OMG ନିଜ ଇଛାରେ ଚାକିରୀ ଛାଡିଲେ ଏବଂ ଏହି କାମ ପାଇଁ ଛିଡା କଲେ 14 କୋଟି ଟଙ୍କାର କମ୍ପାନୀ

ଆଇ.ଏସ ଚାକିରୀ ଛାଡିଲେ ବିଜନେସମ୍ୟାନ ହେଲେ , ଛିଡା କଲେ 14 କୋଟି ଟଙ୍କାର କମ୍ପାନୀ । ସଫଳତା ପାଇବା ପାଇଁ ସମସ୍ତଙ୍କ ମନରେ ଆଶା ରହିଥାଏ କିଏ ଡକ୍ଟର , କିଏ ଇଞ୍ଜିନିୟର ତ ଆଉ କିଏ ଆଇଏସ ଅଫିସର ହେବାକୁ ସ୍ୱପ୍ନ ଦେଖିଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ବ୍ୟକ୍ତିତ୍ୱ ବିଷୟରେ କହିବୁ ଯିଏ ଅନେକ ଥର ନିଜ ଜୀବନରେ ସଫଳତା ପାଇ ସାରିଛନ୍ତି । ପ୍ରଥମେ ଡାକ୍ତର ପରେ ଆଇଏସ ଅଫିସର , ଆଉ ଏବେ ଦେଶର ଜଣେ ଯୁବ ଉଦ୍ୟଗୀ ଭାବେ ଛିଡା ହୋଇଛନ୍ତି । ସେ ହେଉଛନ୍ତି ରୋମନ ସୈନୀ , ରାଜସ୍ଥାନ ଜୟପୁର ସହରରେ ରୋମନ ଙ୍କ ଜନ୍ମ ।

ଅତି କମ ବୟସରୁ ସଫଳତା ର ଶୀର୍ଷରେ ଚଢିବା ଆରମ୍ଭ କରି ଦେଇଥିଲେ । ଡାକ୍ତର ଅଫିସର ଭଳି ଚାକିରି ର ବିକଳ୍ପ ଥାଇ ମଧ୍ୟ ସେ ଜଣେ ଉଦ୍ୟେଗୀ ହେବାକୁ ପସନ୍ଦ କରିଥିଲେ । ସେଥିପାଇଁ ସେ ୟୁଟ୍ୟୁବ ରେ ଅନଏକାଡେମୀ ନାମରେ ଚ୍ୟାନାଲ ଖୋଲି ପିଲା ମାନଙ୍କୁ ମାଗଣା ଆଇଏସ ଶିକ୍ଷା ଦେଇଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଦେଶରେ ଅର୍ଥ ଅଭାବରୁ କେହି ବି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ , ଆଉ ତାଙ୍କର ଏହି ଚିନ୍ତାଧାରା ତାଙ୍କୁ ଆଜି ଆଉ ଏକ ସଫଳତା ଦେଇଛି । ମାତ୍ର 16 ବର୍ଷ ବୟସରେ ରୋମନ ଏମସ୍ ଆଡମିସନ ଏଗ୍ଜାମ ପାସ କରିଥିଲେ ।

କମ ବୟସରେ ଏହି ସଫଳତାକୁ ହାସଲ କରିଥିବା ଦେଶର ପ୍ରଥମ ଯୁବକ ଥିଲେ । ଏହାପରେ 18 ବର୍ଷ ବୟସରେ ସେ ଗୋଟିଏ ପ୍ରତିଷ୍ଠିତ ପବ୍ଲିକେସନ ପାଇଁ ରିସର୍ଚ୍ଚ ପେପର ମଧ୍ୟ ଲେଖିଥିଲେ । ଏମ ବି ବିଏସ ପୂରା କରିବା ପରେ ଏନଡିଡିଟିସି ରେ କାମ କରିଥିଲେ , ହେଲେ 6 ମାସ ଭିତରେ ଚାକିରୀ ଛାଡି ଦେଇଥିଲେ । ଚାକିରୀ ଛାଡିବା ପରେ ଆଇଏସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ , ମାତ୍ର 22 ବର୍ଷ ବୟସରେ ୟୁପିଏସି ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ । ଆଉ ତାଙ୍କୁ ମଧ୍ୟପ୍ରଦେଶରେ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା , ତାଙ୍କ କହିବା ଅନୁସାରେ ଡାକ୍ତର ଥିବା ସମୟରେ ସେ ଲୋକଙ୍କୁ ମୌଳିକ ଅଧାକାର ରୁ ବଞ୍ଚିତ ହେଉଥିବାର ଦେଖୁଥିଲେ ।

ଲୋକଙ୍କର ସେହି ଅଭାବକୁ ଦୂର କରିବାକୁ , ସେ ଆଇଏସ ଅଫିସର ହେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏଇ ଚାକିରୀ ବି ତାଙ୍କର ବେଶୀ ଦିନ ନଥିଲା , ଜିଲ୍ଲାପାଳ ପଦରୁ ଇସ୍ତଫା ଦେଇ ସେ ନିଜ ସାଙ୍ଗ ସହ ମିଶି ଅନଏକାଡେମୀ କମ୍ପାନୀର ପ୍ରତିଷ୍ଠା କରିଥିଲେ । ପୂର୍ବରୁ ଏହି କମ୍ପାନୀ କେବଳ ୟୁଟ୍ୟୁବ ଚ୍ୟାନେଲ ରେ ହିଁ ଥିଲା , ବର୍ତ୍ତମାନ ଏହି କମ୍ପାନୀ ଭାରତରେ ଅନଲାଇନ ଶିକ୍ଷା ଦେବାରେ ସବୁଠୁ ବଡ ପ୍ଲାଟଫର୍ମ । ଏହି କମ୍ପାନୀର ମୂଲ୍ୟ 2 ଆରବ ଡଲାର , ଯାହାର ଭାରତୀୟ ମୂଲ୍ୟ 14 କୋଟି ଟଙ୍କା । ତେବେ ବଡ ଚାକିରୀକୁ ପଛରେ ପକାଇ ଦେଶରେ ଶିକ୍ଷାର ଉନ୍ନତି ପାଇଁ ଆଗେଇ ଆସିଥିଲେ ଏହି ଯୁବ ଉଦ୍ୟେଗୀ । ତାଙ୍କର ଏହି ଚିନ୍ତାଧାରା ତାଙ୍କୁ ଏବେ ସଫଳତାର ଶୀର୍ଷରେ ପହଞ୍ଚାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment