ଦେଖନ୍ତୁ ଭିଡ଼ିଓ – ନୂତନ ଧାରାବାହିକ ‘ତାରିଣୀ ଆଖିରେ ତାରା’ ରେ ମୁଖ୍ୟ ଭୂମିକାରେ କେଉଁ ମାନେ ଅଭିନୟ କରିବାକୁ ଯାଉଛନ୍ତି ଜାଣନ୍ତୁ

0

ବନ୍ଧୁଗଣ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ତାରା ତାରିଣୀ କୁ ତ ଆପଣ ମାନେ ବହୁତ୍ ଭଲପାଇବା ଦେଇଛନ୍ତି।ଏହି ଧାରାବାହିକ ଦର୍ଶକ ମାନଙ୍କ ଦ୍ଵାରା ଏତେ ମାତ୍ରାରେ ଆଦୃତି ଲାଭ କରିଛି ଯେ ଯାହା ଏବେ ଓଡ଼ିଶାର ଦର୍ଶକ ମାନଙ୍କ ମାନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛି ଏବଂ ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇ ପାରିଛି, ଯାହାକୁ ଅଗଣିତ ତଥା ଅନେକ ଦର୍ଶକ ପସନ୍ଦ କରୁଛନ୍ତି ଏବଂ ଭଲପାଇବା ମଧ୍ୟ ଦେଉଛନ୍ତି।ତେବେ ଏହାକୁ ନେଇ ଯାହା ଦର୍ଶକ ଙ୍କ ମନରେ ଆଗ୍ରହ ରହିଛି ତାହା କହିଲେ ନସରେ।ତେବେ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ତାରାତାରିଣୀ ପରିବର୍ତ୍ତେ ଏବେ ଆଉ ଏକ ଧାରାବାହିକ ନୂଆ ରୂପରେ ଆପଣ ମାନେ ଦେଖିବାକୁ ପାଇବେ।

ଯାହାର ନାମ ହେଉଛି ତାରିଣୀ ଆଖିରେ ତାରା। ତେବେ ଏହି ନୁଆ କରି ଆସୁଥିବା ସୀରିଏଲ ରେ କେଉଁ କଳାକାର ମାନେ ଅଭିନୟ କରିବେ ଆଉ କେଉଁ ସବୁ କଳାକାର ମାନେ ଅଭିନୟ କରିବେ ନାହିଁ, ଆଜି ଆମେ ସେହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା। ଆସନ୍ତୁ ଆଲୋଚନା କରିବା ଏହି ନୂତନ ଧାରାବାହିକ ରେ ଅଭିନୟ କରିବାକୁ ଯାଉଥିବା କଳାକାର ମାନଙ୍କ ବିଷୟରେ।ଆପଣମାନେ ଜାଣିଥିବେ ଗତକାଲି ଠାରୁ ଓଡ଼ିଶାର ଏହି ଲୋକପ୍ରିୟ ଧାରାବାହିକ ତାରାତାରିଣୀ କୁ ବନ୍ଦ କରି ଦିଆ ଯାଇଛି ବା ଏହା ସରି ଯାଇଛି ବୋଲି ଆପଣ କହି ପାରନ୍ତି।

ଆଉ ଏହା ବଦଳରେ ଆସନ୍ତା ସୋମବାର ଅର୍ଥାତ୍ ୧୯ ଏପ୍ରିଲ୍ ୨୦୨୧ ଠାରୁ ଏକ ନୂଆ ଧାରାବାହିକ ଯାହାର ନାମ ହେଉଛି ତାରିଣୀ ଆଖିରେ ତାରା ଧାରାବାହିକ ଟି ପ୍ରସାରିତ ହେବ।ଆଉ ଏହି ନୁଆ ଧାରାବାହିକରେ ଦୁଇଟି ନୂଆ ଚେହେରା ନଜର ଆସିବେ ସେମାନେ ପୁଣି ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ତେବେ ଏହି ଦୁଇଜଣ କଳାକାର ହେଉଛନ୍ତି ସୁମନ ପଟ୍ଟନାୟକ ଏବଂ ଅସୀମା ପାତ୍ର।ଆପଣଙ୍କୁ କହି ରଖୁଛୁ ଯେ ଏହି ନୂତନ ଧାରାବାହିକ ରେ କୁନି ତାରା ତାରିଣୀ, ଏବଂ ଲିପି ମହାପାତ୍ର ଯିଏକି ତାରିଣୀ ଭୂମିକାରେ ଅଭିନୟ କରୁଥିଲେ ତାଙ୍କୁ ଆପଣ ଦେଖିବାକୁ ପାଇବେ ନାହିଁ।

ଏହାଛଡା ଆପଣ କିଛି ପୂର୍ବ କଳାକାର ଅର୍ଥାତ୍ ଯେଉଁମାନେ ତାରାତାରିଣୀ ରେ ଅଭିନୟ କରୁଥିଲେ ସେମାନେ ଏହି ତାରିଣୀ ଆଖିରେ ତାରା ଧାରାବାହିକରେ ନଜର ଆସିବେ ବୋଲି ଜଣା ପଡିଛି। ଏ ବିଷୟରେ କହିଛନ୍ତି ଏହି ଧାରାବାହିକର ପ୍ରଯୋଜକ ସଂସ୍ଥା। ତେବେ ଆପଣ ମାନେ ଏହି ସୁନ୍ଦର୍ ଧାରାବାହିକ କୁ ଏକ ନୂଆ ରୂପ ନୂଆ ଭାବନାର ସହିତ ଦେଖିବାକୁ ପାଇବେ ରାତି ୯ ଟା ସମୟରେ ଏହି ଚ୍ୟାନେଲ ରେ। ଆପଣ ମାନେ ନିଶ୍ଚିତ ଭାବରେ ଏହି ନୂତନ ସିରିଏଲ କୁ ମଧ୍ୟ ଭଲପାଇବା ଦେବେ ବୋଲି ଆମର ଆଶା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।