Astro Predict – ନୂଆବର୍ଷ 2022 ରେ ୮ଟି ରାଶିର ଭାଗ୍ୟ ବଦଳିବ , ୪ଟି ରାଶି ପ୍ରତି ବିପଦ, ହୋଇଯାଆନ୍ତୁ ସତର୍କ… ନଚେତ…

0

ବନ୍ଧୁଗଣ ଆପଣ ସମସ୍ତଙ୍କର ଜାଣିବା ପାଇଁ ଆଗ୍ରହ ରହିଥିବ ଯେ ଆସୁଥିବା ନବ ବର୍ଷ ୨୦୨୨ କିପରି ରହିବ ସମସ୍ତଙ୍କ ପାଇଁ। ତେବେ ଆସନ୍ତୁ ଏ ବିଷୟରେ ଜ୍ୟୋତିର୍ବିଦ ଙ୍କ ମତ ଜାଣିବା। ଏହାକୁ ନେଇ କଣ କହୁଛି ଜ୍ୟୋତିଷ ଶାସ୍ତ୍ର। ତେବେ ଯଦି ଆମେ ଜାତକ କୁ ବିଚାରକୁ ନେବା ତେବେ ୨୦୨୨ ମସିହାରେ ୮ ଟି ରାଶି ଙ୍କ ପାଇଁ ବହୁତ୍ ଭଲ ରହିଛି। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ କାରଣରୁ ଏଵଂ ବୃହସ୍ପତି ଓ ଶନି ଙ୍କ ଚଳନ କୁ ଆମେ ବେଶି ଗୁରୁତ୍ବ ଦେଇଥାଉ ଯାହା ଏହି ବର୍ଷ ଉତ୍ତମ ଫଳ ପ୍ରଦାନ କରିବ।

ତେବେ ଆସନ୍ତୁ ଜାଣିବା ୨୦୨୨ ଇଂରାଜୀ ନବବର୍ଷ ଟି କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭ ଦାୟକ ହେବ ଏବଂ ରାଶିର ବ୍ୟକ୍ତି ବିଶେଷ ପାଇଁ ଏହା ଏତେଟା ଶୁଭ ଦାୟକ ହେବ ନାହିଁ। ଯେଉଁ ୮ ଟି ରାଶି ପାଇଁ ଏହି ନବ ବର୍ଷ ଟି ଅତ୍ୟନ୍ତ ଶୁଭାଫଳ ପ୍ରାପ୍ତ ହେବ ସେହି ରାଶି ଗୁଡିକ ହେଲା-

୧) ମେଷ- ଏହି ବର୍ଷଟି ଆପଣଙ୍କ ପାଇଁ ଭଲ ରହିବ। ଆପଣ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକିବାକୁ ଚେଷ୍ଟା କରନ୍ତୁ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବୁଝି ବିଚାରି କାମ କରିବାକୁ ପଡିବ। ଶରୀର ସୁସ୍ଥ ରହିବ। ସବୁ କ୍ଷେତ୍ରରେ ବିଜୟୀ ହେବ।

୨) ବୃଷ- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ବର୍ଷ ଟି ବହୁତ୍ ଭଲ ରହିବ। ଅନେକ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ସଫଳତା ପାଇବେ।

୩) କର୍କଟ- ଯାହା ବି କର୍ମ କରିବେ ଆପଣଙ୍କୁ ତାର ୪ ଗୁଣା ଫଳ ମିଳିବ। ଅସାଧ୍ୟ କାମ ସହଜ ହେବ ଏବଂ ସାମାଜିକ ପ୍ରତିଷ୍ଠା ପାଇବେ।

୪) ସିଂହ- ଏମାନେ ନିଜ କ୍ୟାରିଅରରେ ବହୁ ଉନ୍ନତି କରିବେ। ଏହି ବର୍ଷ ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ।

୫) କନ୍ୟା- ଏହିବର୍ଷ ଶୁଭଫଳ ଆପଣମାନେ ଶୁଭଫଳ ପାଇବେ ଏବଂ ଉଚ୍ଚ ପ୍ରଶଂସିତ ହେବେ। ଏମାନେ ମାନ ସମ୍ମାନ, ପଦ ପ୍ରତିଷ୍ଠା ପ୍ରଦାନ କରିବେ। ପରିବାରରେ ଭଲ ସମୟ ଅତିବାହିତ କରିବେ। ସନ୍ତାନ ପକ୍ଷରୁ ଖୁସି ପାଇବେ। ଖୁସି ଖବର ପ୍ରାପ୍ତ ହେବ। ଆର୍ଥିକ ସମସ୍ୟା ଦୂର ହେବ।

୬) ତୁଳା- ଆପଣଙ୍କୁ ଅନେକ ଖୁସି ଖବର ପ୍ରାପ୍ତ ହେବ। ଆର୍ଥିକ ସମସ୍ୟା ଦୂର ହେବ। ଯାହା ଚାହିଁବେ ଆପଣ ତାହା କରି ପାରିବେ। ଅନେକ ସଫଳତା ମିଳିବ।

୭) ବିଛା- ଆପଣଙ୍କର ବିବାହ କାର୍ଯ୍ଯ ଆଦିର ଯୋଗ ରହିଛି। ସନ୍ତାନଙ୍କ କାର୍ଯ୍ୟକୁ ନେଇ ଆତ୍ମ ସନ୍ତୋଷ ଲାଭ କରିବେ। ସମ୍ମାନ ର ଅଧିକାରୀ ହେବେ।କର୍ମ କ୍ଷେତ୍ରରେ ଏବଂ ଚାକିରି କ୍ଷେତ୍ରରେ ଭଲ ଯୋଗ ରହିଛି।

୮) ଧନୁ- ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଏମାନେ ଉଚ୍ଚ ପଦବୀରେ ସ୍ଥାନିତ ହୋଇ ପାରନ୍ତି। ଏମାନେ ନିଜ କ୍ୟାରିଅରରେ ବହୁ ଉନ୍ନତି କରିବେ ଏବଂ ଉଚ୍ଚ ପ୍ରଶଂସିତ ହେବେ।

ତେବେ ଏହାଛଡ଼ା ଆଉ ୪ଟି ରାଶି ପାଇଁ ସାମାନ୍ଯ ସମସ୍ୟା ଦେଖା ଦେଇପାରେ।ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।