ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! ଓଡ଼ିଆ ସିରିଏଲ actress ଲିପି ମହାପାତ୍ର ଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିଲେ ହୋଇଯିବେ ଦିୱାନା….

0

ଛୋଟ ପରଦାରେ ଅଭିନୟ କରୁଥିବା କଳାକାର ମାନେ ବେଳେବେଳେ ଏମିତି ଧମାକା ଦେଖାଇଥାନ୍ତି ଯାହା ଦର୍ଶକ ମାନଙ୍କ ମହଲରେ ବେଶ୍ ଗ୍ରହଣୀୟ ଏବଂ ପ୍ରଶଂସନୀୟ ହୋଇ ଉଠିଥାଏ।ଆଉ ସେହି କଳାକାର ମାନେ ଦର୍ଶକ ମାନଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଥାଆନ୍ତି।ଆଉ ଯଦି ସେମାନଙ୍କ ମଧ୍ୟରେ ଅଭିନୟର କଳା ଆଗରୁ ଥାଏ ତେବେ ସେମାନେ ଏକ ଭିନ୍ନ ଅନ୍ଦାଜ ରେ ନିଜକୁ ଉପସ୍ଥାପିତ କରନ୍ତି।

ତେବେ ସେହି ପରିପ୍ରେକ୍ଷୀରେ ଆମେ ଆପଣଙ୍କୁ କହୁଚୁ ଅଭିନେତ୍ରୀ ଲିପି ଙ୍କ ବିଷୟରେ। ଯିଏକି ଏବେ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ରେ ଏକ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

ତେବେ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଏହି ଓଡ଼ିଶାର ଲୋକପ୍ରିୟ ଧାରାବାହିକ ‘ତାରା ତାରିଣୀ’ କୁ ତ ଆପଣ ମାନେ ଭଲ ବହୁତ୍ ଭଲ ପାଉଥିବେ। କାରଣ ଏହା ଆପଣଙ୍କୁ ନିଶ୍ଚିତ ଭଲ ଲାଗୁଥିବ। କାରଣ ଏହି ଧାରାବାହିକ ତୁ ଦର୍ଶକ ମାନଙ୍କୁ ଏକ ଭିନ୍ନ ସ୍ୱାଦର ମନୋରଞ୍ଜନ ଯୋଗାଇ ଆସୁଛି।ଏହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନଙ୍କ ସହିତ ମଧ୍ୟ ଆପଣ ପରିଚିତ ଥିବେ।

ସେମାନଙ୍କ ସମସ୍ତଙ୍କ ଚରିତ୍ର ଏହି ଧାରାବାହିକରେ ବେଶ୍ ଚିତାକର୍ଶକ ଅଟେ।ଆଉ ତା ମଧ୍ୟରୁ ଅଭିନେତ୍ରୀ ଲିପିଙ୍କ ଅଭିନୟ ବେଶ ଦମଦାର ଅଟେ।ସେ କେବଳ ଏହି ଧାରାବାହିକ ମାଧ୍ୟମରେ ପରିଚୟ ପାଇ ନାହାନ୍ତି ବରଂ ଅନେକ ସିରିଏଲ୍, ଆଲବମ୍ ଏବଂ ସିନେମାରେ ମଧ୍ୟ ସେ ତାଙ୍କର ଅଭିନୟର ଯାଦୁ ଦେଖାଇ ଅଛନ୍ତି।

ସେ ଓଡ଼ିଶାର ଟେଲି ଜଗତର ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଏବଂ ଆକର୍ଷଣୀୟ ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଆଲବମ୍ ଜରିଆରେ ଦର୍ଶକ ମାନଙ୍କୁ ତାଙ୍କର ଭେଟି ଦେଇଛନ୍ତି  ।

ଏହି ଅଭିନେତ୍ରୀ ଜଣଙ୍କ।ଆଉ ଏବେ ତାଙ୍କର ଏକ ଜବରଦସ୍ତ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।ଏହି ଭିଡିଓ ସେ ଘରେ ସୁଟ କରିଥିବାର ଜଣା ପଡିଛି। ଯେଉଁଥିରେ ସେ ଏକ ସୁନ୍ଦର୍ ପୋଷାକ ପିନ୍ଧି ଗୀତର ତାଳେ ତାଳେ ନୃତ୍ୟ କରିବାରେ ଲାଗିଛନ୍ତି।

ଆଉ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ଲିପି ଙ୍କ ସହିତ ଆଉ ଜଣେ ଯୁବତୀ ମଧ୍ୟ ଡାନ୍ସ କରୁଛନ୍ତି। ଉଭୟ ସୁନ୍ଦର୍ ଭାବରେ ଡାନ୍ସ ରେ ମଜି ଯାଇଛନ୍ତି।ଏହି ଭିଡିଓ ଟି ସୋସିଆଲ ମିଡିଆରେ ସେୟାର ହେବା ପରେ ଏହାକୁ ଏବେ ସୁଦ୍ଧା ଅନେକ ଲୋକ ଦେଖି ସାରିଥିବା ବେଳେ ଅନେକ ଏଥିରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।