ଓଡ଼ିଶାରେ ଶୋକର ଲହରୀ ! ବର୍ତମାନ ଆସିଲା ସବୁଠୁ ବଡ ଦୁଃଖ ଖବର,ଏବେ ଏବେ Abhishek Mohapatra ଙ୍କ ହେଲା ଦେହାନ୍ତ, ଅନେକ ଦିନ ହେଲା ECMO ଟ୍ରିଟମେଣ୍ଟ ରେ ଥିଲେ…ଦେଖନ୍ତୁ ଭିଡ଼ିଓ

0

ନମସ୍କାର ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, କରନାର ଦ୍ଵିତୀୟ ଲହରି ସାରା ଦେଶରେ ଆତଙ୍କ ଖେଳେଇ ଦେଇଥିଲା। ଅନେକ ଲୋକ କରନାରେ ପ୍ରତିଦିନ ମୃତ୍ୟୁ ବରଣ କରିଥିଲେ। ତେବେ ସଂକ୍ରମଣ ଅତ୍ୟନ୍ତ ଭୟାନକ ଥିଲା, ଏହିସବୁ ଭିତରେ କରନା ପାଇଁ କିମ୍ବା କରନାରେ ଗୁରୁତ୍ୱର ରୋଗୀଙ୍କ ସେମାନଙ୍କ ପାଇଁ ECMO ଚିକିତ୍ସା ହିଁ ଏକ ମାତ୍ର ସାହାରା ସାଜିଛି। ତେବେ ଏଥିପାଇଁ ଅନେକ ଅର୍ଥର ଆବଶ୍ୟକ ରହିଛି। ତେବେ ଆମ ଓଡିଶାରୁ ଦୁଇଜଣ ବ୍ୟକ୍ତି ଏହି ଚିକିତ୍ସା ପାଇଁ ହିଁ ବାହାରକୁ ଯାଇଛନ୍ତି। ଏହା ଅଧିକ ବ୍ୟୟବହୁଳ ହୋଇଥିବାରୁ ସାରା ଓଡ଼ିଶା ବାସୀଙ୍କ ସାହଯ୍ୟ ରେ ଅଭିଷେଖ ଏବଂ ସିଦ୍ଧାର୍ଥ ECMO ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ପଠା ଯାଇଥିଲା।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଅଭିଷେଖଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି, ECMO ଚିକିତ୍ସା ଫେଲ ମାରିଛି। ଏହା ସମଗ୍ର ଓଡିଶା ବାସୀଙ୍କ ମନରେ ଏକ ଦୁଃଖ ଆଣି ଦେଇଛି, ଏତେ ଚେଷ୍ଟା କରିବା ପରେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଉପରେ;

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ମଣ୍ଡାରୀ ଗ୍ରାମର ପୁଅ ଅଭିଷେଖ ଯିଏକି ପେଷାରେ ଜଣେ ଇଂଜିନିୟର ଥିଲେ, ସେ ଏକ ଘୋରଇ କମ୍ପାନୀ ରେ ଚାକିରୀ କରିଥିଲେ। ଏହାପରେ ବାହାଘର ପାଇଁ ଛୁଟି ନେଇ ଗାଁକୁ ଆସିଥିଲେ ବିବାହ କରିବା ପାଇଁ, ବାହାଘର ମାତ୍ର ୮ ଦିନ ପରେ କରନା ରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ପ୍ରଥମେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହା ପରେ ଭୁବନେଶ୍ୱରର ଡାକ୍ତର ତାଙ୍କୁ ଅନ୍ୟରାଜ୍ୟକୁ ନେଇ ECMO ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ, ଡାକ୍ତରଙ୍କ ପରାମର୍ଶ ପରେ ସେମାନେ ଟଙ୍କା ଯୋଗାଡ଼ କରିବା ଆରମ୍ଭ କଲେ। ଏବଂ ଏତେ ଟଙ୍କା ସଂଗ୍ରହ କରି ପାରିଲେ ନାହିଁ, ଓଡ଼ିଶାବାସୀ ଚିକିତ୍ସା ପାଇଁ ସାହାଯ୍ୟ କରିଥିଲେ।

ଏହା ପରେ ଭୁବନେଶ୍ୱରରୁ ଏୟାରଲିଫ୍ଟ ସାହାଯ୍ୟରେ କୋଲକାତା ପଠାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା, କିଛି ଦିନ ଚିକତ୍ସା ପରେ ଡାକ୍ତର ମାନେ ସେ ସୁସ୍ଥ ହୋଇଯିବେ ବୋଲି କହିଥିଲେ। ଏହାର କିଛି ଦିନ ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା। କାଲି ରାତିରେ ଅଭିଷେଖଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି। ଏତେ ଦିନ ଧରି ଚିକିତ୍ସା କରିବା ପରେ ତାଙ୍କର ଦେହାନ୍ତ କୁ କେହି ବି ସହଜରେ ଗ୍ରହଣ କେଇପାରୁନାହଁନ୍ତି।

କାରଣ ତାଙ୍କୁ ଭଲ କରିବା ଲାଗି ଖାଲି ଯେ ତାଙ୍କର ଘୋର ଲୋକଙ୍କ ହାତ ନଥିଲା, ବରଂ ସମଗ୍ର ଓଡିଶା ବାସୀଙ୍କ ସାହଯ୍ୟ ଥିଲା। ତେବେ ଏତେ ଚେଷ୍ଟା କରିବା ପରେ ମଧ୍ୟ ECMO ଚିକିତ୍ସା ଫେଲ ମାରିଲା, ଯାହା ତାଙ୍କ ପରିବାର ଲୋକଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ବିଷୟ ଅଟେ। ତେବେ ଭଗବାନ ଅଭିଷେଖ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।