OAS ଅଫିସର ହୋଇ ମଧ୍ୟ ମନରେ ଟିକିଏ ଗର୍ବ ନାହିଁ, ବିଲରେ ହଳ କରୁଛନ୍ତି ଆଡିସନାଲ ତହସିଲଦାର, ଭିଡ଼ିଓ ହେଉଛି ଭାଇରାଲ….

0

ଭାରତ ହେଉଛି ଏକ କୃଷି ବହୁଳ ଦେଶ, ଅଧିକାଂଶ ଘରର ପିଲା ହେଉଛନ୍ତି ଚାଷୀ ଘରର କିନ୍ତୁ ଚାଷକାମ ଆସ୍ତେ ଆସ୍ତେ କମିବାକୁ ଲାଗିଲାଣି। ଆଜି କାଲିର ପିଲାମାନେ ଚାଷ କାର୍ଯ୍ୟ କରିବା ଠାରୁ ବେଶି ବାବୁ ହେବାକୁ ପସନ୍ଦ କରୁଛନ୍ତି। ଯଦି କେହି ପାଠ ପଢୁଛି, ଚାଷ କାମ କରିବାକୁ ପିଲାମାନେ ପ୍ରସ୍ତୁତ ନୁହନ୍ତି, ସେମାନେ ବୁଝୁ ନାହାନ୍ତି ଚାଷ କାର୍ଯ୍ୟ କରା ନଗଲେ ପେଟକୁ ଖାଇବାକୁ ମଧ୍ୟ ମିଳିବ ନାହିଁ। କିନ୍ତୁ ବହୁତ କମ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି, ଯେଉଁ ମାନେ ପାଠ ପଢି ଚାକିରୀ କରିବା ପରେ ଚାଷ କାର୍ଯ୍ୟକୁ ପସନ୍ଦ କରନ୍ତି ନାହିଁ।

ତେବେ ବନ୍ଧୁଗଣ ଆମେ ଆପଣମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହିତ ଆପଣମାନେ ବହୁତ ଖୁସି ମଧ୍ୟ ହୋଇଯିବେ।ତେବେ ଘଟଣାଟି ହେଉଛି, ଜଣେ ବ୍ୟକ୍ତି ଅଫିସର ହେଲା ପରେ ମଧ୍ୟ ବିଲରେ ଆସି ଚାଷ କାର୍ଯ୍ୟ କରୁଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଇସିଂହ ପୁର ଗ୍ରାମରେ ଅଶୋକ ମୁଦୁଲି ନାମକ ବ୍ୟକ୍ତି ଜଣେ ଜନ୍ମ ଗ୍ରହଣ କରିଥିଲେ, ତାଙ୍କ ବାପାଙ୍କ ନାମ ବିଭୀଷଣ ମୁଦୁଲି, ପିଲାଟି ଦିନରୁ ସେ ଚାଷକୁ ବହୁତ ଭଲ ପାଆନ୍ତି। ଖାଲି ଭଲ ପାଆନ୍ତି ଯେ ତାହା ନୁହେଁ, ମୁଲିଆଙ୍କ ସହ ମିଶି ନିଜେ ମଧ୍ୟ ପାଣି କାଦୁଅରେ କାମ କରନ୍ତି। ଏଥିରେ ତାଙ୍କୁ ବହୁତ ଆନନ୍ଦ ମିଳିଥାଏ କାରଣ ସେ ହେଉଛନ୍ତି ଜଣେ ଚାଷୀ ଘରର ପିଲା।

ଅଶୋକ ମୁଦୁଲି 2015 ମସିହାରେ OAS ଅଫିସର ଭାବରେ ତାଙ୍କୁ ନିଯୁକ୍ତି ମିଳିଲା। ସେ ମାଲକାନଗିରି ଜିଲ୍ଲାର ତାସିଲଦାର କାର୍ଯ୍ୟଳୟରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରନ୍ତି।ତାଙ୍କର ଦୁଇଟି ଚେହେରା ରହିଥାଏ, ଗୋଟିଏ ଚାଷୀ ଓ ଅନ୍ୟଟି ବାବୁ, ଲୋକମାନେ ଅଫିସର ହେଲା ପରେ କାହାକୁ ଖାତିରି କରନ୍ତି ନାହିଁ ଏବଂ ପଛ କଥା ମଧ୍ୟ ଭୁଲି ଯାଆନ୍ତି।ଚାଷବାସ ତ ଦୂରର କଥା ଗାଁ ଓ ପରିବାରକୁ ମଧ୍ୟ ଆସନ୍ତି ନାହିଁ କିନ୍ତୁ ସେ ଦୃଷ୍ଟିରୁ ଓଏସ ଅଫିସର ଜଣେ ସାମାଜିକ ଆଦର୍ଶ।ସମସ୍ତେ ଭାବୁଥିଲେ ସେ ଅଫିସର ହେଲା ପରେ,ଚାଷବାସ କାର୍ଯ୍ୟ କରିବେ ନାହିଁ କିନ୍ତୁ ସେ ଚାଷକୁ କେମିତି ବା ଭୁଲିବେ ଚାଷବାସ ତାଙ୍କ ରକ୍ତରେ ରହିଛି।

ସେ ଅଫିସ କାମରୁ ଫାଙ୍କା ପାଇଲେ ସେ ବିଲରେ ପଶି, ହଳ କରିବା ସହ ତଳି ରୋଇଥାନ୍ତି, ଏଥିରେ ତାଙ୍କର କୁଣ୍ଠା ନଥାଏ ବରଂ ଥାଏ ଆନନ୍ଦ ଓ ଆତ୍ମତୃପ୍ତି। ଏଭଳି କାମ ପାଇଁ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।