ଓଡ଼ିଶାର ସାଢେ ୪ କୋଟି ଲୋକଙ୍କ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଆଖିରେ କାହିଁକି ଲୁହ ?… ଦେଖନ୍ତୁ Video

0

ଓଡ଼ିଶାର ମେରୁଦଣ୍ଡ କହିଲେ ମନକୁ ଆସିଯାଏ ଗୋଟିଏ ନାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ | ଯିଏକି ପ୍ରତ୍ୟେକ ଓଡିଶାବାସୀ ଙ୍କ ହୃଦୟରେ ରହିଛନ୍ତି | ଲୋକ ମାନଙ୍କ ସୁବିଧା ପାଇଁ କଣ ବା ସେ ନ କରିଛନ୍ତି | ପିଲାର ଜନ୍ମ ପାଖରୁ ଆରମ୍ଭ କରି ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ଯୋଗେଇ ଚାଲିଛନ୍ତି ସମସ୍ତ ପ୍ରକାର ସୁବିଧା | ଗରିବ ଲୋକ ମାନଙ୍କ ପାଇଁ ସେ ପାଲଟିଛନ୍ତି ଭଗବାନ ସଦୃଶ | ପିଲାମାନଙ୍କ ଶିକ୍ଷା, ମହିଳାଙ୍କୁ ସଶକ୍ତିକରଣ କରିବା ଓ ଓଡିଶା କୁ କେମିତି ଆଗକୁ ବଢ଼େଇ ନେବା ହେଲା ତାଙ୍କର ମୂଳ ଉଦ୍ଦେଶ୍ୟ | ଓଡ଼ିଶାର ଆଦିବାସୀ ମାନଙ୍କୁ ଆଗକୁ ନେବାରେ ସେମାନଙ୍କୁ ସବୁ ପ୍ରକାର ସୁବିଧା ଦେଇଛନ୍ତି ଆମର ମୁଖ୍ୟମନ୍ତ୍ରୀ | ଖାଦ୍ୟ, ବସ୍ତ୍ର ବାସଗୃହ ଯାହାକି ମଣିଷର ବସତି ନିମନ୍ତେ ପ୍ରାଥମିକ ଜିନିଷ ସେ ସବୁ ଓଡିଶା ସରକାରଙ୍କ ଦ୍ୱାରା ଲୋକଙ୍କୁ ଯୋଗାଇ ଦିଆ ଯାଉଛି |

ପ୍ରତ୍ୟେକ ଲୋକଙ୍କର ଖାଇବା ନିମନ୍ତେ ଏକ ଟଙ୍କିଆ ଚାଉଳ, ଡାଲି ଓ ଅନ୍ୟାନ ସାମଗ୍ରୀ ଦେଉଛନ୍ତି | ପାଞ୍ଚ ଟଙ୍କିଆ ” ଆହାର ” ବ୍ୟବସ୍ଥା ଦ୍ୱାରା ବହୁତ ଲୋକ ଉପକୃତ ହେଉଛନ୍ତି | ଓଡିଶା ଏକ ବାତ୍ୟା ପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ବର୍ଷ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ରିଲିଫ ଓ ରହିବାର ସୁବିଧା ପାଇଁ ବାତ୍ୟା ଆଶ୍ରୟ ସ୍ଥଳୀ କରିଛନ୍ତି | ଲୋକ ମାନଙ୍କ ରହିବ ପାଇଁ ପକ୍କା ଘର ପାଇଁ ବିଭିନ୍ନ ଯୋଜନା ମାନ ପ୍ରଦାନ କରିଛନ୍ତି | ବିଜୁ ପକ୍କାଘର, ଇନ୍ଦିରା ଆବାସ ଇତ୍ୟାଦି ଯୋଜନା ଦ୍ୱାରା ଗରିବ ଲୋକ ମାନେ ନିଜର ସାହାର ପାଇଛନ୍ତି | ଗମନା ଗମନ ପାଇଁ ପକ୍କା ରାସ୍ତା ଠାରୁ ଆରମ୍ଭ କରି ଡ୍ୟାମ ଓ ପୋଲ ତିଆରି କରିଛନ୍ତି | ମହିଳାଙ୍କର ସଶକ୍ତିକରଣ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ମାନ କରିଛନ୍ତି ଯାହାଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହେଇ ପାରୁଛନ୍ତି | ମୁଖ୍ୟମନ୍ତ୍ରୀ କିଛିଦିନ ଆଗରୁ ଜର୍ମାନୀ ଗସ୍ତ କରିଛନ୍ତି ଏବଂ ବାର୍ତାଳାପ ସମୟରେ ସେ ଭାବବିହ୍ଵଳ ହୋଇ ପଡିଲେ |ଆସନ୍ତୁ ଜାଣିବା କାହିଁକି କାନ୍ଦିଲେ ମୁଖ୍ୟମନ୍ତ୍ରୀ |

ଜର୍ମାନୀରେ ପ୍ରବାସୀ ଓଡ଼ିଆଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ ନବୀନ |ରୋମରେ ଗବେଷଣା କରୁଥିବା ସମ୍ବଲପୁର ଜିଲ୍ଳାର ଶେଷ କିଷାନଙ୍କ ସଂଘର୍ଷର କଥା ଶୁଣି କୋହ ସମ୍ଭାଳି ପରି ନଥିଲେ ମୁଖ୍ୟମନ୍ତ୍ରୀ |ଶେଷ କିଷାନ ଜଣେ ଅନାଥ ପିଲା ଯିଏକି 2018 ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ,ସେ ବାଥରୁମ ଚପଲ ପିନ୍ଧି ଆସିଥିଲେ |ହାତରେ ଥିଲା ନୋକିଆ ଫୋନ | କିନ୍ତୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ତାଙ୍କୁ ଆଇଫୋନ |ଘର କରିବାରେ ସହାୟତା କରିଥିଲେ | ନବୀନଙ୍କୁ ତାଙ୍କର ବାପାମାଆ ର ଆଖ୍ୟା ଦେଇଥିଲେ |ତାଙ୍କର ମର୍ମସ୍ପର୍ଶୀ କଥା ଶୁଣି କୋହ ସମ୍ଭାଳି ପାରିଲେନି ମୁଖ୍ୟମନ୍ତ୍ରୀ, କାନ୍ଦି ପକାଇଥିଲେ |

ଏମିତି କଥା କହି ଧନ୍ୟବାଦ ଅର୍ପଣ କରିଛନ୍ତି ଶେଷ କିଷାନ |ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ବି. କେ. ପାଣ୍ଡିଆନ | 2000 ମସିହାରେ ନବୀନଙ୍କ ମୁଖ୍ୟମନ୍ତ୍ରୀ ହେବାଠାରୁ ଓଡିଶା କେମିତି ଅଭୁତପୂର୍ବ ବିକାଶ କରିଛି ସେ ବାବଦରେ କହିଥିଲେ | ଖାଦ୍ୟଶସ୍ୟ ନିଅଣ୍ଟ ହେଉଥିବା ଓଡିଶା ରାଜ୍ୟ ଏବେ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି | ବାତ୍ୟା ମୁକାବିଲାରେ ସାରା ବିଶ୍ୱକୁ ବାଟ ଦେଖାଇଛି ଓଡିଶା | ମହିଳା ସଶକ୍ତିକରଣ ଓଡ଼ିଆ ସ୍କୁଲ ରୂପାନ୍ତରିକରଣ ବିଷୟରେ ଓ ସ୍ୱାସ୍ଥ୍ୟ, ଶିକ୍ଷା ଓଡ଼ିଆ ଭିତ୍ତିଭୂମି ବିକାଶରେ ସରକାରଙ୍କ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ ମାନ୍ୟବର ସଚିବ |