ଆଶ୍ଚର୍ଯ୍ୟ ! ବେଲ୍ଟ ଭିତରେ କୋଟିଏ ଟଙ୍କାର ସୁନା…ଦେଖନ୍ତୁ ଭିଡ଼ିଓ

0

ମଣିଷ ଆଜିକାଲି ଯେତେ ଆଧୁନିକତା ଆଡ଼କୁ ଗତି କରୁଛନ୍ତି। ସମାଜରେ ମଧ୍ୟ ସମାନ ଢଙ୍ଗରେ ଚୋରି , ଡ଼କାୟତି ଭଳି ଅପରାଧ ବଢ଼ି ବଢ଼ି ଚାଲିଛି। ତେବେ ଏସବୁ ଅପରାଧ ରୋକିବା ପାଇଁ ସରକାର ପୋଲିସ ମାନଙ୍କୁ ନିୟୋଜିତ କରିଛନ୍ତି। ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଉପକରଣମାନ ବ୍ୟବହାର କରାଯାଉଛି। ଯେଉଁଭଳି ଭାବରେ ସବୁ ସୁରକ୍ଷିତ ହୋଇ ରହିବ। ହେଲେ ପୋଲିସ ଯେତେ ଚାଲାକ ହେଲେ ଚୋର ତା ତାଠାରୁ ବହୁତ ସ୍ମାର୍ଟ ହୋଇଥାଏ। ଆଜିକାଲି ଯେଉଁଭଳି ଭାବରେ ବିଭିନ୍ନ ପ୍ରକାର ଚୋରି ଡ଼କାୟତି ହେଉଛି। ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଯାହାବି ହେଉ ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି ଆପଣ ମାନେ ପୁରା ଘଟଣା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହେବେ। ଜଣେ ବ୍ୟକ୍ତି ବେଲ୍ଟ ଭିତରେ ୧ କୋଟିରୁ ଉର୍ଦ୍ଧ୍ବ ସୁନା ଜବଦ ହୋଇଛି। ତେବେ ଆସନ୍ତୁ ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ ଶନିବାର ଦିନ ସକାଳେ ଦୁବାଇରୁ ଯେଉଁ ଯାତ୍ରୀ ମାନେ ଆସିଥିଲେ ସେମାନଙ୍କୁ ଅଟକ ରଖିଥିଲା। ଜଣେ ଯାତ୍ରୀଙ୍କ ବେଲ୍ଟ ତଳେ ଚେନ୍ ଆକାରରେ ୨୩୩୦ ଗ୍ରାମ କଞ୍ଚା ସୁନା ଜବଦ କରାଯାଇଥିଲା। ତେବେ ଯାତ୍ରୀଙ୍କ ଅଣ୍ଟା ଥିବା ବେଲ୍ଟ ରେ ଲୁଚି ରହିଥିବା ସୁନାର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ବୋଲି ଯାହା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଏହାପରେ ଯେତେବେଳେ ଉକ୍ତ ଯୁବକଙ୍କୁ ଜେରା କରାଯାଇଥିଲା। ସେଠାରେ ସେ ସବୁ ସ୍ୱୀକାର କରିଥିଲେ ତାଙ୍କ କହିବା କଥା ଯେ ଏହା ପୂର୍ବରୁ ଚାରିଥର ସମାନ ଡ଼ଙ୍ଗରେ ସୁନା ଚେନ୍ ଚୋରା ଚାଲାଣ କରିଥିବା ସ୍ୱୀକାର କରିଥିଲେ। ତେବେ ତାଙ୍କ ଦ୍ୱାରା ଚୋରା ସମୁଦାୟ ଚାଲାଣ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨.୬ କୋଟି ଟଙ୍କା ବୋଲି ଯାହା ସେ ନିଜ ମୁହଁରୁ ସ୍ୱୀକାର କରିଛନ୍ତି। ଏହାପରେ ଉକ୍ତ ଯୁବକ ଯିଏକି ସୁଦୂର ଦୁବାଇରୁ ଫେରିଥିଲେ। ସୁନା ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି। ଅଧିକ ତଦନ୍ତ ପରେ ହୁଏତ ତାଙ୍କର ଆଉ କଣ ସବୁ ମାଷ୍ଟର ପ୍ଲାନ ରହିଛି ସବୁ ଜଣା ପଡ଼ିଯିବ।

ଯଦି ଦେଖିବା ୧ ସପ୍ତାହ ପୂର୍ବରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ୟାରିସ ଏବଂ ଦୁବାଇରୁ ସୁନା ଚୋରା ଚାଲାଣ ମାମଲାରେ କଷ୍ଟମ ବିଭାଗ ପକ୍ଷରୁ ଜଣେ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇଟି ମାମଲାରେ ଉଦ୍ଧାର ହୋଇଥିବା ସୁନାର ମୋଟ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ ବୋଲି ଯାହା ଜଣାପଡିଥିଲା। ତେବେ ଏଭଳି ଭାବରେ ଯୁବକ ଜଣକ ଅତି ଚତୁରତାର ସହିତ ସୁନା ଆଣିଥିଲେ। ଯାହାକି ଏହାର ଏକ ଭିଡ଼ିଓ ସୋସିଆଲମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ।