Astro Predict – ନୂଆବର୍ଷ 2022 ରେ ୬ଟି ରାଶି ପାଇଁ ଖୁସିର ଦିନ ଏବଂ ଆଉ ୬ଟି ରାଶି ପ୍ରତି ବିପଦ, ହୋଇଯାଆନ୍ତୁ ସତର୍କ ନଚେତ…

0

ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ଆଗକୁ ଆସିବାକୁ ଥିବା ନବବର୍ଷଟି କିପରି କଟିବ । ତେବେ ଆଗାମୀ ଆସିବାକୁ ଥିବା ନବବର୍ଷ 2022 ରେ 12 ଗୋଟି ରାଶି ମାନଙ୍କର ସମୟ କିପରି ଅତିବାହିତ ହେବ ଆସନ୍ତୁ ଜାଣିବା ।

1. ମେଷରାଶି :-

ବର୍ଷ ପ୍ରଥମାର୍ଦ୍ଧରେ ଧନ ସମ୍ପତ୍ତି , ମାନ ପ୍ରତିଷ୍ଠା ଓ ସବୁକିଛି ପାଇ ପାରିବେ , ବିଦେଶ ବ୍ୟାପାର ଓ ସେୟାର ମାର୍କେଟରୁ ଆପଣଙ୍କୁ ଆଶାଠାରୁ ଅଧିକ ଲାଭ ମିଳିବ । ବୈବାହିକ ଜୀବନରେ ଆପଣ ସୁଖ ଅନୁଭବ କରିବେ , ସ୍ୱାସ୍ଥ୍ୟ ପ୍ରତି ଟିକିଏ ଧ୍ୟାନ ରଖନ୍ତୁ ।

2. ବୃଷରାଶି :-

ବର୍ଷ ଆରମ୍ଭରୁ ଆପଣ ନିଜର ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ , ଚାକିରୀରେ କିଛି ପରିବର୍ତ୍ତନ ବା ବଦଳର ଯୋଗ ରହୁଅଛି । କିନ୍ତୁ ଏହା ମଧ୍ୟ ଆପମଙ୍କ ପାଇଁ ଶୁଭ ପରିଣାମ ଆଣିକରି ଆସିବ । ଛାତ୍ରଛାତ୍ରୀ ମାନେ ଲେଖାପଢାରେ ଅଧିକ ମନଯୋଗ ଦିଅନ୍ତୁ , ପରୀକ୍ଷାରେ ଭଲ କରିବେ ।

3. ମିଥୁନରାଶି :-

ବର୍ଷଟି ଆପଣଙ୍କ ଲାଗି ଉତ୍ତମ ରହିବ , କାର୍ଯ୍ୟ କ୍ଷେତ୍ର ରେ ଆଗକୁ ବଢିବେ ଏଥିଲାଗି ଆପଣଙ୍କୁ ଅନେକ ସୁଯୋଗ ପ୍ରାପ୍ତ ହେବ । ପାରିବାରିକ ଜୀବନ ସୁଖକର ହେବ , ସ୍ୱାସ୍ଥ୍ୟ ଆପଣଙ୍କର ସାଧାରଣ ରହୁଅଛି । ଶରୀରକୁ କ୍ଷତି ପହଞ୍ଚାଇବା ଭଳି କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।

4. କର୍କଟରାଶି :-

ଚାକିରୀ ବୃତ୍ତି ଦୃଷ୍ଟିରୁ ଏହି ବର୍ଷଟି ଖୁବ୍ ଭଲ ରହିବ , ବେଶି ଲାଭ ପାଇଁ ଅଧିକ ମନଯୋଗରେ ସବୁକାମ କରିବେ । ମାର୍ଚ୍ଚ ମାସରୁ ଜୁନ ମାସ ମଧ୍ୟରେ ଆପଣଙ୍କ ଆୟ କ୍ରମାନ୍ୱୟ ଭାବରେ ବୃଦ୍ଧି ହେବ , ପାରିବାରିକ ଜୀବନ ସୁଖଦ ରହିବ । ସ୍ୱାସ୍ଥ୍ୟ ସାଧାରଣ ଭାବରେ ଭଲ ହିଁ ରହିବ ।

5. ସିଂହରାଶି :-

ଏହି ବର୍ଷ ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ , ବର୍ଷ ପ୍ରଥମ 2 ମାସ ମଧ୍ୟରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ବୈବାହିକ ଜୀବନ ପ୍ରତିମୟୀ ହେବ , ପୁରଣା ଘରକୁ ନବିକରଣ କରି ପାରନ୍ତି ।

6. କନ୍ୟାରାଶି :-

କାର୍ଯ୍ୟ କ୍ଷେତ୍ରେର ଅଧିକ ପରିଶ୍ରମ ସତ୍ତ୍ୱେ ସେତେ ସଫଳତାର ସମ୍ଭାବନା ରହୁନାହିଁ , ସମ୍ପୂର୍ଣ୍ଣ ବର୍ଷ ମଧ୍ୟରେ ମେ ଓ ଜୁନ ଏହି ଦୁଇଟି ମାସ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ । ଜୁନରୁ ନଭେମ୍ୱର ମାସ ମଧ୍ୟରେ ଜୀବନ ସାଥୀଙ୍କ ସହିତ କୌଣସି କଥାକୁ ନେଇ ମନ ମାଳିନ୍ୟ ଲାଗି ରହିପାରେ ।

7. ତୁଳାରାଶି :-

ଆପଣ ନିଜର ଯୋଗ୍ୟତାକୁ ଠିକ୍ ବୋଲି ପ୍ରମାଣିତ କରିବା ଲାଗି ବର୍ଷଟି ଅନୁକୂଳ , ଚାକିରୀରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ବର୍ଷର ପ୍ରଥମ 6 ମାସରେ ସଫଳତା ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ଯୋଗି ରଖି ଚଳିବାକୁ ପଡିବ ।

8. ବିଛାରାଶି :-

ଆପଣ ଆପଣଙ୍କ ଦୃଢ ମନବଳ ଓ ପ୍ରୟାସରେ ଅନେକ ଲକ୍ଷ୍ୟ ହାସଲ କରିନେବେ , ବର୍ଷର ପ୍ରଥମ କିଛି ମାସରେ କାରବାରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ । ବର୍ଷର ଶେଷ 4 ମାସ ଅଯଥା ଖର୍ଚ୍ଚର ବୃଦ୍ଧି ହେବ , ଆଇନ ଛାତ୍ର ମାନଙ୍କୁ ଏ ବର୍ଷ ବିଶେଷ ସଫଳତା ପ୍ରାପ୍ତ ହେବ ।

9. ଧନୁରାଶି :-

ଧନୁ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ବର୍ଷ ଟି ସବୁ ଦୃଷ୍ଟିରୁ ଭଲ , ପାରିବାରିକ ଜୀବନ ସୁଖମୟ ହେବ । ଅଗଷ୍ଟରୁ ଡିସେମ୍ୱର ମାସ ମଧ୍ୟରେ ବିବାହର ଯୋଗ ବନୁଅଛି ।

10. ମକରରାଶି :-

ଚାକିରୀ ଏବଂ ବ୍ୟବସାୟ ଦୁଇଟି ଯାକ ଦୃଷ୍ଟିରୁ ଏପ୍ରିଲ ରୁ ଜୁଲାଇ ମାସ ମଧ୍ୟରେ ଅଧିକ ସଫଳତା ମିଳିବ । ଯେଉଁମାନେ ଖେଳକୁଦ କ୍ଷେତ୍ରରେ ଅଛନ୍ତି ସେ ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପୁରଷ୍କୃତ ହେବେ ।

11. କୁମ୍ଭରାଶି :-

ପ୍ରତ୍ୟେକ ଗ୍ରହ ମାନଙ୍କର ଶୁଭଦୃଷ୍ଟି ହେତୁ ଆପଣ ସକ୍ରିୟ ରହି ପ୍ରତ୍ୟେକ କାମକୁ ସୁଚାରୁ ରୂପେ ସମ୍ପନ୍ନ କରିବେ । ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ବର୍ଷଟି ଅତ୍ୟନ୍ତ ଶୁଭ ଅଟେ । ଯେଉଁମାନେ ମଧୁମେୟ ରୋଗରେ ପିଡୀତ ଅଛନ୍ତି , ସେମାନଙ୍କୁ ବିଶେଷ ସତର୍କତା ର ସହ ରହିବାକୁ ପଡିବ ।

12. ମୀନରାଶି :-

ଏହି ବର୍ଷ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ହେତୁ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ଚାକିରୀରେ ମନଲାଖି ପରିବର୍ତ୍ତନ ଆସିବ , ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ସୁଖମୟ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।