ଓଡିଶା ଇତିହାସରେ ପ୍ରଳୟଙ୍କାରୀ ଅଧ୍ୟାୟ : ମେ’ ଦ୍ୱିତୀୟ ସପ୍ତାହରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ୧୪ ତାରିଖରେ ନେଇପାରେ ବାତ୍ୟାର ରୂପ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଶେଷଜ୍ଞ

0

ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡିଶାକୁ ଅସ୍ତବ୍ୟସ୍ତ କରିଦେଇଛି। ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାକୁ ଅଧିକ କ୍ଷତି ସହିବା ପାଇଁ ପଡ଼ିଥାଏ। ପ୍ରାତେକ ବର୍ଷ ବନ୍ୟା ଏବଂ ବାତ୍ୟା ଆସୁଛି, ତେବେ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ସରକାର ଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ। ବନ୍ୟା ଅପେକ୍ଷା ବାତ୍ୟା ଅଧିକ ଭୟଙ୍କର ହୋଇ ଥାଏ, ସେଥିପାଇଁ ସରକାର ଙ୍କର ପୂର୍ବ ପ୍ରସ୍ତୁତି କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ। ଯେପରି ଫୋନି, ଓମ୍ଫାନ, ହୁଡ ହୁଡ ଇତ୍ୟାଦି ବାତ୍ୟା ଏତେ ଭୟଙ୍କର ଥିଲା ଯେ ଲୋକେ ଏ ପର୍ଯ୍ୟନ୍ତ ସାହାରା ପାଉନାହାନ୍ତି, ରହିବା ପାଇଁ ଅନେକ ଲୋକ ନିଜର ଧନ ସମ୍ପତ୍ତି ହରାଇ ବହୁ ଅସୁବିଧା ଭୋଗ କରୁଛନ୍ତି।

ଗତ ବର୍ଷ ବାତ୍ୟା ଏ ଯାଏ ଲୋକ ମାନଙ୍କ ମନ ମଧ୍ୟରୁ ଲିଭି ନଥିବା ବେଳେ, ବର୍ତ୍ତମାନ ସମୟରେ ସୂଚନା ମିଳୁଛି କି ପୁଣି ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି। ତେବେ ଏହି ବାତ୍ୟା କଥା ଶୁଣିବା ପରେ ପୁଣି ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର;

ତେବେ ପାଣିପାଗ ବିଭାଗର ଖବର ଅନୁସାରେ ଗତବର୍ଷ ଭଳି ଏ ବର୍ଷ ମେ ମାସରେ ବାତ୍ୟା ଛନକା ଆସିବାର ସମ୍ଭାବନା ରହିଛି। ମେ ୧୨ ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗପସାଗର ନିକଟରେ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହୋଇ ପାରେ, ଆଉ ଏହା ଘନୀଭୂତ ହୋଇ ମେ ୧୩ ତାରିଖରୁ ୧୪ ତାରିଖରେ ବାତ୍ୟା ହେବାର ସମ୍ଭାବନା ରହିଛି। ସବୁଠାରୁ ବଡ କଥା ହେଉଛି ଏହି ବାତ୍ୟା ଓଡିଶା ଏବଂ ପଶ୍ଚିମବଙ୍ଗ ଛୁଆଁଇବା ର ଆଶଙ୍କା ରହିଛି।

ବିଶ୍ୱର କେତେକ ପ୍ରମୁଖ ପାଣିପାଗ ସଂସ୍ଥା ଏଭଳି ବାତ୍ୟା ଆସିବା ନେଇ ଆକଳନ କରିଛନ୍ତି। କେବଳ ଯେ ଓଡିଶା ଏବଂ ପଶ୍ଚିମବଙ୍ଗ ନୁହେଁ ବିହାର ଏବଂ ଝାରଖଣ୍ଡ କୁ ମଧ୍ୟ ଏହି ବାତ୍ୟା ଛୁଇଁ ପାରେ, ଏହା ସହ ମେ ୯ ତାରିଖରୁ ଆଣ୍ଡାମାନ ନିକଟରେ ଆଉ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହେବ ବୋଲି ଆକଳନ କରୁଛନ୍ତି। ଏହି ଘୁର୍ଣ୍ଣିବଲୟ ଘନୀଭୂତ ହୋଇ ମିଆଁମାର ଆଡକୁ ଗତି କରିବ ବୋଲି ଯାହା ଆକଳନ କରୁଛନ୍ତି।

ଆଗାମୀ ସମୟରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଓଡିଶା ଉପରେ ପଡିବ କି ନାହିଁ, ତାହା ପୂର୍ବନୁମାନ କରାଯାଉଛି। ଚଳିତ ବର୍ଷ ଏପ୍ରିଲ ମାସରେ କୌଣସି ଘୁର୍ଣ୍ଣିବଲୟ ସୃଷ୍ଟି ହୋଇ ନାହିଁ। ୨୦୨୦ ମେ ମାସରେ ଅମ୍ଫାନ ବାତ୍ୟା ଆସିଥିଲା। ତା ପୂର୍ବରୁ ୨୦୧୯ ମସିହାରେ ଫୋନି ବାତ୍ୟା ଆସିଥିଲା। ଯେହେତୁ ମେ ମାସରେ ପ୍ରବଳ ମୌସୁମୀ ଆରମ୍ବ ସହ ବଙ୍ଗପସାଗର ରେ ବାତ୍ୟା ହେବାର ନଜର ରହିଛି। ତେଣୁ ଏଭଳି ଆକଲନ କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।