ଓଡିଶା ଛାଡିବା ପରେ ପୁଣି ଚର୍ଚ୍ଚାକୁ ଆସିଲେ ରାଣୀ ପଣ୍ଡା ! ଏହି ଗରିବ ଝିଅକୁ ତାର ପାଠପଢା ପାଇଁ ସାହାର୍ଯ୍ୟ କରିବା ସହିତ ଘର କରିଦେବି ବୋଲି ପ୍ରତିଶୃତି ଦେଲେ…

0

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ ।ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ନିକଟ ଅତୀତ ରେ ମଧ୍ୟ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସେ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ବିବାଦ ରେ ଶିକାର ହୋଇ ଥିଲେ। ତେବେ ବିଭିନ୍ନ ପ୍ରକାର ବିବାଦ ର ଶିକାର ସବୁବେଳେ ହୋଇ ଥାଆନ୍ତି ରାନୀ ପଣ୍ଡା ।

ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି । ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି।ଅନେକ ଲୋକଙ୍କୁ ତାଙ୍କ ବିପଦ ସମୟରେ ରାନୀ ସାହାଯ୍ୟ ର ହାତ ବଢ଼େଇ ଦେଇଥାନ୍ତି।

କରୋନା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ସାହାଯ୍ୟ କରି ଥିଲେ ରାନୀ।ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫୦ ହଜାର ଟଙ୍କା ଦାନ କରି ଥିଲେ।କରୋନା ସମୟରେ ରାନୀ ଗରିବ ଲୋକଙ୍କୁ ଖାଦ୍ୟ ଦେବା ସହିତ ଯାତ୍ରା ଜଗତର ଛୋଟ କଳାକାର ମାନଙ୍କୁ ସାହାଯ୍ୟ କରି ଥିଲେ।ଯାଜପୁର ଜିଲ୍ଲାରେ ଯେତେବେଳେ ବନ୍ୟା ଆସି ଥିଲା ସେତେବେଳେ ମଧ୍ୟ ସେ ସେଠାରେ ରିଲିଫ ବାଣ୍ଟି ଥିଲେ।

ତେବେ ସେ ବର୍ତ୍ତମାନ ଓଡ଼ିଶା ଛାଡ଼ି ବାହାରେ ରହି ଥିଲେ । ଆଉ ଏକ ଭିଡିଓ ରେ ସେ କହିଥିଲେ ଯେ ଓଡ଼ିଶା ତାଙ୍କର ଜନ୍ମ ଭୂମି। ଏଠାରେ ତାଙ୍କର ସାଙ୍ଗ ସାଥି ପରିବାର ସମସ୍ତେ ଅଛନ୍ତି। ସେ ଓଡ଼ିଶା କି ଖୁବ୍ ଭଲ ପାଆନ୍ତି ଓ ଓଡ଼ିଶା ମାଟି ମଧ୍ୟ ତାଙ୍କୁ ଖୁବ୍ ଭଲ ପାଏ କିନ୍ତୁ କିଛି ବିବାଦର କାରଣ ଯୋଗୁ ସେ ଓଡ଼ିଶା ଛାଡ଼ିବା ପାଇଁ ବାଧ୍ୟ ହୋଥିଲେ। ଓ ବର୍ତ୍ତମାନ ସେ ଓଡ଼ିଶା ବାହାରେ ରହୁଥିବା ର ନଜର ଆସିଥିଲେ।

ତେବେ ରାନୀ ପଣ୍ଡା ବାରମ୍ବାର ବିଭିନ୍ନ ପ୍ରକାର ବିବାଦରେ ଛନ୍ଦି ହେବା ପରେ ଓ ବାରମ୍ବାର ସମାଲୋଚନା ର ପାତ୍ର ହେବା ପରେ ସେ ଓଡ଼ିଶା ଛାଡ଼ି ଥିଲେ।ଏବେ ସେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି।ଯେଉଁ ଥିରେ ସେ କହିଛନ୍ତି କି ସେ ଓଡ଼ିଶା ଛାଡ଼ିଲେ ମଧ୍ୟ ସେ ସବୁବେଳେ ଓଡ଼ିଶା ବାସୀଙ୍କ ସହିତ ଅଛନ୍ତି।ସେ ଫେସବୁକ ରେ ଜଣେ ଝିଅର ଦାରିଦ୍ର୍ୟତା ବିଷୟରେ ଶୁଣି ଥିଲେ।

ପିପିଲି ର ଡେଲାଙ୍ଗ ଅଂଚଳରେ ଗୋଟିଏ ଝିଅ ତାର ପାଠ ପଢ଼ିବା ପାଇଁ ବହୁତ ଇଚ୍ଛା, ହେଲେ ତାର ସାର୍ଟିଫିକେଟ ବନ୍ଧା ପଡ଼ିଛି, ତେଣୁ ସେ ତାକୁ ମୁକୁଳିବା ପାଇଁ ମାଟି କାମ କରୁଛି।ଏହି ଖବରଟି ରାନୀ ଙ୍କୁ ବହୁତ ଆଘାତ ଦେଇଛି।ତେଣୁ ସେ କହିଛନ୍ତି କି ସେ ସେହି ଝିଅଟିକୁ ତାର ପାଠ ପଢା ପାଇଁ ଯେତିକି ଅର୍ଥ ଆବଶ୍ୟକ ତାହା ସେ ନିଜେ ଦେବେ।ତେଣୁ ସେ ଏହି ଭିଡ଼ିଓ ମାଧ୍ୟମରେ ସେହି ଝିଅକୁ ତାର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗିଛନ୍ତି, ଯାହାଦ୍ୱାରା ସେ ସେହି ଆକାଉଣ୍ଟ କୁ ଟଙ୍କା ପଠାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।