ଦେଖନ୍ତୁ Viral ଭିଡ଼ିଓ : ଛି…ଛି…ଓଡିଶା ପୋଲିସକୁ ମାରୁଛି ନିଶାଖୋର, ସାଥୀ ପୋଲିସ୍ ମାନେ ଦେଖୁଛନ୍ତି ସିନ୍, ଧିକ ଏଭଳି ଲୋକଙ୍କୁ…

0

ବର୍ତ୍ତମାନ ଆଜିକାଲି ସମାଜରେ ବହୁତ ଅନ୍ୟାୟ କାର୍ଯ୍ୟ ଦେଖିବା ପାଇଁ ମିଳୁଛି। ସମାଜରେ ଏଭଳି କିଛି ଅସଭ୍ୟ ଲୋକ ମାନେ ଅଛନ୍ତି ଯେ, ଯେଉଁମାନେ କି ମଦ ପିଇ ଆସି ଖରାପ କଥା କହିବା ସହିତ ଗାଳି ଗୁଳଜ ମଧ୍ୟ କରିଥାନ୍ତି। ଯାହାକି ଏହା ଏକ ଅନ୍ୟାୟ କାର୍ଯ୍ୟ ଅଟେ। ସେମାନେ କାହାରିକୁ ଖାତିର କରୁ ନାହାନ୍ତି ଓ ଏମିତିକି ଆଇନକୁ ମଧ୍ୟ ଡରୁ ନାହାନ୍ତି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଧୀରେ ଧୀରେ ଗତି କରୁଛନ୍ତ। ଏହା ଏଭଳି ଜିନିଷ ଯାହାକି ମଣିଷ ନେବା ପରେ ନିଜର ହିତାହିତ ଜ୍ଞାନ ସବୁ ଭୁଲି ଯାଇ ଥାଏ ଓ ବହୁତ ଅନ୍ୟାୟ କାର୍ଯ୍ୟ ମଧ୍ୟ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ତାହା ହେଉଛି ପୋଲିସ ଓ ଜଣେ ଯୁବକଙ୍କ ମଧ୍ୟରେ ବିଚ ରାସ୍ତା ଉପରେ ମାଡ଼ପିଟ ଚାଲିଥିଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବରଗଡ଼ ଗାନ୍ଧୀ ଛକରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବିଜୁ ମହିଳା ଜନତା ତରଫୁରୁ ଦରଦାମ ବୃଦ୍ଧି ବାବଦକୁ ନେଇ ପ୍ରତିବାଦ ସଭା କରା ଯାଉ ଥିଲା। ସେଠାରେ ସଭା ଚାଲି ଥିବା ସମୟରେ ଦୁଇ ଜଣ ପିଲା କୌଣସି କାରଣକୁ ନେଇ ଜୋର ସୋର ଭାବରେ ଝଗଡା କରୁଥିଲେ। ଏହି ଖବର ବରଗଡ଼ ପୋଲିସ ପାଇଁ ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ।

ସେଠାରେ ପୋଲିସ ପହଁଚିବା ପରେ ସେହି ଦୁଇ ଜଣ ପିଲାଙ୍କୁ ଝଗଡା ବନ୍ଦ କର ବୋଲି ବୁଝାଉ ଥିଲେ। କିନ୍ତୁ ହେଲେ ତାଙ୍କ ମଧ୍ୟରୁ ଜଣେ ପିଲା ଜୋର ମଦ ପିଇ ଥିବାରୁ ନିଶା ଶକ୍ତ ଅବସ୍ଥାରେ ପୋଲିସଙ୍କ କଥାକୁ ବୁଝିବାକୁ ପ୍ରସ୍ତୁତ ନଥିଲା ଓ ଯାହା ଫଳରେ କି ପୋଲିସକୁ ଖରାପ ଭାଷାରେ ଗାଳି ଗୁଳଜ ମଧ୍ୟ କରିଥିଲା। ଏଥି ସହିତ ମଦ ବୋତଲକୁ ବ୍ୟକ୍ତି ଜଣଙ୍କ ନିଜ ମୁଣ୍ଡରେ ଭାଙ୍ଗି ପୋଲିସକୁ ଆକ୍ରମଣ ମଧ୍ୟ କରିଥିଲା। ଏହି ଘଟଣା ଦେଖି ସେଠାରେ ଅନେକ ଲୋକ ମାନେ ଭିଡ଼ ଜମାଇ ଥିଲେ।

ସେହି ଯୁବକଙ୍କୁ ପୋଲିସ ବାରମ୍ବାର ବୁଝାଇବା ସ୍ୱତେ ମଧ୍ୟ ଯୁବକ ଜଣଙ୍କ ବୁଝି ବାକୁ ପ୍ରସ୍ତୁତ ନଥିଲା। ନିଜ ଜୀବନକୁ ବଞ୍ଚାଇବା ପାଇଁ ପୋଲିସ ମାନେ ମଧ୍ୟ ସେହି ପିଲାଟିକୁ ଭୟ କରୁଥିଲେ। ଶେଷରେ ପୋଲିସ ସେହି ଯୁବକ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଆଉ ତାକୁ ପୋଲିସ ଗାଡ଼ିରେ ବସାଇ ଟାଉନ ଥାନାକୁ ନେଇ ଯାଇ ଥିଲେ। ଯୁବକ ଜଣଙ୍କର ମୁଣ୍ଡ ଫାଟି ଯାଇ ରକ୍ତ ବାହାରୁ ଥିବାରୁ, ତା’ର ଚିକିତ୍ସା ଲାଗି ତାକୁ ଟାଉନ ଥାନରୁ ନେଇ ଟାଉନ ମେଡିକାଲକୁ ନେଇ ଯାଇଥିଲେ। ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।