ଓଡିଶା ବାହାରେ ରହି ଓଡିଶାବାସୀ ଙ୍କୁ ରାନୀପଣ଼୍ଡା ଏମିତି ଅଶୀଳ ଭାଷାରେ ଗାଳିଦେଲେ ଆପଣ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଆପଣଙ୍କ ମତରେ ରାନୀ ପଣ୍ଡା କଣ ଠିକ କରୁଛନ୍ତି କି ?

0

ପୁଣି ଭିଡିଓ ଜରିଆରେ ଏବେ ସାମ୍ନାକୁ ଆସିଲେ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା।ଅନେକ ଘଟଣା ସମ୍ପର୍କରେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ସର୍ବଦା ଚର୍ଚ୍ଚାର ପରିସରକୁ ଆସୁଥିବା  ରାନୀ ପଣ୍ଡା ହେଉଛନ୍ତି ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା।ଯାତ୍ରା ପ୍ୟାଣ୍ଡେଲ ରେ ତାଙ୍କର ଜଲବା ହେଉ କିମ୍ବା ବେଣୁ ମଉସାଙ୍କ ନିର୍ବାଚନୀ ପ୍ରଚାର ହେଉ ଅଥବା ରିଲିଫ ପାଣ୍ଠି କୁ ଦାନ ହେଉ କିମ୍ବା ଯାତ୍ରା କଳାକାର ଙ୍କ ପାଇଁ ବିକ୍ଷୋଭ କଥା ହେଉ, ସବୁଆଡେ ସେ ଚର୍ଚ୍ଚାରେ ରହି ଥାଆନ୍ତି।ତେବେ ଦର୍ଶକ ମାନେ କେବଳ ତାଙ୍କୁ ରାନୀ ପଣ୍ଡା ନାମରେ ନୁହେଁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ନାମରେ ଜାଣନ୍ତି।

ସେ ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ଆପଣ ମାନେ ନିଶ୍ଚିତ ଅନେକ ରୂପରେ ରାନୀ ଙ୍କୁ ପୂର୍ବରୁ ଦେଖିଥିବେ ଭିନ୍ନ ଅନ୍ଦାଜ ରେ ଓ ଭିନ୍ନ ଢଙ୍ଗରେ। ଆପଣ ମାନେ ତ ଜାଣିଥିବେ ଏହି ବିବାଦୀୟ ଅଭିନେତ୍ରୀ ଜଣଙ୍କ ଓଡ଼ିଶା ଛାଡ଼ି ଚାଲି ଯାଇଛନ୍ତି ବୋଲି ଜଣା ପଡିଛି। ଅଧିକାଂଶ ସମୟରେ ରାଣୀ ଙ୍କ ଭିଡିଓ ମାନ ଆପଣ ଭିନ୍ନ ଭିନ୍ନ ଢ଼ଙ୍ଗରେ ଦେଖିବାକୁ ପାଇଥିବେ।ଏବେ ପୁଣି ଭିଡିଓ ଜରିଆରେ ଏବେ ସାମ୍ନାକୁ ଆସିଲେ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା।

କିନ୍ତୁ ଆମେ ଆଜି ଆପଣଙ୍କୁ ରାଣୀ ଙ୍କର ଏମିତି ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଏକ ଭିନ୍ନ ରୂପ ଅଟେ।ହୁଏତ ଆପଣ ଆଗରୁ କେବେ ତାହା ଦେଖି ନଥିବେ କି ବିଶ୍ୱାସ ବି କରି ନଥିବେ।ଆଉ ତାଙ୍କର ଏବେର ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରାରେ ଭାଇରଲ ହେବରେ ଲାଗିଛି।ଏହି ଭିଡିଓ ରେ ରାନୀ ବହୁତ ରାଗି ଯାଇ ଥିବା ଜଣା ପଡୁଛି।

ସେ ସେହି ମାନଙ୍କ ଉପରେ ରାଗିଛନ୍ତି ଯେଉଁମାନେ ତାଙ୍କୁ ଖରାପ୍ ଭାଷାରେ ଗାଳି ଗୁଲଜ କରୁଛନ୍ତି। ତାଙ୍କ ପ୍ରତି ଖରାପ୍ ମନ୍ତବ୍ୟ ଦେଉଛନ୍ତି। ସେମାନଙ୍କୁ ସେ ଆଜି ମନ ଇଛା ଏହି ଭିଡିଓ ରେ ଗାଳି ଦେଉ ଥିବାର ଦେଖିବାକୁ ମିଳିଛି।

ତାଙ୍କ କହିବା କଥା ହେଲା ତାଙ୍କୁ ଯେଉଁମାନେ ଖରାପ୍ ମନ୍ତବ୍ୟ ଦେଉଛନ୍ତି ଏବଂ ଖରାପ୍ ଭାଷାରେ ସମାଲୋଚନା କରୁଛନ୍ତି ସେମାନେ ପ୍ରଥମେ ନିଜ ଦୋଷକୁ ଦେଖନ୍ତୁ ଏବଂ ନିଜକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ତାପରେ ଅନ୍ୟ ଉପରକୁ ଆଙ୍ଗୁଳି ଉଠାଇବେ। ଯେଉଁ ପୁରୁଷ ଓ ମହିଳା ମାନେ ତାଙ୍କୁ ଏହିଭଳି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ଉପରେ ରାଣୀ ଙ୍କ କ୍ରୋଧ ଏବଂ ରାଗ ପଞ୍ଚମ ହୋଇ ଉଠିଛି।

ସେ ଜୀବନରେ କେବେ ଭୁଲ କରି ନାହାନ୍ତି ଆଉ ଯଦି କରିଛନ୍ତି ତେବେ ତାର ପ୍ରମାଣ ଆଣି ଦିଅନ୍ତୁ କାହା ପାଖରେ ଅଛି। ତେବେ ଯାଇ ତାଙ୍କ ଉପରକୁ ଆଙ୍ଗୁଳି ଉଠାଇବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।