ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶାଶୂ ଘରେ ବୋହୂ ନୁହେଁ ଚାକରାଣୀ ! ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…

0

ଅନେକ ସମୟରେ ମାନ୍ୟବର କୋର୍ଟଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ବିଷୟରେ ଆପଣମାନେ ଜାଣିବାକୁ ପାଉଥିବେ। କୌଣସି ନିର୍ଦ୍ଦିଷ୍ଟ ମାମଲାର ଶୁଣାଣି କରି କୋର୍ଟ ଏମିତି ଏକ ରାୟ ଶୁଣାଇ ଥାଆନ୍ତି ଯେ ତାହା ଉଭୟ ପକ୍ଷ ପାଇଁ ଗ୍ରହଣୀୟ ହୋଇଥାଏ।ଏକ ସୁସ୍ଥ ଏବଂ ନ୍ୟାୟ ଭିତ୍ତିକ ବିଚାର ଆଧାରରେ କୋର୍ଟ ତାଙ୍କ ରାୟକୁ ଶୁଣାଇ ଥାଆନ୍ତି। ଯାହା କାହାର ସପକ୍ଷ ରେ ନଥାଏ କି କାହାର ବିପକ୍ଷରେ ମଧ୍ୟ ନଥାଏ। ସମାଜର ହିତ ସାଧନ ପାଇଁ ଏହା ହୋଇଥାଏ।

ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଏବେ ଶୁଣାଇଛନ୍ତି ମାନ୍ୟବର କୋର୍ଟ ଯାହା ମହିଳା ମାନଙ୍କ ସ୍ବାର୍ଥ ଏବଂ ସମ୍ମାନକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉଚିତ୍ ସମ୍ମାନ ଏବଂ ନ୍ୟାୟ ଦେବା ପାଇଁ କରାଯାଇଛି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଶାଶୁ ଘରେ ବୋହୂକୁ ଉଚିତ୍ ନ୍ୟାୟ ମିଳିବାକୁ ନେଇ କୋର୍ଟ ମଧ୍ୟ ଆଗରୁ ଅନେକ ରାୟ ଶୁଣାଇ ଛନ୍ତି। ତେବେ ଏବେ ସେହିଭଳି ଏକ ରାୟ ଶୁଣାଇ କୋର୍ଟ ଶାଶୁ ଘରେ ବୋହୂକୁ ତାର ଅଧିକାର ସାବସ୍ତ୍ୟ କରିବା ସହିତ ନିଜର ସମାନତା କୁ ବଜାୟ ରଖିବା ପାଇଁ ଏକ ରାୟ ଦେଇଛନ୍ତି। ଯେଉଁଥିରେ କୁହାଯାଇଛି କି ଶାଶୂଘରେ ବୋହୂକୁ କୌଣସି ବି ପରିସ୍ଥିତିରେ କ୍ରୀତଦାସ ଭଳି ବ୍ୟବହାର କରାଯାଇ ପାରିବ ନାହିଁ।

ଏହାଛଡା ଶାଶୂଘରେ ବୋହୂକୁ ମାନବିକ ସମବେଦନା ମଧ୍ୟ ମିଳିବା ଆବଶ୍ୟକ ଅଟେ। ତେବେ ସୂଚନା ଅନୁସାରେ ଏକ ବଧୂ ନିର୍ଯାତନା ସମ୍ପର୍କିତ ମାମଲାର ଶୁଣାଣି କରି ମାନ୍ୟବର ଓଡ଼ିଶା ହାଇକୋର୍ଟ ଏଭଳି ଏକ ଟିପ୍ପଣୀ ଦେଇଛନ୍ତି।

କୋର୍ଟ ଏକ ମାମଲାର ଶୁଣାଣି କରି ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଅଭିଯୁକ୍ତ ସ୍ୱାମୀର ଜାମିନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।୨୦୧୫ ମସିହାରେ ଢେଙ୍କାନାଳ ଅଞ୍ଚଳରେ ଏକ ବିବାହରେ ଯୁବତୀଙ୍କ ବାପା ପୁଅ ଘରକୁ ୫ ଲକ୍ଷ ଟଙ୍କା, ୨୦ ଭରି ସୁନା ଗହଣା ସହିତ ଅନ୍ୟାନ୍ୟ ଜିନିଷ ମାନ ଯୌତୁକ ବାବଦରେ ଦେଇଥିଲେ। ଆଉ ଠିକ୍ ବିବାହର ଦୁଇ ବର୍ଷ ପରେ ଶଶୁର ଘର ପକ୍ଷରୁ ଅଧିକ ଯୌତୁକ ଦାବି କରି ଯୁବତୀଙ୍କୁ ନିର୍ଯାତନା ଦିଆ ଯାଇଥିବାର ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ବୋହୂଙ୍କୁ ଶାରିରୀକ ଅତ୍ୟାଚାର ହେଉଥିବାର ମଧ୍ୟ ଅଭିଯୋଗ ହୋଇଥିଲା।ଏହାପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହିଳା ଜଣଙ୍କ।

ପରେ ଅଭିଯୋଗ କ୍ରମେ କୋର୍ଟ ମାମଲାର ଶୁଣାଣି କରି ଏହି ରାୟ ଦେଇଥିଲେ ଯେ ବୋହୁ ଶାଶୁଘରେ କ୍ରୀତଦାସ ଭଳି ରହି ପାରିବ ନାହିଁ ବରଂ ସମ୍ମାନର ସହିତ ରହିବାର ଅଧିକାର ପାଇବା ଦରକାର୍। ପୁଅ ଭଳି ବୋହୂର ସଂପୂର୍ଣ୍ଣ ଅଧିକାର ରହିଛି ଶାଶୁ ଘରେ।ଏହା ସହିତ ଯୌତୁକ ନିର୍ଯାତନା ସହ ଶାରିରୀକ ଅତ୍ୟାଚାର କରିଥିବା କାରଣରୁ କୋର୍ଟ ମହିଳାଙ୍କ ସ୍ଵାମୀଙ୍କ ବ୍ୟତୀତ ଉକ୍ତ ପରିବାରର ଏକାଧିକ ସଦସ୍ୟକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବାସହ ସ୍ଵାମୀଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।