ଏକ ଭିନ୍ନ ଧରଣର ଚିକିତ୍ସା ବର୍ତ୍ତମାନ ଏକ ମେଡିକାଲ ରେ ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଏହିଠାରେ ଜଣେ ମହିଳା ନର୍ସ ଯାହା କରିଛି ତାହା କୌଣସି ଡାକ୍ତର ଙ୍କ ପାଖରୁ କମ କରି ନାହାଁନ୍ତି। ବିନା ଚିକିତ୍ସା ରେ ସେ ରୋଗୀର ଏହିପରି ଭାବରେ ଠିକ କରି ଦେଲେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଏହି ଘଟଣା ଟି ସାରା ଦେଶ ପାଇଁ ପ୍ରେରଣା ସୃଷ୍ଟି କରିଛି। ବେଳେ ବେଳେ ଏମିତି ଘଟଣା ନଜରକୁ ଆସିଥାଏ ଯାହା ସମସ୍ତଙ୍କୁ ଚମକାଇ ଦେଇଥାଏ।
ଏହି ଘଟଣାଟି ରେ ଜଣେ ନର୍ସ ଯାହା କରିଛନ୍ତି ତାହା ଗୋଟିଏ ରୋଗୀ ପାଇଁ ବହୁତ ବଡ଼ ଚିକିତ୍ସା ଯାହା ଦ୍ୱାରା କୌଣସି ଡାକ୍ତର ଙ୍କର ସହଯୋଗ ଆବଶ୍ୟକ ମଧ୍ୟ କରୁନାହିଁ। ଆଉ ଏହିଠାରେ ସେହିଭଳି ଏକ ଦୃଶ୍ୟ ନଜର କୁ ଆସିଛି ଜଣେ ମହିଳା ନର୍ସ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖି ଅତ୍ୟଧିକ ଖରାପ ଥିବା ରୋଗୀ ଜଣଙ୍କ ମଧ୍ୟ ଆଉ ନିଜକୁ ନିୟନ୍ତ୍ରଣ ରଖି ନ ପାରି ଉଠି ନାଚିଥିଲେ। ଆଉ ଏହାଠାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଭାଇରଲ ହୋଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଆଉ ସେହି ନର୍ସ ଜଣଙ୍କର ଏମିତି ଚିନ୍ତାଧାରା ଏବଂ ସହାୟତା ଯାହା ସମସ୍ତ ଦେଶ ବାସୀଙ୍କୁ ପ୍ରେରଣା ଦେଇଛି।
ଆଉ ଆମେ ସାଧାରଣ ଭାବରେ କହିବା ଯେ ଜଣେ ରୋଗୀ ପାଇଁ ଡାକ୍ତର ତ ଭଗବାନ ହୋଇପାରେ ହେଲେ ନର୍ସ ମାନଙ୍କର ମଧ୍ୟ ତାଙ୍କ ଠାରୁ ଅଧିକ କ୍ଷମତା ଯାହା ଏହି ଭିଡ଼ିଓ ରୁ ପୁରା ସ୍ପଷ୍ଟ ହୋଇପଡିଛି। ଏହି ଘଟଣା ରେ ରୋଗୀ ଟି ଅତ୍ୟଧିକ ଖରାପ ରେ ଦେହ ଥିଲା ଯାହା ପାଇଁ ତାଙ୍କର ଶରୀର କୁ ସେ ଉଠାଇ ପାରି ନଥିଲେ। ଆଉ ଏହି ସମୟରେ ତାଙ୍କର ଶରୀର ଚଳ ପ୍ରଚାଳ ଭଲ ଭାବରେ କରିବାକୁ ଯାଇ ଏହି ଭଉଣୀ ନର୍ସ ଜଣଙ୍କ ଏମିତି କିଛି କଲେ ଯାହା ଦ୍ୱାରା ସେହି ରୋଗୀ ଜଣଙ୍କ ଉଠି ନାଚିଲେ।
ଆଉ ଏହି ଘଟଣା ରେ ରୋଗୀ ଜଣଙ୍କୁ ପକ୍ଷାଘାତ ରୋଗ ହୋଇଥିବା ନେଇ ସୂଚନା ମିଳିଛି ଯାହା ପାଇଁ ତାଙ୍କର ହାତ ଠିକ ରେ ମଧ୍ୟ ଉଠି ପାରି ନଥିଲା। ଏହି ସମୟରେ ଭଉଣୀ ନର୍ସ ହାତ କୁ ହଲାଇ ନାଚି ଥିବାରୁ ତାଙ୍କୁ ଦେଖୀ ରୋଗୀ ଜଣଙ୍କ ମଧ୍ୟ ନିଜ ହାତ କୁ ପ୍ରୟାସ କରିଥିଲେ ଯାହା ଫଳରେ ସେ ସମ୍ପୂର୍ଣ୍ଣ ଉଠି ମଧ୍ୟ ନାଚି ପାରିଥିଲେ।ପରେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ଘୁରି ବୁଲିବା ପରେ ଜଣେ ଦିବ୍ୟଅଂଶୁ ନାମକ ଏକ ବ୍ୟକ୍ତି ଏହାକୁ ଟୁଇଟର ରେ ପୋଷ୍ଟ କରି କହିଥିଲେ ଯେ ଏହି ରୋଗ ରେ ଭଲ ହୋଇ ଯିବା ପରେ ସମସ୍ତେ ମେଡ଼ିକାଲ ଏବଂ ଡାକ୍ତର ଙ୍କୁ ଧନ୍ୟବାଦ ଦେଇ ଥାଆନ୍ତି ତାହା କିନ୍ତୁ ଅନ୍ୟ କର୍ମଚାରୀ ମାନଙ୍କୁ ଭୁଲି ଯାଇ ଥାଆନ୍ତି ଯାହା ଏଠାରେ ପ୍ରମାଣ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।