ଓଡିଶାର ଫେମସ ସିଙ୍ଗର Namita Agrawal ଙ୍କ Family & Biography

0

ଓଡିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଅନ୍ୟତମ ଲୋକପ୍ରିୟ ତଥା ସର୍ବଶ୍ରେଷ୍ଠ ସମ୍ମାନିତ ଗାୟକା ହେଉଛନ୍ତି ନମିତା ଅଗ୍ରୱାଲ୍। ଓଡିଶାର ଘରେ ଘରେ ଲୋକଙ୍କ ହୃଦୟରେ ଏକ ସଫଳ କଳାକାର ଭାବରେ ପରିଚିତ। ତେବେ ସେ ଓଡିଆ ଭକ୍ତି ଗୀତ, ଓଡିଆ ପୁରାଣ, ଓଡିଆ ଭାଗବତ, ପାରମ୍ପାରିକ ଓଡିଆ ଭଜନ, ଆଧୁନିକ ଗୀତ, ଏବଂ ଚଳଚ୍ଚିତ୍ର ଗୀତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ଏଭଳି ଜଣେ କଳାକାର ତାଙ୍କର ଚିର ସବୁଜ ଗୀତର ସ୍ୱର, ଶବ୍ଦର ଉଚ୍ଚାରଣରେ ସ୍ୱଚ୍ଛତା, ଗୀତର ସଠିକ୍ ଅନୁଭବ ପ୍ରଦର୍ଶନ କରି ଏବଂ ଉପସ୍ଥାପନାକୁ ଅତି ସରଳ ଭାବରେ ଧରିଥିବାରୁ ସେ ନିଜକୁ ସମସ୍ତଙ୍କ ସମାନାରେ ପରିଚିତ କରାଇ ପାରିଛନ୍ତି। ସେ ‘ନିବେଦିତା’ ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ଗୀତ ଗାଇଛନ୍ତି। ସଂକ୍ଷେପରେ କହିବା ପାଇଁ ଗଲେ ତାଙ୍କର ଅବଦାନ ଓଡିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ବହୁତ ଦୂରକୁ ଆଗେଇ ପାରିଛି।

୧ ଫେବୃଆରୀ, ୧୯୬୯ ରେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ, ଲକ୍ଷ୍ମୀଧର ଦାସ ଏବଂ ଅନ୍ନଡା ମଞ୍ଜରୀ ଦାସଙ୍କର ତୃତୀୟ ସନ୍ତାନ ଥିଲେ। ତେବେ ସେ ପାଞ୍ଚ ବର୍ଷ ବୟସରେ ଜେଜେବାପାଙ୍କ ଠାରୁ ପାରମ୍ପାରିକ ଜଗନ୍ନାଥ ଗୀତ ଗାଇବା ଶିଖିଥିଲେ। ସେ ୮ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଆକାଶବାଣୀ କଟକ ଠାରେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ୧୭ ବର୍ଷ ବୟସରେ, ୧୯୮୬ ମସିହାରେ ସେ ଆକାଶବାଣୀର ଅଡିସନ୍ କଳାକାର ଭାବରେ ପରିଚିତ ହୋଇଥିଲେ। ଏହା ପରେ ୧୯୮୯ ପରଠାରୁ ବିଭିନ୍ନ ଷ୍ଟୁଡିଓରେ ଗୀତ ଗାଇବା ଆରମ୍ଭ କରିଥିଲେ।

ସେ ୧୯୦୨ ମସିହାରେ ମ୍ୟୁଜିକ କମ୍ପାନୀର ମାଲିକ ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ଏହା ପରେ ୧୯୯୩ ମସିହାରେ ଯାଆଁଳା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଦୁଇ ପୁଅର ନାମ ସାର୍ଥକ ଏବଂ ସିଦ୍ଧାର୍ଥ। ତେବେ ବର୍ତ୍ତମାନ ତାଙ୍କର ଦୁଇ ପୁଅ ପାଠ ପଢା ସାରି ତାଙ୍କରି ମ୍ୟୁଜିକ କମ୍ପାନୀ ରେ କାମ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଦୁଇ ଭାଇଙ୍କର ବିବାହ ହୋଇ ନାହିଁ।

ସେ ୧୦୦ ରୁ ଅଧିକ ପ୍ରାଚୀନ ଭଜନ ଗାଇଛନ୍ତି ଏବଂ ଅନେକ ଆଧୁନିକ ଏବଂ ଚଳଚ୍ଚିତ୍ରରେ ମଧ୍ୟ ଗୀତ ଗାଇଛନ୍ତି। ନମିତା ଅଗ୍ରୱାଲ ମଧ୍ୟ ନିବେଦିତାଙ୍କ ନାମରେ ଅନେକ ଲୋକପ୍ରିୟ ଆଧୁନିକ ଏବଂ ଚଳଚ୍ଚିତ୍ର ଗୀତ ଗାଇଛନ୍ତି। ତାଙ୍କର ପ୍ରଥମ ଆଲବମ୍ ‘ବାଇ ଚଢ଼େଇ’ ୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା ​​ଏବଂ ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ‘ଆକାଶେ କି ରଙ୍ଗ ଲାଗିଲା’ ଚଳଚ୍ଚିତ୍ରରେ ସିନେ ଜଗତକୁ ସ୍ୱର ଦେଇଥିଲେ। ଯାହା ସାରା ଓଡ଼ିଶାରେ ସୁପର ଡୁପର ହିଟ ହୋଇଥିଲା। ପ୍ରତ୍ୟେକ ଦିନ, ସେ ନୂତନ ସଂଗୀତରେ ସେ ନିଜକୁ ଜଡିତ ରଖନ୍ତି। ବର୍ତ୍ତମାନ ସୁଦ୍ଧା ଆନୁମାନିକ ୧୫୦୦ ରୁ ଅଧିକ ଗୀତ ରହିଛି।

ତେବେ ବନ୍ଧୁଗଣ ଏହିଭଳି ଭାବରେ ଓଡ଼ିଶା ମ୍ୟୁଜିକ ଇଣ୍ଡଷ୍ଟ୍ରି ପ୍ରତି ଅନେକ ଅବଦାନ ରହିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।