OMG ଅନଲାଇନ୍ କ୍ଲାସ୍ ନାଁରେ ଝିଅ upload କରୁଥିଲା ନ୍ୟୁଡ୍‌ ଫଟୋ, ଏହା ଦେଖି ବାପା-ମାଙ୍କୁ ଆସିଲା ହାର୍ଟଆଟାକ୍, ଆଉ ତା ପରେ….

କୋରନା କାଳରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଓ ହାଟ ବଜାର ବନ୍ଦ କରାଯାଇଥିଲା , ପିଲା ମାନଙ୍କ ପାଇଁ ଘରେ ରହି ଅନଲାଇନ କ୍ଲାସର ସୁବିଧା କରାଯାଇଥିଲା । ପିଲାମାନେ ନିଜ ନିଜ ଘରେ ସୁସ୍ଥ ରହି ଅନଲାଇନ ମାଧ୍ୟମରେ ପାଠ ପଢୁଥିଲେ । କିନ୍ତୁ ଏଥିପାଇଁ ସ୍ମାର୍ଟଫୋନର ଆବଶ୍ୟକ ଯୋଗୁଁ ସମସ୍ତ ବାପା ମା ନିଦର ପିଲା ମାନଙ୍କ ପାଇଁ ଗୋଟିଏ ଗୋଟିଏ ସ୍ମାର୍ଟଫୋନ ଆଣିବାର ବ୍ୟବସ୍ଥା କରିଥିଲେ । କାରଣ ସମସ୍ତ ବାପା ମାଙ୍କର ଗୋଟିଏ ଚିନ୍ତା ସେମାନଙ୍କ ପିଲା ଯେପରି ପାଠପଢାରେ କୌଣସି ଅବହେଳା ନହେଉ ।

କିନ୍ତୁ ଅନେକ ପିଲାମାନେ ପାଠପଢା ନାଁ ରେ ସ୍ମାର୍ଟଫୋନର ଅପବ୍ୟବହାର କରୁଥିବାର ନଜର ଆସିଛନ୍ତି । ଏମିତି ଏକ ଘଟଣା ଗୁଜୁରାଟ ର ଅହମ୍ମଦାବାଦରେ ଦେଖିବାକୁ ମିଳିଛି , ଘଟଣାଟି ହେଉଛି ଜଣେ 15 ବର୍ଷୀୟ ଝିଅ ଅନଲାଇନ କ୍ଲାସ ବଦଳରେ ସାମାଜିକ ଗଣମାଧ୍ୟମରେ ନିଜର ନ୍ୟୁଡ୍ ଫଟୋ ଛାଡିଛି । କୋଭିଡ୍ ସମୟରେ ଝିଅଟିର ବାପା ମା ଅନଲାଇନ ପଢାପଢି ପାଇଁ ତକୁ ଏକ ଫୋନ କିଣିଦେଇଥିଲେ । ମାତ୍ର ଝିଅଟି ସେହି ଫୋନରେ ଏମିତି କାମ କରିଥିବାର ଜଣା ପଡିଛି , ଝିଅଟି ନିଜର ଅଶ୍ଳୀଳ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି । ଏହି ଅଶ୍ଳୀଳ ଫଟୋ ଦେଖି ବାପା ମା ଙ୍କର ହାର୍ଟ ଆଟାକ୍ ଆସିଛି ।

ଖାଲି ଏତିକି ନୁହଁ ଝିଅଟି ନିଜେ ଏମିତି ଭୁଲ କାର୍ଯ୍ୟ କରିବା ପରେ ନିଜ ଭଉଣୀଙ୍କୁ ମଧ୍ୟ ଇନଷ୍ଟାଗ୍ରାମରେ ଏମିତି କରିବାକୁ କହୁଛି । ବାପା ମା ଏ ସମ୍ପର୍କରେ ଜାଣିବା ପରେ ବହୁତ ଭାଙ୍ଗି ପଡିବା ସହିତ ହାର୍ଟ ଆଟାକ ଆସିଥିବାର ଜଣା ଯାଇଛି । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଏହି ଘଟଣାର ସାହାର୍ଯ୍ୟ ପାଇଁ ବାପା ମା ଉଭୟ ହେଲ୍ପଲାଇନ ନମ୍ୱର 181 ର ସହାୟତା ଲୋଡିଥିଲେ । ଝିଅର ଅଭିଭାବକ କାଉନସେଲରଙ୍କୁ ଏ ସମ୍ପର୍କରେ ସମସ୍ତ କଥା କହିଥିଲେ । ପିଲାର ସୁବିଧା ପାଇଁ ସ୍ୱତନ୍ତ୍ର ରୁମ ଏବଂ ଫୋନ ଦେଇଥିଲେ , ମାତ୍ର ଝିଅଟି ନିଜର ଅଶ୍ଳୀଳ ଫଟୋ ଗଣ ମାଧ୍ୟମରେ ପୋଷ୍ଟ କରିଛି ।

ଘଟଣା ସମ୍ପର୍କରେ ସମ୍ପର୍କୀୟ ମାନେ ପ୍ରଥମେ ଝିଅର ଏମିତି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ତୁରନ୍ତ ଅଭିଭାବକଙ୍କୁ ଜଣାଇଥିଲେ , ଏହା ଶୁଣିବା ମାତ୍ରେ ଉଭୟ ବାପା ମା ଙ୍କୁ ହାର୍ଟ ଆଟାକ ଆସିଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ସେମାନେ ସୁସ୍ଥ ଥିବାର ଜଣା ଯାଇଛି , ଘଟଣାର କାଉନସିଲର ଝିଅଟିକୁ ବହୁତ ବୁଝାଇଥିଲେ । ଏମିତି ଅଶ୍ଳୀଳ ଫଟୋ ଅନଲାଇନରେ ଛାଡିବା ଏକ ପ୍ରକାର ସାଇବର କ୍ରାଇମ ବୋଲି ବୁଝାଇଥିଲେ । ସମସ୍ତ କଥା ଶୁଣିବା ପରେ ଝିଅଟି ନିଜ ଭୁଲ ବୁଝିପାରିଥିଲେ ଏବଂ ବାପା ମାଙ୍କୁ ଭୁଲ ମଧ୍ୟ ମାଗିଥିଲେ । ଏମିତି କାର୍ଯ୍ୟ ଆଉ ସେ କରିବେ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment