ଓଡ଼ିଶାରେ ପୁଣି ଜଣେ ଭଣ୍ଡ ବାବା ! ଅଜବ ନିୟମ – ମହିଳା ପିନ୍ଧିବେନି ଶଙ୍ଖା ସିନ୍ଦୁର, ନଚେତ ଘଟିପାରେ ଅଘଟଣ….

0

ବନ୍ଧୁଗଣ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ଏଥିରେ ସବୁ ଧର୍ମର ଲୋକ ରହନ୍ତି। ତେବେ ସମସ୍ତ ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମ ଅନ୍ୟତମ, ଯେଉଁ ଥିରେ ୩୩ କୋଟି ଦେବା ଦେବୀଙ୍କୁ ହିନ୍ଧୁ ମାନେ ପୂଜା କରନ୍ତି। ଆମ ଲୋକ ମାନଙ୍କ ମଧ୍ୟରେ ଅନେକ ଧାର୍ମିକ ଭାବନା ରହିଥାଏ, ସେଥିପାଇଁ ସମସ୍ତେ ଦେବା ଦେବୀଙ୍କୁ ପୂଜା କରିଥାନ୍ତି। କିନ୍ତୁ ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁ ମାନେ ନିଜକୁ ବାବା ବୋଲି ଆଖ୍ୟା ଦେଇଥାନ୍ତି। ଧର୍ମ ନାଁରେ ଲୋକ ମାନଙ୍କ ଭାବନା ସହିତ ଖେଳିଥାନ୍ତି। ନିଜକୁ ଭଗବାନଙ୍କ ଅବତାର ବୋଲି ମଧ୍ୟ କହିଥାନ୍ତି। ଲୋକ ମାନେ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ହୋଇ ଦେହ ଧାରି ମଣିଷକୁ ଦେବତା ବୋଲି ଆଖ୍ୟା ଦେଇଥାନ୍ତି। ଅତୀତରେ ବହୁତ ବଡ଼ ବଡ଼ ଭଣ୍ଡ ବାବା ଧରା ପଡି ଜେଲ ଯାଇଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଜଣେ ଭଣ୍ଡ ବାବା ନିଜର କାୟା ବିସ୍ତାର କରିଚାଲିଛି। ଲୋକ ମାନେ ଏବଂ ପୋଲିସ ତାଙ୍କୁ ସୁଯୋଗ ଦେଇଛନ୍ତି। ତେବେ ଆମେ ଯେଉଁ ବାବାଙ୍କ ବିଷୟରେ କହିବା ପାଇଁ ଯାଉଛୁ, ସେ ଆଉ କେହି ନୁହନ୍ତି, ମାନସ ଦାସ ତାଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆସିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ସବୁ ଅଭିଯୋଗ ରହିଛି ବାବାଙ୍କ ନାଁ ରେ;

ଅତୀତରେ ସାରଥୀ ବାବାଙ୍କ କଳା କାରନାମା ଯେପରି ଧରା ପଡିଥିଲା, ଏବଂ ଜେଲକୁ ଯାଇଥିଲା। ବର୍ତ୍ତମାନ ସମୟରେ ଖୋର୍ଦ୍ଧା ଜିଲ୍ଲାରେ ମାନସ ଦାସ, ସାରଥୀ ଭଳି ନିଜକୁ ଭଗବାନଙ୍କ ଅବତାର ବୋଲି କହୁଛି। ସେ ଆଦିବାସୀ ଲୋକଙ୍କ ଉପରେ ଏକ ପ୍ରକାର ଧାର୍ମିକ ଆତ୍ୟାଚାର ଦିଆଯାଇଛି, ବୋଲି କହିଲେ କିଛି ଭୂଲ ହେବ ନାହିଁ। ତେବେ ଅନେକ ସଂଖ୍ୟାରେ ଲୋକମାନେ ସେଠାରେ ଯୋଗ ଦେଇ ତାଙ୍କର ପ୍ରବଚନ ଶୁଣୁଛନ୍ତି। କେବଳ ଯେ ଖୋର୍ଦ୍ଧାରୁ ଲୋକ ନୁହଁନ୍ତି, ଅନୁଗୁଳ, ଢେଙ୍କାନାଳ, କଟକ ଆଦି ଲୋକମାନେ ସେଠାରେ ଯୋଗ ଦେଉଛନ୍ତି।

ଏହା ବ୍ୟତୀତ ମାନସ ଦାସ ନିଜ ସଂଘ ରେ ଜବରଦସ୍ତି ମିଶାଇବା ପାଇଁ ଚେଷ୍ଟା କରୁଛନ୍ତି। ଲୋକମାନଙ୍କ ପାଖରୁ ଚାନ୍ଦା ନେଉଛନ୍ତି। ଯେଉଁମାନେ ଚାକିରୀ କରିଛନ୍ତି, ସେମାନଙ୍କ ପାଖରୁ ୫୦ ପ୍ରତିଶତ ନେଉଛନ୍ତି। ଏଥିପାଇଁ ସେ ଅନେକ ଭଡାଟିଆ ଗୁଣ୍ଡା ରଖିଛନ୍ତି, ଯିଏ ତାଙ୍କ କଥାରେ ରାଜି ନହେଲା ତାଙ୍କୁ ଜୀବନରେ ମଧ୍ୟ ମାରିଦେଉଛନ୍ତି। ନିକଟରେ ତାଙ୍କ ଲୋକମାନେ ଜଣଙ୍କୁ ହତ୍ୟା କରିଥିବା ପୋଲିସ ରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ତାହା କିଛି କରିପାରିନାହିଁ। ମାନସ ଦାସ ପ୍ରଥମେ ଓକିଲ ଥିଲା, ପରେ ଜମି ଡିଲିଂ କରି ତାଙ୍କୁ ସମସ୍ତେ ଭାଇ ନାମରେ ଡ଼ାକୁଛନ୍ତି।

କିନ୍ତୁ ଧାର୍ମିକ ପ୍ରବଚନ ଦେଇ ନିଜକୁ ସାଧୁ ବୋଲି କହୁଛନ୍ତି। ତେବେ ଆମ ଓଡ଼ିଶାରେ ଆଗରୁ ଅନେକ ଗୁଡିଏ ଭଣ୍ଡ ଜେଲ ଗଲା ପରେ ମଧ୍ୟ ଲୋକମାନେ ବୁଝୁନାହାନ୍ତି। ଆମର ଅନୁରୋଧ ଏଭଳି ଅନ୍ଧ ବିଶ୍ଵାସ ଠାରୁ ଦୂରେଇ ରୁହନ୍ତୁ, ଯଦି ପୂଜା କରିବାର ଅଛି ତାହାଲେ ବାପା ମାଆଙ୍କୁ ପୂଜା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।