ଆଶ୍ଚର୍ଯ୍ୟ ! ଏହି ଝିଅ ଦିନକ ପାଇଁ ରାଜ୍ୟର ହେବେ ମୁଖ୍ୟମନ୍ତ୍ରୀ, ଦୟାକରି ଏହି ଭଉଣୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ଏବଂ କମେଣ୍ଟ କରନ୍ତୁ ନାରୀ କ’ଣ ନ କରିପାରେ ?

0

ଅନେକ ସମୟରେ ଅଭିନୟ ଜଗତ ଅଥବା ରୀଲ୍ ଲାଇଫ ର ଘଟଣା ପ୍ରକୃତ ବାସ୍ତବ ଜୀବନ ଅର୍ଥାତ୍ ରିଏଲ ଲାଇଫ ରେ ଘଟିଥିବାର ଦେଖିବାକୁ ମିଳିଥାଏ। ତେବେ ସୁପରଷ୍ଟାର ଅନିଲ୍ କପୁର ଙ୍କ ଅଭିନୀତ ସୁପରହିଟ ଫିଲ୍ମ୍ ନାୟକ ଆପଣ ମାନେ ତ ନିଶ୍ଚିତ ଦେଖିଥିବେ। ଏଥିରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅନିଲ।ଏହା ହେଉଚି ରିଲ ଲାଇଫ ର ଘଟଣା। କିନ୍ତୁ ଏବେ ଏହି ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି ରିଏଲ ଲାଇଫ ରେ ମଧ୍ୟ। କାରଣ ଏବେ ଗୋଟିଏ ଝିଅ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ତେବେ ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି କଥାଟା ସତ ଅଟେ।

କାରଣ ଉତ୍ତରାଖଣ୍ଡ ର ଦିନିକିଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଜଣେ ଗ୍ରୋଷୋରି ଦୋକାନୀଙ୍କ ଝିଅ ସୃଷ୍ଟି ଗୋସ୍ୱାମୀ। ଜାନୁଆରୀ ୨୪ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓତ।ତେବେ ସୃଷ୍ଟି କେବଳ ମୁଖ୍ୟମନ୍ତ୍ରୀ ପଦରେ ବସିବେ ନାହିଁ ବରଂ ଉତ୍ତରାଖଣ୍ଡ ର ବିକାଶମୂଳକ କାର୍ଯ୍ୟ ର ମଧ୍ୟ ସମୀକ୍ଷା କରିବେ। ରାଜ୍ୟ ସରକାର ଗ୍ରହଣ କରିଥିବା ବିକାଶ ମୂଳକ ଯୋଜନାର ୫ ମିନିଟ୍ ର ଉପସ୍ଥାପନା ବି ଦେବେ ସୃଷ୍ଟି।ତେବେ ଝିଅ ମୁଖ୍ୟମନ୍ତ୍ରୀ ହେବା କଥା ଶୁଣି ବାପା ମାଆ ଙ୍କ ଖୁସି କହିଲେ ନସରେ।

ଜାଣନ୍ତୁ କଣ କହୁଛନ୍ତି ତାଙ୍କର ବାପା ମାଆ। ତାଙ୍କ ମାଆ ଏଥିପାଇଁ ବହୁତ ଗର୍ବିତ ବୋଲି କହିଛନ୍ତି ଏବଂ ଝିଅ ମାନେ ସବୁକିଛି କରି ପାରିବେ ବୋଲି ସେ କହିଛନ୍ତି। କେବଳ ସେମାନଙ୍କୁ ସହଯୋଗ ଏବଂ ସେମାନଙ୍କ ସାଥ ଦେବା ଆବଶ୍ୟକ ଅଟେ। ଯାହା ଫଳରେ ସେମାନେ ସମସ୍ତ ଅସାଧ୍ୟ କୁ ବି ସମାଧାନ କରି ପାରିବେ। ଏବଂ ବହୁତ ଉପରକୁ ମଧ୍ୟ ଯାଇ ପାରିବେ ଓ ସଫଳତା ହାସଲ ମଧ୍ୟ କରି ପାରିବେ।

ସୃଷ୍ଟିଙ୍କ ବାପା ମଧ୍ୟ ଏଥିରେ ବହୁତ ଖୁସି ଅଛନ୍ତି ଏବଂ ସେ ଉତ୍ତରାଖଣ୍ଡ ସରକାର୍ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି, କାରଣ ସରକାର୍ ତାଙ୍କ ଝିଅର ପାରଦର୍ଶିତା କୁ ବୁଝି ପାରିଲେ ଏବଂ ତାଙ୍କୁ ଉଚିତ୍ ବୋଲି ମନେ କଲେ ଏହିଭଳି ଏକ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିବା ପାଇଁ।

ତେବେ ଏହି ଘଟଣା ତାଙ୍କ ପରିବାର ସମେତ ତାଙ୍କ ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁବର୍ଗ ଙ୍କ ନିକଟରେ ଖୁସି ଖେଳାଇ ଦେଇଛି ଏବଂ ସମସ୍ତେ ଏଥିପାଇଁ ବହୁତ ଗର୍ବିତ ମଧ୍ୟ। ସୃଷ୍ଟି ଗୋସ୍ୱାମୀ ଯିଏକି ଜାନୁଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ସେ ମଧ୍ୟ ଏଥିରେ ବହୁତ ଖୁସି ଅଛନ୍ତି ଏବଂ ଏଥିପାଇଁ ସେ ନିଜକୁ ଗର୍ବିତ ମନେ କରିବା ସହ ପ୍ରସ୍ତୁତ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।