଛନ୍ତି। ସମସ୍ତ ବିବାହିତ ସ୍ତ୍ରୀ ମାନଙ୍କ ପାଇଁ ଏହା ଏକ ଖୁସିର ପର୍ବ। ଆଉ ଏହାକୁ ଖୁସିର ସହ ପାଳନ କରିଛନ୍ତି ମନୋରଞ୍ଜନ ଜଗତର ତାରକା ମାନେ।ଆପଣ ମାନେ ସମସ୍ତେ ଜାଣିଥିବେ ଯେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଖୁବ୍ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଜାଙ୍କଲିନ ପରିଡା। ନିଜର ବୟ ଫ୍ରେଣ୍ଡ୍ ଙ୍କୁ ସେ ନିଜର ସ୍ବାମୀ ଭାବରେ ପାଇଛନ୍ତି ଆଉ ସେ ସେଥିପାଇଁ ବହୁତ୍ ଖୁସି।ତାଙ୍କର ଅନେକ ଫଟୋ, ଭିଡିଓ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ଦେଖିବାକୁ ମିଳୁଛି।

ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।ତେବେ ବିବାହ ସମୟରେ ଅନେକ ମୁହୂର୍ତ୍ତର ଫୋଟୋ ଏବଂ ଭିଡିଓ କୁ ସେ ଯେଉଁ ଭଳି ଭାବରେ ପୋଷ୍ଟ କରିଥିଲେ ସେଥିରୁ ଏହା ସ୍ପଷ୍ଟ ଭାବରେ ଜଣା ପଡୁଥିଲା ଯେ ସେ ଏହି ବିବାହରେ ବହୁତ୍ ଖୁସି ଅଛନ୍ତି।ବିବାହର ଅନେକ ସୁନ୍ଦର ମୁହୂର୍ତ୍ତକୁ ସେ ଏଠାରେ ଦର୍ଶକ ମାନଙ୍କୁ ଦେଖାଇଛନ୍ତି। ତେବେ ବିବାହ ପରେ ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ ଶଶୁର ଘରକୁ ଆସିବା ପରେ ମଧ୍ୟ ସେଠାରେ ସେ ବହୁତ ଖୁସିରେ ରହି ଥିବାର ଦେଖିବାକୁ ମିଳିଛି।

ସେ ଏଠାରେ ଅନେକ ସମୟରେ ସ୍ବାମୀ ଅରବିନ୍ଦ ଙ୍କ ସହ ଭିଡିଓ ସୁଟ କରି ପୋଷ୍ଟ କରୁଛନ୍ତି।ବିଭିନ୍ନ ପ୍ରକାର ଗୀତରେ ସୁନ୍ଦର ସୁନ୍ଦର ଭିଡିଓ କରି ସେ ପ୍ରଶଂସକ ମାନଙ୍କ ପାଇଁ ଏହି ସବୁ ଭିଡିଓ କୁ ସେୟାର କରିଛନ୍ତି।ଅଭିନେତ୍ରୀ ଜାଙ୍କଲିନ ପରିଡା ଜଣେ ସୁନ୍ଦରୀ ଚୁଲବୁଲି ନାୟିକା। ନିଜର ସୁନ୍ଦରତା ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରି ପାରିଥାନ୍ତି ସେ। ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଜାଙ୍କଳିନ ପରିଡା।ତାଙ୍କର ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ସେ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି।

ସେ ତାଙ୍କର ବୟ ଫ୍ରେଣ୍ଡ୍ ଙ୍କ ସହିତ ଅନେକ ସମୟ ରେ ସୋସିଆଲ ମିଡିଆରେ ନଜର ଆସିଥାନ୍ତି। ଯେମିତି ଏବେ ସାବିତ୍ରୀ ଓଷା ପାଳନ ର ଏକ ସୁନ୍ଦର ଭିଡିଓ କୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସ୍ବାମୀଙ୍କୁ ବନ୍ଦାପନା କରି, ତାଙ୍କ ପାଦ ଧରି ମୁଣ୍ଡିଆ ମାରୁଛନ୍ତି ସେ। ଏହାପରେ ଅରବିନ୍ଦ ତାଙ୍କୁ ଉଠାଇ ଦେଉଛନ୍ତି ଏବଂ ଜାଙ୍କଳିନ ତାଙ୍କ ସ୍ବାମୀଙ୍କୁ ଖୁସିରେ କୁଣ୍ଢାଇ ଧରି ଚୁମ୍ବନ କରୁଛନ୍ତି। ବିବାହ ପରେ ତାଙ୍କର ପ୍ରଥମ ସାବିତ୍ରୀ ଓଷା ଖୁସିର ସହ ପାଳନ କରିଛନ୍ତି ଏହି ଅଭିନେତ୍ରୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।