Ollywood କଣ୍ଠଶିଳ୍ପୀ Tapu Mishra ଙ୍କ ଶେଷ କୃତ୍ୟ, ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ….

0

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି , ଯେ ଆମେ ଆଉ ତପୁ ମିଶ୍ରଙ୍କ ସେହି ସୁମଧୁର ସ୍ୱର ଆମ କାନରେ ଶୁଭିବ ନାହିଁ।କାରଣ ସେ ଦୁନିଆ ଛାଡି ପରଲୋକ ଗମନ କରିଛନ୍ତି। ଆମ ଓଡିଶାର ପ୍ଲେବେକ ସିଙ୍ଗର ତପୁ ମିଶ୍ର କିଛି ଦିନ ପୂର୍ବରୁ କରନାରେ ପୀଡିତ ହୋଇଥିଲେ। ସାରା ଓଡ଼ିଶାରେ ତାଙ୍କର କୋବିଡ଼ ରେ ଆକ୍ରାନ୍ତ ଖବର ଶୁଣିବା ପରେ ଲୋକ ମାନେ ତାଙ୍କ ଆରଗ୍ୟ ନିମନ୍ତେ ପ୍ରାଥନା କରିଥିଲେ। ମଝିରେ ମଧ୍ୟ ତାଙ୍କ ଶରୀର ଟିକିଏ ଭଲ ହୋଇଯାଇଥିଲା। ତାପରେ ତିନିଦିନ ପୂର୍ବରୁ ଡାକ୍ତର ମାନେ କହିଥିଲେ ଯେ ତାଙ୍କ ଅବସ୍ଥା ବହୁତ ଖରାପ ଆଛି, ତେବେ ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ରେ ରହି ଚିକିତ୍ସିତ ହେଉଥିଲେ। ସେ ଗୁରୁତର ଅବସ୍ଥାରେ କାଲି ରାତି ୧୧ ଟାରେ ମୃତ୍ୟୁ ବରଣ କରିଛନ୍ତି।

ଏହା ପରେ ତାଙ୍କର ମର ଶରୀର ତାଙ୍କ ଘରକୁ ଆସିଲା ତାଙ୍କ ଘର ଲୋକ ତାଙ୍କ ଶେଷ ଦର୍ଶନ କରି ଅନେକ କାନ୍ଦି ଥିଲେ। ଏହା ପରେ ତାଙ୍କର ଶବକୁ ଵର୍ତମାନ ମଶାଣୀକୁ ନିଆଯାଇଛି। ଘର ଲୋକ ପାଇଁ ଯେତିକି ଦୁଃଖ ତା ଠାରୁ ଅଧିକ ଦୁଃଖ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି, ତେବେ ଏଭଳି ଜଣେ ଆଗଧାଡ଼ିର ପ୍ଲେବେକ ସିଙ୍ଗର କୁ ହରାଇ , ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବର୍ତ୍ତମାନ ନିସ୍ତବ୍ଧ ହୋଇଯାଇଛି। ଓଲିଉଡର ସମସ୍ତ ବଡ଼ ବଡ଼ କଳାକାର ମାନେ ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାଥନା କରିଛନ୍ତି। ଏହା ବ୍ୟତୀତ ତପୁ ମିଶ୍ରଙ୍କ ଫ୍ୟାନ ମାନେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଆତ୍ମାର ଶାନ୍ତି କାମନା କରିଛନ୍ତି।

ତେବେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହଦୟ ମଧ୍ୟ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ, ଭଗବାନଙ୍କ ନିକଟରେ ପ୍ରାଥନା କରିଛନ୍ତି, ନିଜ ଟୁଇଟର ଆକାଉଣ୍ଟ ରେ, ତେବେ ବନ୍ଧୁଗଣ ଆଉ କିଛି ସମୟ ମଧ୍ୟରେ, ତପୁ ମିଶ୍ର ଭଳି ଜଣେ ପ୍ଲେବେକ ସିଙ୍ଗର ପାଉଁଶ ରେ ଲୀନ ହୋଇଯିବେ। ଆଉ ତାଙ୍କ ସ୍ୱର ଆମ ଓଡ଼ିଶା ବାସୀ ଶୁଣିବା ପାଇଁ ପାଇବେ ନାହିଁ। ବର୍ତ୍ତମାନ ସମଗ୍ର ଓଡିଶା ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସେ ଓଡ଼ିଆ ସିନେ ଜଗତ ସହିତ ଦୀର୍ଘ ଦଶନ୍ଧି ଧରି ରହି ଆସିଛି। ତେବେ ସେ ୫୦ ରୁ ଅଧିକ ଓଡ଼ିଆ ସିନେମାରେ ଗୀତ ଗାଇଛନ୍ତି। ତେବେ ତାଙ୍କର ଲୋକ ପ୍ରିୟ ଗୀତ ଗୁଡିକ ମଧ୍ୟରେ, ଚକଲେଟ , ମନ ମର ପ୍ରଜାପତି , ଲୋଫର , ମୋଷ୍ଟ ଉଆଣ୍ଠେଡ଼ ଭଳି ସିନେମାରେ ଗୀତ ଗାଇଛନ୍ତି। ତେବେ ତାଙ୍କର ଫ୍ୟାନ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ଆମେ ଭଗବାନଙ୍କ ନିକଟରେ ପ୍ରାଥନା କରୁଛୁ। ଆମର ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ତାଙ୍କ ଆତ୍ମାର ଶାନ୍ତି ମିଳୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।