ଝରାଫୁଲ କେଶ ରେ ନୂଆ ଖୁଲାସା ! କାହିଁକି ଶେଷରେ ବାପା ଙ୍କ ସିମ ଙ୍କୁ ବ୍ୟବହାର କରୁଥିଲେ ଝରାଫୁଲ, ରାତିରେ ଚାଲିଥିଲା….

0

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ରହସ୍ୟ ଜନକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହାକୁ ନେଇ ଏବେ ଗଣମାଧ୍ୟମ ରେ ଅନେକ କଥାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ଭିନ୍ନ ଭିନ୍ନ ସମୟରେ ଅନେକ କିଛି ଘଟଣାବଳୀ ଏବଂ ରହସ୍ୟ ସାମ୍ନାକୁ ଆସୁଛି।ଆଉ ଏହି ଝିଅର ମୃତ୍ୟୁ ପଛରେ ଗିରଫ ହୋଇଥିବା ବୟଫ୍ରେଣ୍ଡ ରାକେଶଙ୍କ ଭୂମିକା କଣ ରହିଛି ଯାହାକୁ ନେଇ ଏବେ ପ୍ରଶ୍ନ।

ଝରାଫୁଲ ର ହତ୍ୟାକାରୀ ତା ପୁରୁଷ ବନ୍ଧୁ ରାକେଶ କି ନାହିଁ ତାକୁ ନେଇ ଏବେ ରହସ୍ୟ ଲାଗି ରହିଛି। ଏପଟେ ଘଟଣାକୁ ୪ ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରୀ ଙ୍କ ଡେଥ୍‌ ସସପେନ୍ସରୁ ପରଦା ଏଯାଏଁ ହଟି ପାରୁ ନାହିଁ। ଏହିଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ଯାଜପୁର ପୋଲିସ।

ତେବେ ସୂଚନା ଅନୁସାରେ ତାର ପୁରୁଷ ବନ୍ଧୁ ରାକେଶ ସହ ଝରାଫୁଲ ଭୁବନେଶ୍ୱର ଧର୍ମବିହାରରେ ରହିଥିବା ହୋଟେଲ ବିଷୟରେ ପୋଲିସ୍ ଜାଣିବା ପରେ ସେଠାରେ ତନାଘନା କରିବା ସହ ତଦନ୍ତ କରିବାରେ ଲାଗିଛନ୍ତି ପୋଲିସ।ହୋଟେଲ ରୁମ ବୁଲି ଦେଖିବା ସହ ନମୁନା ସଂଗ୍ରହ ମଧ୍ୟ କରୁଛନ୍ତି ପୋଲିସ୍। ଏହାରି ଭିତରେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି।

ଜଣା ପଡିଛି କି ଯେଉଁ ସିମ୍‌ ଝରାଫୁଲ ବ୍ୟବହାର କରୁଥିଲେ ତାହା ତାଙ୍କର ନୁହଁ ବରଂ ବାପାଙ୍କର ଥିଲା। ଯେତେବେଳେ ରାକେଶଙ୍କ ସହ ପ୍ରେମ ସଂପର୍କ ବିଷୟରେ ତାଙ୍କ ବାପା ଜାଣିବା ପରେ ବାପା ରମାକାନ୍ତ ଝରାଫୁଲଙ୍କ ସିମ୍‌ ବଦଳାଇ ଦେଇଥିଲେ ଓ ନିଜ ସିମ୍‌ ସେ ତାଙ୍କ ଝିଅକୁ ଦେଇଥିଲେ ବୋଲି ବାପା କହିଛନ୍ତି ।

ତେବେ ଯାହା ଜଣା ପଡିଛି ଷଷ୍ଠ ଶ୍ରେଣୀରୁ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ ଝରାଫୁଲ । କରନା ମହାମାରୀ ସମୟରେ ହୋଇଥିବା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ଝରାଫୁଲ ୭ ଦିନ ପାଇଁ ହିଁ ଘରକୁ ଯାଇଥିଲେ।ଆଉ ଏହି ସମୟରେ ଗାଁରେ ପାଇପ୍‌ କାମ କରୁଥିବା ଜଣେ ଯୁବକ ଯାହାଙ୍କ ନାମ ରାକେଶ ସ୍ୱାଇଁ ତାଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା ଝରାଫୁଲ ଙ୍କ ର ।

ଏହିଭଳି ଭାବରେ ଦୁଇଜଣ ସେହି ଦିନ ପାଖରୁ ପ୍ରେମ ସମ୍ପର୍କ କୁ ଆଗକୁ ନେଇଥିଲେ।ତେବେ ଦୁଇ ଜଣଙ୍କ ମଧ୍ୟରେ ୯ ମାସ ହେବ ପ୍ରେମ ସଂପର୍କ ରହିଥିବା କଥା କହିଛନ୍ତି ତାଙ୍କ ବାପା।ଆଉ ଏବେ ଝିଅର ମୃତ୍ୟୁ ପରେ ଏହାର ମୁଖ୍ୟ ଅଭିଯୁକ୍ତ ସାଜିଛି ରାକେଶ।

ଏହା ସହିତ ରାକେଶକୁ ସହଯୋଗ କରିଥିବା ସାଙ୍ଗ ଶେଖରକୁ ମଧ୍ୟ ଖୋଜୁଛି ପୋଲିସ୍। ଏହାଛଡା ମୃତଦେହ ନେବା ପାଇଁ ବ୍ୟବହାର ହୋଇଥିବା ଗାଡ଼ିର ସନ୍ଧାନ ଏଯାବତ୍ ମିଳି ପାରିନାହିଁ।ତେବେ ଅଭିଯୁକ୍ତ ରାକେଶ ଏବେ ଜେଲରେ ଥିବା ବେଳେ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ। ପୋଷ୍ଟ ମର୍ଟମ ରିପୋର୍ଟ୍ ଆସିବା ପରେ ଘଟଣା ର ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।