ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ଅଭିନେତା ପୁପିନ୍ଦର ନିଜ ଶଶୁରଘର ଏବଂ ନିଜ ସ୍ତ୍ରୀ ବିଷୟରେ କହିଲେ ଏମିତି…

0

ପୁପିନ୍ଦର ସିଂହ ହେଉଛନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ପ୍ରମୁଖ କଳାକାର। ଯିଏକି ତାଙ୍କର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି।ସେ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର ଅଭିନେତା। ତାଙ୍କର ପରିଚୟ କେବଳ ଜଣେ ଅଭିନେତା ନୁହଁ ବରଂ ଜଣେ ପ୍ରଯୋଜକ ଭାବରେ ମଧ୍ୟ ସେ ବହୁତ ଜଣାଶୁଣା।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ହେଉଛନ୍ତି ଜଣେ ସକ୍ରିୟ ଏବଂ ପ୍ରସିଦ୍ଧ କଳାକାର। ତାଙ୍କର ସିନେମା ଏବଂ ସୀରିଏଲ୍ ଜଗତ ପ୍ରତି ଅବଦାନ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ଜଣେ ସକ୍ରିୟ କଳାକାର ଭାବରେ ଏବେବି ବିଶେଷ ସ୍ଥାନ ଅଧିକାର କରୁଛନ୍ତି।

ଦୀର୍ଘ ଦିନରୁ ସେ ଓଡ଼ିଆ ସିନେମା ଜଗତ ପାଇଁ କାମ କରି ଅନେକ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କର ଅନେକ ପ୍ରଶଂସକ ଥିବା ବେଳେ ଅନେକ ତାଙ୍କୁ ଅନୁସରଣ ମଧ୍ୟ କରିଥାନ୍ତି।ସେ ଅନେକ ସୁପରହିଟ ଫିଲ୍ମ୍ ରେ କାମ କରି ଅନେକ ସଫଳତା ସାଙ୍ଗକୁ ଲୋକଙ୍କ ଭଲପାଇବା ମଧ୍ୟ ପାଇ ପାରିଛନ୍ତି।

ତେବେ ତାଙ୍କ ବିଷୟରେ ଏଇ ଲେଖାରେ ଆମେ ଏଥିପାଇଁ କହୁଛୁ କାରଣ ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଜଣେ ଟେଲି ଅଭିନେତ୍ରୀ ଙ୍କ ସହ ଭିଡିଓ କଲ୍ ରେ କଥାବାର୍ତ୍ତା କରୁଛନ୍ତି ଏବଂ ତାଙ୍କର ପରିବାର ବିଷୟରେ ତାଙ୍କ ଲଭ୍ ଲାଇଫ ବିଷୟରେ କିଛି କଥା ମଧ୍ୟ ସେୟାର କରିଛନ୍ତି। ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ସେ ଏକ ଭିନ୍ନ ଯାଗାକୁ ତାଙ୍କ ସ୍ତ୍ରୀଙ୍କ ସହ ବୁଲିବା ପାଇଁ ଯାଇଛନ୍ତି ବୋଲି କହିଛନ୍ତି।ସେ ପଞ୍ଜାବରେ ଥିବା ବେଳେ ଭିଡିଓ କଲ୍ ମାଧ୍ୟମରେ ଜଣେ ଅଭିନେତ୍ରୀ ଙ୍କ ସହ କଥା ହେଉଛନ୍ତି ଏବଂ ତାଙ୍କ ସ୍ତ୍ରୀ, ଲଭ୍ ଲାଇଫ ଏବଂ ପିଲା ମାନଙ୍କ ବିଷୟରେ କହିଛନ୍ତି। ପ୍ରକୃତରେ ତାଙ୍କ ମାମୁଁ ଏବଂ ମଉସା ସମସ୍ତେ ପଞ୍ଜାବରେ ରୁହନ୍ତି ବୋଲି ସେ କହିଛନ୍ତି।

ଛୋଟ ଥିବା ବେଳେ ସେ ସେଠାକୁ ଆସିଥିଲେ। ତାଙ୍କର ବାହାଘର ଅମୃତସର ରେ ହୋଇଥିଲା ଯେଉଁଠି ତାଙ୍କ ଶ୍ବଶୁରଙ୍କ ଘର। ବାହାଘର ପରେ ସେ ଥରେ ସବୁଆଡେ ବୁଲିଥିଲେ ଆଉ ତାପରେ ଯିବାକୁ ସମୟ ଓ ସୁଯୋଗ ପାଇ ନଥିଲେ।୩ ବର୍ଷ ତଳେ ସେ ଅମୃତସର ଆସିଥିଲେ।

ପୁଣିଥରେ ଏକ ଟ୍ରିପ ରେ ସେ ସେଠାକୁ ଯିବାର ସମୟ ପାଇଛନ୍ତି ଏବଂ ସେଠାରେ ତାଙ୍କର ସମସ୍ତ ଅତିବାହିତ କରୁଛନ୍ତି ଚାରିଆଡେ ବୁଲି।ସେ ତାଙ୍କ କଥାରେ ତାଙ୍କ ସ୍ତ୍ରୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।ସେ ତାଙ୍କୁ ବହୁତ୍ ଧନ୍ୟବାଦ ମଧ୍ୟ ଦେଇଛନ୍ତି। କାରଣ ସେ ପିଲା ମାନଙ୍କ ଯତ୍ନ ନେବା ସହିତ ସେମାନଙ୍କ ସବୁ କଥାକୁ ବୁଝି ତାଙ୍କର ଅନୁପସ୍ଥିତି ରେ ମଧ୍ୟ ଘରକୁ ଭଲ ଭାବରେ ଚଳାଇ ନେଇଥାନ୍ତି ଧର୍ଯ୍ୟର ସହିତ। ଏଥିପାଇଁ ସେ ତାଙ୍କୁ ହୃଦୟରୁ ସମ୍ମାନ ଏବଂ ଭଲପାଇବା ଜଣାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।