ଓଡ଼ିଶାରେ ହରିୟାଣା ପୋଲିସ୍ ର ଦବଙ୍ଗଗିରି ! ସାମ୍ବାଦିକଙ୍କୁ ବନ୍ଧୁକ ଦେଖାଇ ଧମକ… ଦେଖନ୍ତୁ Viral ଭିଡ଼ିଓ

0

ପୋଲିସ୍ ଜନସାଧାରଣ ଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟରତ ଏବଂ ଏହା କୁହାଯାଇଥାଏ ଯେ ସେମାନଙ୍କୁ ଆଇନ୍ ର ସବୁ ନିୟମ କାନୁନ୍ ଜଣା ରହିଥାଏ। ସେମାନେ ସବୁ କାମ ନ୍ୟାୟ ଏବଂ ଆଇନ୍ ର ପରିସର ଭିତରେ ରହି କରିବା କଥା। କିନ୍ତୁ ସମୟକ୍ରମେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଆମେ ଅନେକ ସମୟରେ ପୋଲିସ୍ ର କିଛି ଏମିତି କାର୍ଯ୍ୟ କଳାପକୁ ଦେଖିଥାଉ ଏବଂ ଆପଣଙ୍କୁ ଦେଖାଇଥାଉ ଯାହା ସାଧାରଣ ରେ ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟିଥାଏ। ଏହାକୁ ଦେଖି ସହଜରେ ଗ୍ରହଣ କରିବା ସମ୍ଭବ ହୋଇ ପାରେନାହିଁ।ଏହା କିଛି ଏମିତି ଦିଗକୁ ଇଙ୍ଗିତ କରିଥାଏ ଯାହା ବାସ୍ତବରେ ନିନ୍ଦନୀୟ ଅଟେ।

ଅବଶ୍ୟ ସବୁ କ୍ଷେତ୍ରରେ ଏହା ସମାନ ହୋଇ ନଥାଏ କିମ୍ୱା ସମସ୍ତ ପୋଲିସ୍ କର୍ମଚାରୀ ସେମିତି ନୁହଁନ୍ତି। କାରଣ ଅନେକ ସଚ୍ଚୋଟ ଏବଂ ନିର୍ମଳ ଚରିତ୍ରର ବ୍ୟକ୍ତିତ୍ୱର ପୋଲିସ୍ ବି ରହିଛନ୍ତି। ଯେଉଁମାନେ ଭୁଲ କାର୍ଯ୍ଯ କଳାପକୁ ପ୍ରଶୟ ଦିଅନ୍ତି ନାହିଁ। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ। ଏଠାରେ ପୋଲିସ୍ କିପରି ମିଡ଼ିଆ କୁ ବ୍ଯବହାର ଦେଖାଉଛି ତାହା ଦେଖିବାକୁ ମିଳିଛି। ହରିଆଣି ପୋଲିସ୍ ର ଓଡିଶାରେ ଏପରି ଦାଦାଗିରି ଏବେ ସାମ୍ନାକୁ ଆସିଛି। ଯାହା ଆପଣ ଏହି ଭିଡିଓ ରେ ସ୍ପଷ୍ଟ ଭାବରେ ଦେଖିବାକୁ ପାଇବେ।

ଏସବୁ ଦେଖି ଆପଣ ଏ ଘଟଣାକୁ ସ୍ପଷ୍ଟ ଭାବରେ ବୁଝି ପାରୁଥିବେ। ତେବେ ପୋଲିସ୍ ଏଠାରେ କାହିଁକି ଏପରି ଦବଙ୍ଗଗିରି ଦେଖାଉଛି। ସୁଚନା ଅନୁସାରେ ବାଲେଶ୍ଵର ଜିଲ୍ଲାର ଖନ୍ତାପଡ଼ା ଥାନାକୁ ଏକ ମାମଲା ନେଇ ହରିଆଣା ପୋଲିସ୍ ଆସିଥିବା ବେଳେ ସେହି ଘଟଣାକୁ କଭର କରିବା ପାଇଁ ସାମ୍ୱାଦିକ ମାନେ ଯାଇଥିଲେ। ଆଉ ସେଠାରେ ହରିଆଣା ପୋଲିସ୍ ର ଆକ୍ରୋଶ ର ଶିକାର ହୋଇଥିଲେ ସାମ୍ୱାଦିକ ନାରାୟଣ ମହାନ୍ତି। ତେବେ ଉକ୍ତ ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇଥିବା ନେଇ ସାମ୍ବାଦିକ ଜଣଙ୍କ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଥାନା ପରିସରରେ ଏବେବି ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ କାହିଁକି ଏପରି କଲେ ତାର ଉତ୍ତର ଏବେ ଯାଏଁ ଦେଇ ନାହାଁନ୍ତି। କିନ୍ତୁ ଭିଡିଓ ରେ ଯାହା ଦେଖିବାକୁ ମିଳୁଛି ସାମ୍ୱାଦିକ ଜଣଙ୍କ ଉପରେ ଓଲଟା ଅଭିଯୋଗ ଲଗାଉଛନ୍ତି ପୋଲିସ୍ ଏବଂ କହୁଛନ୍ତି ସାମ୍ୱାଦିକ ମାନେ ଆଗ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏବେ ଏହି ଘଟଣା ପରେ ଘଟଣାର ସତ୍ୟତା ଉପରେ ଯାଞ୍ଚ କରିବା ପାଇଁ ଏବେ ଦାବି ହେଉଛି ଏବଂ ସାମ୍ୱାଦିକ ମାନେ ଏହାକୁ ନେଇ ଦାବି କରି ଏହାର ଯାଞ୍ଚ ଜଲଦି କରି ସତ୍ୟାସତ୍ୟ ପ୍ରମାଣ କରିବାକୁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।