ଓମିକ୍ରନ୍ ସମସ୍ତଙ୍କୁ ମାରିଦେବ ; ଏଭଳି ଲେଖି ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା କଲେ ଡାକ୍ତର, ଜାଣନ୍ତୁ କେତେ ଭୟଙ୍କର ଏହି ଭୁତାଣୁ….

0

ସାରା ବିଶ୍ୱରେ କୋରନାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା , କୋରନାର ପ୍ରଥମ ଲୋହରୀ ଓ ଦ୍ୱିତୀୟ ଲୋହରା ର ସାମ୍ନା କରିବା ପରେ ପୁଣି ଥରେ ଭାରିଆଣ୍ଟ ଓମିକ୍ରନ ଏବେ ତୃତୀୟ ଲୋହରୀ ଭାବେ ଆସିବାର ସୂଚନା ମିଳିଛି । ଏତେ ମାସ ଧରି କୋରନାର ପ୍ରକୋପରେ ସାଧାରଣ ଲୋକ ଓ ଡାକ୍ତର କର୍ମଚାରୀ ମାନେ ବିତୃଷ୍ଣା ଭାବ ପରିପ୍ରକାଶ କଲେଣି । ସାମାନ୍ୟ ଆସ୍ୱସନା ନମିଳୁଣୁ ପିଣି ଏକ ଭୟଙ୍କର ଲୋହରୀରର ସାମ୍ନା କରିବାର ସୂଚନାଙ୍କ ମିଳୁଛି । ଯାହା ଉତ୍ତରପ୍ରଦେଶ କାନପୁର ରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ ଜଣା ପଡିଛି ।

ସୂଚନା ଅନୁସାରେ ଉତ୍ତରପ୍ରଦେଶର କାନପୁର ରେ ରହୁଥିବା ଜଣେ ଡକ୍ଟର ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି । ବର୍ତ୍ତମାନ ସମୟରେ ଏହି ଘଟଣା ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କୁହାଯାଉଛି , ଯେ ଡକ୍ତାର ଜଣକ ପ୍ରତିଦିନ ଚିକିତ୍ସା କରୁଥିବା ସମୟରେ ହଜାର ହଜାର ରୋଗୀ ପ୍ରାଣ ହରାଉ ଥିବାର ଦେଖି ଅତିଷ୍ଠ ହୋଇପଡିଥିଲେ । କିନ୍ତୁ ପୁଣି ଥରେ ତୃତୀୟ ଲୋହରୀ ନାମରେ ଆସିବାକୁ ଥିବା ଓମିକ୍ରନ ଭାରିଆଣ୍ଟ ବିଷୟରେ ଜାଣିବା ପରେ ସେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବାର ଜଣା ପଡିଛି । ପ୍ରକୃତରେ ନିଜର ଭାରସାମ୍ୟ ହରାଇ ସେ 48 ବର୍ଷୀୟ ପତ୍ନୀ , 18 ବର୍ଷର ପୁଅ ଏବଂ15 ବର୍ଷର ଝିଅକୁ ହତ୍ୟା କରିଛନ୍ତି ଜୈନିକ ଡାକ୍ତର ସୁଶୀଲ କୁମାର ।

ଡକ୍ଟର ସୁଶୀଲ କୁମାର କାନପୁର ଇନ୍ଦିରାନଗରର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ବହୁ ଦିନ ଧରି ସେ କୋରନାର ପରିସ୍ଥିତିରେ ସେ ମାନସିକ ଚାପରେ ରହି ଆସୁଥିଲେ , କିନ୍ତୁ ପୁଣିଥରେ ଓମିକ୍ରନ ଭାଇରସ ଆସିବାର ଖବର ପାଇଁ ସେ ବହୁତ ବିଚଳିତ ହୋଇ ପଡିଥିଲେ । କୌଣସି କଥାକୁ ଚିନ୍ତା ନକରି ସେ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରି , ସମ୍ପର୍କୀୟ ଭାଇଙ୍କୁ ଏ ସମ୍ପର୍କରେ ଜଣାଇ ପୋଲିସକୁ ଖବର ଦେବା ପାଇଁ କହିଥିଲେ । ବର୍ତ୍ତମାନ ଡାକ୍ତର ସୁଶୀଲ କୁମାର ଘଟଣାସ୍ଥଳରୁ ଫେରାର ହୋଇଯାଇନ୍ତି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି 3 ଟି ମୃତଦେହ ଉଦ୍ଧାର କରିଛି । ଏହା ବ୍ୟତୀତ ସୁନୀଲ ଙ୍କ ଡାଏରି ମଧ୍ୟ ଜବତ୍ କରାଯାଇଛି ।

ପରିଶେଷରେ ଡକ୍ଟର ସୁନୀଲ ନିଜ ଡାଏରୀ ରେ ଲେଖିଛନ୍ତି , ସେ ଗୋଟିଏ ଅଜଣା ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି , ଯ।ହାର ଚିକିତ୍ସା କାହାରି ପାଖରେ ନାହିଁ । ତେଣୁ ସେ ନିଜ ପରିବାରକୁ ଦୁଃଖରେ ଦେଖିବା ପାଇଁ ଚାହାନ୍ତି ନାହିଁ । ଆଗରୁ ବହୁତ ମରଣ ଦେଖି ଦେଖି ଅତିଷ୍ଠ ହୋଇପଡିଛନ୍ତି , ସେ ଆଉ ଶବ ଗଣିବାକୁ ଚାହୁଁ ନାହାନ୍ତି । ଓମିକ୍ରନ ସମସ୍ତଙ୍କୁ ମାରିଦେବ । ବର୍ତ୍ତମାନ ଏହି ହତ୍ୟାକାଣ୍ଡକୁ ନେଇ କାନପୁର ପୋଲିସ ସୁଶୀଲଙ୍କୁ ଖୋଜିବାରେ ଲାଗିପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।